ଟି-୨୦ ରାଙ୍କର ଶୀର୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା

Above Post Content

ଟିମ୍ ଇଣ୍ଡିଆ ବାର୍ବାଡୋସରେ ଇତିହାସ ରଚିଛି । ଟି-୨୦ ବିଶ୍ବକପ୍ ବିଜୟୀ ହେବା ପରେ ଏବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଓ ଉତ୍ସାହ ଭରିଯାଇଛି ।ଏହାରି ଭିତରେ ଏକ ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ଟି-୨୦ ରାଙ୍କର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ।

Middle post content

ଏହି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ କ୍ରିକେଟର । ନିଜ ଟାଟୁ, ହେୟାର ଷ୍ଟାଇଲ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ତ, ପୁଣି କେତେବେଳେ ନିଜ ଦମଦାର ଖେଳ ଜରିଆରେ ଏକ ନମ୍ବର ଅଲରାଉଣ୍ଡର ପାଲଟିଛନ୍ତି। ସବୁପରେ ବି ଭାରତୀୟ କ୍ରିକେଟପ୍ରେମୀଙ୍କର ସେ ପସନ୍ଦ ରହିଆସିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ବିବାଦ ଘେରରେ ଫସିଛନ୍ତି। ହେଲେ ସେ ଯେତେବେଳେ ପଡ଼ିଆକୁ ଓହ୍ଲାନ୍ତି, ବ୍ୟାଟିଂ ବୋଲିଂ ଏବଂ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରିଥାନ୍ତି ।

After 2nd paragraph post ads

ଟି-୨୦ ବିଶ୍ବକପରେ ସେ ପୁଣିଥରେ ଏହା ପ୍ରମାଣିତ କରିଛନ୍ତି । ଫାଇନାଲ ମ୍ୟାଚର ଫାଇନାଲ ଓଭର ପାଣ୍ଡ୍ୟା ବୋଲିଂ କରିଥିଲେ । ଏହି ଓଭରର ପରିଣାମ ଉପରେ ସାରା ଦେଶର ନଜର ରହିଥିଲା। ଆଉ ଦେଶବାସୀଙ୍କୁ ନିରାଶ କରିନଥିଲେ ହାର୍ଦ୍ଦିକ, ବରଂ ମାପଚୁପ ବୋଲିଂ ଜରିଆରେ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ବାନ୍ଧିରଖିଥିଲେ, ଆଉ ଭାରତରକୁ ବିଜୟର ଟିକା ପିନ୍ଧାଇଥିଲେ ।ହାର୍ଦ୍ଦିକ ନିଜ ବୋଲିଂରେ ଦୁଇ ଦୁର୍ଦ୍ଦାନ୍ତ ବ୍ୟାଟର ହେନରିକ୍ କ୍ଲାସେନ ଓ ଡାଭିଡ ମିଲରଙ୍କ ୱିକେଟ ହାସଲ କରିଥିଲେ। ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି ଟିମ୍‌ ଇଣ୍ଡିଆ । ମହେନ୍ଦ୍ର ସିଂ ଧୋନିଙ୍କ ପରେ ଦ୍ୱିତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଟାଇଟଲ୍‌ ଜିତିବାରେ ସଫଳ ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami