ହଜାରେ ଟଙ୍କାରେ ରାମଲାଲାଙ୍କ ଦର୍ଶନ, ଯିବା-ଆସିବା-ଖାଇବା ମାଗଣା

Above Post Content

ଅଯୋଧ୍ୟା : ଗତ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ମଙ୍ଗଳବାରଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମଙ୍ଗଳବାର ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ଏକ ହଜାର ଟଙ୍କାରେ ଅଯୋଧ୍ୟାରେ ରହିବା, ଖାଦ୍ୟ ଏବଂ ଦର୍ଶନ ଯାତ୍ରା କରିବାର ସୁବିଧା ଯୋଗାଇ ଦିଆଯାଉଛି । ପ୍ରଭୁ ରାମଙ୍କର ଦର୍ଶନ ପାଇବା ପାଇଁ କେବଳ ଏକ ହଜାର ଟଙ୍କା ଖର୍ଚ୍ଚ କରି ଏହି ସୁବିଧା ମିଳିପାରିବ ।

୨୫ ମାର୍ଚ୍ଚ ଭିତରେ ୨୫ କୋଟି ଭକ୍ତ କରିବେ ରାମଲାଲାଙ୍କ ଦର୍ଶନ

After 2nd paragraph post ads
Middle post content

ଭାଜପା ତାର ସମସ୍ତ ଏମପି, ବିଧାୟକ, ମନ୍ତ୍ରୀ ଏବଂ ସଂଗଠନର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ସେମାନେ ନିଜ ଅଞ୍ଚଳରୁ ଅଯୋଧ୍ୟା ଯିବାକୁ ଚାହୁଁଥିବା ସମସ୍ତ ଲୋକଙ୍କୁ ଏଭଳି ସୁବିଧା ସୁଯୋଗ ଉପଲବ୍ଧ କରାଇବେ । ଏହି ଯୋଜନା ୨୩ ଜାନୁଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଲୋକସଭା , ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ସମଗ୍ର ଦେଶର ପ୍ରତ୍ୟେକ ବ୍ଲକ ସ୍ତରରୁ ଲୋକଙ୍କୁ ଅଯୋଧ୍ୟାକୁ ନେବାକୁ ପ୍ରସ୍ତୁତି ଚାଲିଛି । ଏହି ଯୋଜନା ଦ୍ୱାରା ପ୍ରାୟ ୨୫ କୋଟି ରାମ ଭକ୍ତ ୨୫ ମାର୍ଚ୍ଚ ସୁଦ୍ଧା ରାମଲାଲାଙ୍କୁ ଦର୍ଶନ କରିବେ ବୋଲି ଲକ୍ଷ୍ୟ ରଖାଯାଇଛି । ଉତ୍ତରପ୍ରଦେଶ ଭାଜପା ଏବଂ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କୁ ଅଯୋଧ୍ୟାରେ ପ୍ରଶାସନିକ ସୁବିଧା କ୍ଷେତ୍ରରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅବଶିଷ୍ଟ ଖର୍ଚ୍ଚ ଏମପି-ବିଧାୟକ ବହନ କରିବେ

ଦିଲ୍ଲୀର ସମସ୍ତ ସାତୋଟି ଲୋକସଭା ନିର୍ବାଚନମଣ୍ଡଳୀରୁ ସାତୋଟି ଟ୍ରେନ ଅଯୋଧ୍ୟାକୁ ଯାତ୍ରା କରିବ । ଯଦି ଭକ୍ତଙ୍କ ସଂଖ୍ୟା ଅଧିକ ହେବ ଏଥିପାଇଁ ଅତିରିକ୍ତ ଟ୍ରେନ ବ୍ୟବସ୍ଥା କରାଯିବ । ଜାନୁଆରୀ ୨୯ରୁ ବିହାରରୁ ଟ୍ରେନ ଚାଲିବା ଆରମ୍ଭ ହେବ ଏବଂ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ । ସେହିଭଳି ରାମ ଭକ୍ତମାନଙ୍କୁ ଦେଶର ସମସ୍ତ ରାଜ୍ୟରୁ ଅଯୋଧ୍ୟାକୁ ନେଇ ସେମାନଙ୍କୁ ଦର୍ଶନ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ବିଶ୍ୱ ସ୍ତରରେ ବିଶ୍ୱହିନ୍ଦୁ ପରିଷଦ ପ୍ରାୟ ୫ ହଜାର କର୍ମୀଙ୍କୁ ଅଯୋଧ୍ୟାରେ ଭଗବାନ ରାମଙ୍କ ଦର୍ଶନ କରାଇବାକୁ ଯୋଜନା କରୁଛି । ଜଣେ ଭାଜପା ନେତାଙ୍କ କହିବାନୁସାରେ, ଏଥିପାଇଁ କେବଳ ୧୦୦୦ ଟଙ୍କା ରଖାଯାଇଛି, ଯାହାଦ୍ୱାରା ଲୋକମାନେ ପ୍ରଭୁ ରାମଙ୍କ ଦର୍ଶନ ପାଇଁ ଏହି ଯୋଜନାର ଲାଭ ପାଇପାରିବେ । ଦକ୍ଷିଣ ଭାରତ ଏବଂ ଉତ୍ତର-ପୂର୍ବର ସୁଦୂର ରାଜ୍ୟରୁ ଅଯୋଧ୍ୟାରେ ପହଞ୍ଚିିବା ପାଇଁ ବହୁ ଟଙ୍କା ଖର୍ଚ୍ଚ ହେବ । ଏହି ଯାତ୍ରାରେ ଅବଶିଷ୍ଟ ଖର୍ଚ୍ଚ ଦଳର ନେତା କିମ୍ବା ଏମପି-ବିଧାୟକମାନେ ବହନ କରିବେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami