ଭାରତ ଓ ଭାରତୀୟ ଆଇସିସି ବିଶ୍ୱକପ 2023କୁ ନେଇ ଉତ୍ସାହିତ ଅଛନ୍ତି । ଦିନ ଗଡ଼ିବା ସହିତ ବିଶ୍ୱକପର ତାତି ମଧ୍ୟ ବଢ଼ିବାରେ ଲାଗିଛି । ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିରୋଧରେ ମୁକାବିଲାକୁ ଭାରତୀୟ କ୍ରିକେଟ୍ ଫ୍ୟାନ୍ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ତେବେ ପାକିସ୍ତାନୀ ଟିମ୍ ଭାରତ ଆସିବ କି ନାହିଁ ତାକୁ ନେଇ କିଛି ସନ୍ଦେହ ଥିଲା । ଅବଶ୍ୟ ସୁରକ୍ଷାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ପାକ୍ ଟିମ୍ ଭାରତ ଆସୁଛି । ପିସିବି ନିଜ ଟିମକୁ ଭାରତ ପଠାଇବାକୁ ରାଜି ହୋଇଥିଲେ ମଧ୍ୟ ଭାରତୀୟ ଭିଜା ମିଳିବାରେ ସେମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଶେଷରେ ଭାରତ ପାକ୍ ଟିମକୁ ସ୍ୱତନ୍ତ୍ର ଭିଜା ଦେଇଛି । ଅବଶ୍ୟ ଏହି ଚକ୍କରରେ ଦୁବାଇରେ ହେବାକୁ ଥିବା ଦୁଇଦିନିଆ ‘ଟିମ୍ ବଣ୍ଡିଂ’ ସେସନକୁ ପାକିସ୍ତାନୀ ଟିମ୍ ରଦ୍ଦ କରିଛି । କାରଣ ସେମାନେ ଦୁବାଇରେ ଠିକ ସମୟରେ ପହଂଚି ପାରିବେ ନାହିଁ । ଏଠି ପ୍ରଶ୍ନ ଉଠୁଥିବ ଯେ, ଭାରତ ପାକିସ୍ତାନୀ ଟିମକୁ କେଉଁ ଭିଜା ଦେଇଛି । ଆସନ୍ତୁ ଜାଣିବା ଭାରତ ଟିମ୍ ପାକିସ୍ତାନର ଖେଳାଳୀଙ୍କୁ କେଉଁ ପ୍ରକାରର ସ୍ୱତନ୍ତ୍ର ଭିଜା ଦେଇଛି ।
ଶେଷରେ କଲ୍ ଆସିଲା
ପାକିସ୍ତାନୀ କ୍ରିକେଟ୍ ଟିମ୍ ମୁଖପାତ୍ର ଉମର ଫାରୁଖ କାଲ୍ସନ ଭିଜା ମିଳିବା ପରେ କହିଛନ୍ତି ଯେ, ପାକ୍ ଟିମ୍ ନିର୍ଦ୍ଧାରିତ ସମୟରେ ବିଶ୍ୱକପ୍ ପାଇଁ ଭାରତରେ ପହଂଚିବ । ସେ କହିଛନ୍ତି ଯେ, ଶେଷରେ ଆମକୁ ଭାରତୀୟ ହାଇକମିଶନରୁ ଫୋନ୍ କଲ୍ ଆସିଥିଲା । ଆମେକୁ ସେମାନେ ପାସପୋର୍ଟ୍ ସଂଗ୍ରହ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ,ପିସିବି ଆଇସିସିକୁ ଭାରତୀୟ ଭିଜା ମିଳିବାରେ ବିଳମ୍ବକୁ ନେଇ ପତ୍ର ଲେଖିଥିଲା । ଭାରତୀୟ ହାଇକମିଶନଙ୍କ ପଟୁ ଭିଜକୁ ସେମାନେ ଅପେକ୍ଷା କରିଛନ୍ତି ବୋଲି ଏଥିରେ ଉଲ୍ଲେଖ ଥିଲା । ପାକିସ୍ତାନୀ ଟିମକୁ ଅଭ୍ୟାସ ମ୍ୟାଚ ପାଇଁ 27 ସେପ୍ଟେମ୍ବରରେ ହାଇଦ୍ରାବାଦ ପହଂଚିବାର ଅଛି । ଏବେ ଆସନ୍ତୁ ଜାଣିବା ଭାରତ ପାକିସ୍ତାନୀ ଟିମକୁ କେଉଁ ଧରଣର ଭିଜା ଦେଇଛି ।
ପାକିସ୍ତାନୀ ଟିମକୁ କେଉଁ ଭିଜା ମିଳିଛି ?
ଭାରତ ତରଫରୁ ପାକିସ୍ତାନୀ ଟିମର ଖେଳାଳୀଙ୍କୁ କ୍ରୀଡ଼ା ଭିଜା ଜାରି କରାଯାଇଛି । ଏଥିରେ ବିଦେଶୀ ଟିମ୍ ଓ ଖେଳାଳୀଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ସମ୍ବନ୍ଧିତ ଭାରତୀୟ କ୍ରୀଡ଼ା ମହାସଂଘ କିମ୍ବା ଆସୋସିଏସନ୍ ସେତେବେଳେ ଦେଇଥାଏ ଯେତେବେଳେ ଏହାର ମଂଜୁରୀ ଭାରତ ସରକାରଙ୍କ ଯୁବା ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ମିଳିଥାଏ । ଏହା ସହିତ ଆୟୋଜକ ଯୁବା ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ସମକ୍ଷରେ ଅନ୍ତର୍ଜାତୀୟ ଖେଳ କାର୍ୟ୍ବକ୍ରମ ଆୟୋଜିତ କରିବା ପୂର୍ବରୁ ମଂଜୁରୀ ନେଇଥାଏ । ଏହାପରେ କ୍ରୀଡ଼ା ବିଭାଗ ବିଶେଷ ଶ୍ରେଣୀ ପାଇଁ ନିଜ ସୁପାରିସ ସହିତ ଅତିକମରେ 30ଦିନ ଆଗରୁ ପ୍ରସ୍ତାବକୁ ଗୃହମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟକୁ ମଂଜୁରୀ ପାଇଁ ପଠାଇଥାଏ ।