ଉତ୍ତରକାଶୀ ଟନେଲ ଘଟଣା: ଶ୍ରମିକମାନେ କେମିତି ଥିଲେ ସେହି ୧୭ ଦିନ

Above Post Content

ନୂଆଦିଲ୍ଲୀ: ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୭ ଦିନ ଧରି ଫସି ରହିଥିବା ୪୧ ଶ୍ରମିକ ମରଣ ସହ ସଂଘର୍ଷ କରୁଥିଲେ । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିଲା ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିି ପାରି ନ ଥିଲା ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନ୍‌ରେ ଉପୁଜିଛି ବିଭିନ୍ନ ବାଧା । କେତେବେଳେ ମେସିନ ଭାଙ୍ଗିଯାଇଛି ତ ଆଉ କେତେବେଳେ ଅଧାରେ ଅଟକି ଯାଇଛି ଅଗର ମେସିନ୍ । ଫଳରେ ଉଦ୍ଧାରକାରୀ ଦଳକୁ ନାକେଦମ୍ ହେବାକୁ ପଡ଼ିଛି । ହେଲେ ଶେଷରେ ର‌୍ୟାଟ୍ ହୋଲ ହିଁ କାମ ଦେଇଥିଲା । ଦୀର୍ଘ ୧୭ ଦିନ ପରେ ଏହି ର‌୍ୟାଟ ହୋଲ ଜରିଆରେ ଜଣକ ଜଣକ ପରେ ଶ୍ରମିକଙ୍କୁ ଟନେଲ ଭିତରୁ ଉଦ୍ଧାର କରାଯାଇଥିଲା । ହେଲେ ୪୧ ଶ୍ରମିକ ବାହାରକୁ ଆସିବା ପରେ ସେମାନଙ୍କ ସେହି ୧୭ଦିନ କେମିତି ଥିଲା ବଖାଣିଛନ୍ତି ।

ମାଇକ୍ ଯୋଗେ ପରିବାର ଲୋକଙ୍କ ସହ ନିୟମିତ କଥା ହେଉଥିଲେ

After 2nd paragraph post ads

୧୭ ଦିନ ଧରି ଫସି ରହିଥିବା ଶ୍ରମିକଙ୍କ ଯତ୍ନ କର୍ମଚାରୀଙ୍କ ସମେତ ଡାକ୍ତରମାନେ ନିରନ୍ତର ଭାବେ ନେଉଥିଲେ । ଟନେଲ ବାହାରେ ଡାକ୍ତରଙ୍କ ଏକ ଦଳ ରହି କାର୍ଯ୍ୟ କରୁଥିଲା । ସେମାନେ ନିୟମିତ ଭାବେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ ହେଉଥିଲେ । ଏଥିସହିତ ସେମାନଙ୍କୁ ମାନସିକ ସ୍ତରରେ ଦୃଢ଼ ରଖିବା ଲାଗି କାର୍ଯ୍ୟ କରୁଥିଲେ । ୫ ଜଣିଆ ଡାକ୍ତରୀ ଦଳ ଦିନକୁ ଦୁଇଥର କଥା ଶ୍ରମିକମାନଙ୍କ ସହିତ ହେଉଥିଲେ । ଟନେଲରେ ଫସିଥିବା ସବା ଅହମଦ ନାମକ ଜଣେ ଶ୍ରମିକଙ୍କୁ ତାଙ୍କ ପରିବାର ସଦସ୍ୟ ଯେତେବେଳେ କଥା ହେଉଥିଲେ ସେତେବେଳେ ତାକୁ ଭରସା ଦେଉଥିଲେ ଚିନ୍ତା କରନି, ତୁମମାନଙ୍କୁ ବାହାର କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ଶ୍ରମିକଙ୍କ ନିକଟକୁ ପାଇପ୍ ଜରିଆରେ ମାଇକ୍ ପଠାଯାଇଥିଲା ଯାହା ମାଧ୍ୟମରେ ସେମାନେ ସେମାନଙ୍କ ପରିବାର ସଦସ୍ୟ ଏବଂ ଡାକ୍ତରଙ୍କ ସହିତ ନିୟମିତ କଥା ହେଉଥିଲେ ।

