![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ବଢୁଥିବା ଜନସଂଖ୍ୟାକୁ ନେଇ ଦେଶରେ ଧୀରେ ଧୀରେ ଚିନ୍ତାଜନକ ସ୍ଥିତି ଉପୁଜିବାକୁ ଯାଉଥିବା ବେଳେ ତାହା ଭିତରେ ଆଉ ଏକ ବଡ ସମସ୍ୟା ହେଲା ଲିଂଗଗତ ବ୍ୟବଧାନ । ପୁରୁଷଙ୍କ ତୁଳନାରେ କମୁଛି ମହିଳାଙ୍କ ସଂଖ୍ୟା । ପ୍ରତି ୧୦୦୦ ପୁରୁଷ ଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୫୦ରୁ କମ । ଏବେ ବିବାହ କରିବାକୁ ପୁଅମାନଙ୍କୁ ଝିଅ ମିଳିବା ବି କଷ୍ଟକର ହୋଇପଡ଼ିଲାଣି । ନିଜ ମନପସନ୍ଦର ଜୀବନସାଥୀଟିଏ ଖୋଜି ଖୋଜି ଅନେକ ପୁଅ ଅବିବାହିତ ରହି ଯାଉଛନ୍ତି । କିନ୍ତୁ ଏଭଳି ସ୍ଥିତିରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଏକାଥରକେ ୪ଜଣ ଯୁବତୀଙ୍କୁ ବିବାହ କରୁଥିବା ଦେଖିବାକୁ ମିଳିଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଏବେ ହସୁଛ ପରେ କାନ୍ଦିବ ବୋଲି ଲୋକେ ଦେଲେ ମତ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି । ପ୍ରତି ଦିନ ହଜାର ହଜାର ବିବାହ ହେଉଛି । ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ ମିଳୁଛି । ଏହି କ୍ରମରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଅବିବାହିତ ଯୁବକଙ୍କ ହୃଦୟ ଭାଙ୍ଗିଛି । କାରଣ ଗୋଟିଏ ଝିଅ ବିବାହ ପାଇଁ ମିଳୁ ନ ଥିବା ସମୟରେ ଜଣେ ପୁଅ ଏକାସାଙ୍ଗରେ ଚାରିଜଣ ଝିଅଙ୍କୁ ବିବାହ କରୁଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକଙ୍କ ବିବାହ ପାଇଁ ମଣ୍ଡପରେ ଆୟୋଜନ କରାଯାଇଛି । ଯୁବକ ଜଣକ ବର ବେଶରେ ସଜ୍ଜେଇ ହୋଇଥିବା ବେଳେ ଯୁବତୀମାନେ ମଧ୍ୟ କନିଆ ବେଶରେ ସଜ୍ଜେଇ ହୋଇ ମଣ୍ଡପରେ ପହଞ୍ଚିଛନ୍ତି । ଯୁବକ ଜଣକ‘ସାତ ଫେରା’ ନେଉଛନ୍ତି । ତେବେ ସେ ଗୋଟିଏ କି ଦୁଇଜଣ ନୁହନ୍ତି ଚାରିଜଣ ଯୁବତୀଙ୍କ ସହ ମଣ୍ଡପରେ ବିବାହ କରୁଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ଏବେ ହସୁଛ ପରେ କାନ୍ଦିବ ବୋଲି କହିଛନ୍ତି । ଆଉ କିଛି କହିଛନ୍ତି ଯେ, ସୋସିଆଲ ମିଡ଼ିଆରେ ପରିଚିତ ହେବା ପାଇଁ ସେମାନେ ଏପରି କରିଥିବା ମତ ଦେଇଛନ୍ତି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)