![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତା ତଥା ମଡ଼େଲ ଉର୍ଫି ଜାଭେଦ୍ । ନିଜର ବୋଲ୍ଡ ଲୁକ୍ ଏବଂ ବୋଲ୍ଡ ଡ୍ରେସ୍କୁ ନେଇ ସବୁବେଳେ ଲାଇମ୍ଲାଇଟ୍ରେ ରହିଥାନ୍ତି । ଉର୍ଫି ଜାଭେଦ୍ ତାଙ୍କର ଏହି ଅନ୍ଦାଜ ହେତୁ ପ୍ରତ୍ୟେକ ଥର ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏଥର ପୁଣି ଉର୍ଫି ଏୟାରପୋର୍ଟରେ ସମାନ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ପ୍ରବଳ ଗରମ ହେବାରୁ ସେ ଏୟାରପୋର୍ଟରେ ଡ଼୍ରେସ ଖୋଲି ଦେଉଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
କମ୍ବଳରେ ତିଆରି ଡ଼୍ରେସ ପିନ୍ଧିଥିଲେ ଉର୍ଫି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଉର୍ଫି ତାଙ୍କ ଆଉଟ୍ଫିଟ ସହିତ ଏତେ ଏକ୍ସପେରିମେଣ୍ଟ କରିଥିଲେ ଯେ ସେ ଖରା ଦିନରେ ମଧ୍ୟ ଏକ କମ୍ବଳରେ ତିଆରି ଆଉଟ୍ଫିଟ ପିନ୍ଧିଥିଲେ । ସେ କମ୍ବଳରେ ତିଆରି ଏକ ଡ୍ରେସ ପିନ୍ଧିଥିବା ଏୟାରପୋର୍ଟରେ ନଜର ଆସିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ବି ଦେଖାଯାଉଥିଲେ । ଏଥର ଉର୍ଫିଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ବେବି ପିଙ୍କ କଲରର କମ୍ବଳରେ ତିଆରି ଏକ ଡ୍ରେସ ପିନ୍ଧିଥିଲେ । ଉର୍ଫି ଏୟାରପୋର୍ଟରେ ଏହି ଡ୍ରେସରେ ପୋଜ୍ ମଧ୍ୟ ଦେଇଥିଲେ । କିନ୍ତୁ ଗରମ ହେତୁ ସେ ଏହି ଆଉଟ୍ଫିଟକୁ ଅଧିକ ସମୟ ପିନ୍ଧି ପାରି ନ ଥିଲେ । ଗରମ ହେତୁ ଉର୍ଫି ଏୟାରପୋର୍ଟରେ ନିଜ ଆଉଟ୍ଫିଟ ଖୋଲିଦେଇଥିଲେ । ପରେ ତାଙ୍କ ସର୍ଟସ ପ୍ୟାଣ୍ଟ ଓ ଟି-ସାର୍ଟ ଲୁକରେ ନଜର ଆସିଥିଲେ । ଉର୍ଫିଙ୍କର ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି- ସେ ସବୁବେଳେ ଏୟାରପୋର୍ଟରେ ରୁହନ୍ତି କି? ଅନ୍ୟ ଜଣେ ଲେଖିଛନ୍ତି – ସେ ଯାହା ବି କରନ୍ତୁ କିନ୍ତୁ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)