ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍

Above Post Content

ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍ । ଦଳ ଗ୍ରୁପ ଷ୍ଟେଜରୁ ବିଦାହେବା ପରେ ଏଭଳି କଠୋର ନିଷ୍ପତି ନେଇଛନ୍ତି କେନ୍ । ଏହାସହ ୨୦୨୪-୨୫ ସିଜିନ୍ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାମ ଫେରାଇନେଇଛନ୍ତି । ଯାହାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି କିୱି କ୍ରିକେଟ୍ ବୋର୍ଡ ଏବଂ ସାଥୀ ଖେଳାଳୀ । ଦଳର ଜଣେ ଅଭିଜ୍ଞ ଖେଳାଳୀଙ୍କ ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପଟେ ଦଳରେ ରହିବା ସହ ବୋର୍ଡ ଓ ଚନୟନକର୍ତ୍ତା ଯାହା ନିଷ୍ପତି ନେବେ ତାହାକୁ ଗ୍ରହଣ କରିବି ବୋଲି କହିଛନ୍ତି ୱିଲିୟମସନ୍ ।

Middle post content

ସେପଟେ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ତରଫରୁ ଦିଆଯାଇଥିବା ବୟାନ ଅନୁସାରେ , କେନ୍ ୱିଲିୟମସନ୍ ଗ୍ରୀଷ୍ମ ଋତୁରେ ବିଦେଶୀ ଲିଗ୍ ଖେଳିବାକୁ ଯୋଜନା କରିଛନ୍ତି । ଯେଉଁଥିପାଇଁ ସେ ନ୍ୟୁଜିଲାଣ୍ଡ ପାଇଁ ଖେଳି ପାରିବେନାହିଁ । କେନ୍ ୱିଲିୟମସନ୍ ସେଥି ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାମକୁ ଫେରାଇ ନେଇଥିବା କୁହାଯାଉଛି । ୱିଲିୟମସନ୍ ଏଯାଏଁ ୧୦୦ଟି ଟେଷ୍ଟ ଖେଳିସାରିଛନ୍ତି । ଯେଉଁଥିରେ ସେ ୮୭୪୩ ରନ୍ ସଂଗ୍ରହ କରିଛନ୍ତିସେହିପରି ୧୬୫ ଦିନିକିଆ ମ୍ୟାଚ୍ ଖେଳି ୬୮୧୦ ରନ ତା’ଙ୍କ ନାଁରେ ରହିଛି । ଏହାସହ ୯୩ଟି ଟି-୨୦ ମ୍ୟାଚ୍ ଖେଳି ୨୫୭୫ ରନ୍ ସଂଗ୍ରହ କରିଛନ୍ତି । ଚଳିତ ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଟିମର ପ୍ରଦର୍ଶନ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଥିଲା । କୌଣସି ଆଇସିସି ଇଭେଣ୍ଟରେ ଏହା ନ୍ୟୁଜିଲାଣ୍ଡର ସବୁଠାରୁ ଖରାପ ପ୍ରଦର୍ଶନ ବୋଲି କୁହାଯାଉଛି । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଚାପରେ ଥିବାରୁ ୱିଲିୟମସନ୍ ଦଳର ନେତୃତ୍ୱ ନେବାରୁ ଓହରିଯାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami