ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଭଲ କରିବ ବିଜେଡି

Above Post Content

ଭୁବନେଶ୍ୱର : ସୋମବାର ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଏଥର ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ଆହୁରି ଭଲ ପଦର୍ଶନ କରିବ ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦୃଢକ୍ତି ପ୍ରକାଶ କରିଛନ୍ତି । ବିଜେଡି ସରକାରଙ୍କ କାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଆଶାତୀତ ସଫଳତା ଲାଭ କରିବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେଡି ବାଜିମାତ କରିବ । ପାଣ୍ଡିଆନ ଏନଏନଆଇକୁ ସୂଚନା ଦେଇ ଏହା କହିଛନ୍ତି ।

Middle post content

ସୁରୁଖୁରରେ ଚାଲିଛି ମତଦାନ

After 2nd paragraph post ads

ରାଜ୍ୟର ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଓ ଏହା ଅଧିନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରମାନେ ଭୋଟ ଦେଉଛନ୍ତି । ସମସ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହେଉଛି । ପାଗ ଅନୁକୂଳ ଥିବାରୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି । ସେହିପରି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଗତ ସୋମବାର ଶେଷ ହୋଇଥିଲା । ଯେଉଁଥିରେ ୨୮ଟି ବିଧାନସଭା ଆସନରୁ ୨୪ଟି ଆସନରେ ବିଜେଡି ଜିତିବ ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami