![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମୁମ୍ବାଇ: ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କଲେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ସେ ତାଙ୍କ ସ୍ୱାମୀ ନିକ୍ ଜୋନାସ ଏବଂ ଝିଅ ମେରୀ ମାଳତୀଙ୍କ ସହ ଅଯୋଧ୍ୟାରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ପୂଜା କରିବା ସମୟର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଅଯୋଧ୍ୟାରେ ପରିବାର ସଦସ୍ୟଙ୍କ ସହ ପ୍ରିୟଙ୍କାଙ୍କୁ ସ୍ୱାଗତ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
କିଛି ଦିନ ତଳେ ପ୍ରିୟଙ୍କା ପୁରା ପରିବାର ସହ ହୋଲି ଉତ୍ସବ ପାଳନ କରିବା ପାଇଁ ଭାରତ ଆସିଛନ୍ତି । ବୁଧବାର ପ୍ରିୟଙ୍କା ତାଙ୍କ ସ୍ୱାମୀ, ଝିଅ ଓ ମାଆଙ୍କ ସହ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିଥିଲେ । ସେଠାରେ ପୁରା ପରିବାର ରାମଲାଲାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ପ୍ରିୟଙ୍କା ହଳଦିଆ ରଙ୍ଗର ଶାଢି ପିନ୍ଧିଥବା ବେଳେ ନିକ ପାରମ୍ପରିକ ଧଳା ରଙ୍ଗର କୁର୍ତ୍ତା-ପାଇଜାମାରେ ନଜର ଆସିଛନ୍ତି । ରାମଙ୍କ ଜନ୍ମଭୂମିରେ ପ୍ରିୟଙ୍କା ଏବଂ ତାଙ୍କ ପରିବାରକୁ ରାମଙ୍କ ନାମ ଲେଖାଥିବା ଏକ ଗାମୁଛା ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ପାରିବାରିକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି । ବଲିଉଡ଼ ପରି ହଲିଉଡ଼ରେ ପ୍ରିୟଙ୍କା ତାଙ୍କର ଜାଦୁ ଦେଖାଇ ଲୋକଙ୍କ ପ୍ରିୟ ହୋଇପାରିଛନ୍ତି । ତାଙ୍କୁ ଅନେକ ହଲିଉଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିଥିଲା । କିନ୍ତୁ ବଲିଉଡ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ଦି ସ୍କାଏ ଇଜ ପିଙ୍କରେ ଦେଖିବାକୁ ମିଳିଥିଲା ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)