Middle post content

ଥଣ୍ଡା ଜନିତ କୌଣସି ଅସୁବିଧା ହୋଇ ନ ଥିଲା

ଥଣ୍ଡା ବଢ଼ୁଥିବାରୁ ଟନେଲ ଭିତରେ ଫସିଥିବା ଶ୍ରମିକମାନେ କିଭଳି ରାତି କାଟୁଥିଲେ ତାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ ହୋଇଥିଲା । ତେବେ ଟନେଲ ଭିତରେ ଶ୍ରମିକମାନଙ୍କୁ ଥଣ୍ଡା ଜନିତ କୌଣସି ଅସୁବିଧା ସୃଷ୍ଟି ହୋଇନାହିଁ ।ଯେଉଁଠି ଶ୍ରମିକମାନେ ଫସିଥିଲେ ସେଠାରେ ପାଖାପାଖି ୨ କିମି ଜାଗା ରହିଥିଲା । ଏଥିସହିତ ସେଠାରେ ତାପମାତ୍ରା ୨୨ରୁ ୨୪ ଡିଗ୍ରି ସେଲସିୟସ ମଧ୍ୟରେ ରହିଥିଲା । ଡାକ୍ତରୀ ଦଳରେ ଥିବା ବରିଷ୍ଠ ଡାକ୍ତର ପ୍ରେମ ପୋଖରିୟାଲଙ୍କ କହିବାନୁଯାୟୀ, ସୌଭାଗ୍ୟର ବିଷୟ ହେଲା ସୁଡ଼ଙ୍ଗ ଭିତରେ ଜିୟୋଟେକ୍ସଟାଇଲ ସିଟ୍‌ର ବଣ୍ଡଲ ଥିଲା । ତାହାକୁ ବିଛାଇ ଶ୍ରମିକମାନେ ଶୋଉଥିଲେ ।

ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ ରଖିବା ପାଇଁ ଦିଆଯାଇଥିଲା ମୋବାଇଲ

ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ ରଖିବା ପାଇଁ ଫସିଥିବା ଶ୍ରମିକମାନେ ନିୟମିତ ଯୋଗ ଓ ବ୍ୟାୟାମ କରୁଥିଲେ । ଏଥିସହିତ ସକାଳେ ଓ ସନ୍ଧ୍ୟାରେ ସେମାନେ ଟନେଲ ଭିତରେ ଚାଲୁଥିଲେ । ଟନେଲ ଭିତରେ ଶ୍ରମିକଙ୍କ ନିକଟରେ ବିଜୁଳି ସଂଯୋଗ କଟି ନ ଥିଲା ଯେଉଁଥି ପାଇଁ ଥଣ୍ଡାରୁ କିଛିଟା ଆଶ୍ୱସ୍ତି ମିଳିଥିଲା । ଶ୍ରମିକମାନଙ୍କ ନିକଟକୁ ଦାନ୍ତଘଷା ବ୍ରସ, ତଉଲିଆ, କପଡ଼ା, ଅନ୍ତବସ୍ତ୍ର ଭଳି ଜରୁରୀ ସାମଗ୍ରୀ ପଠାଯାଇଥିଲା । ସେମାନଙ୍କୁ ମୋବାଇଲ ଫୋନ ମଧ୍ୟ ଦିଆଯାଇଥିଲା ଯେଉଁଥିରେ ସିନେମା ଓ ଭିଡିଓ ଗେମ୍ ଦେଖୁଥିଲେ । ଶ୍ରମିକମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ପ୍ରଥମେ ସେମାନଙ୍କୁ ଜୁସ୍ ଏବଂ ଏନର୍ଜି ଡ୍ରିଙ୍କ୍ ଦିଆଯାଉଥିଲା । ପରେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇ ଦିଆଗଲା । ସକାଳେ ସେମାନଙ୍କୁ ସିଝା ଅଣ୍ଡା, କ୍ଷୀର, ଚା’ ଓ ଦଲିଆ ଦିଆଯାଉଥିଲା । ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପାଇଁ ସେମାନଙ୍କୁ ଡାଲି, ଭାତ, ରୁଟିି ଓ ପରିବା ତରକାରୀ ଦିଆଯାଉଥିଲା । ଏଥିସହିତ ଶୁଖିଲା ଫଳ ମଧ୍ୟ ଦିଆଯାଉଥିଲା । ବାଢ଼ିକି ଖାଇବା ପାଇଁ ସେମାନଙ୍କୁ ପ୍ଲେଟ୍ ମଧ୍ୟ ଦିଆଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami