ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ

Above Post Content

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର ୮ ମୁକାବିଲାରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ରାତି ୮ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି ।

Middle post content

ଆଫଗାନିସ୍ତାନଠାରୁ ହାରିବା ପରେ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ସାମାନ୍ୟ ଭାରୀ ରହିଛି । ଭାରତ ସେମିଫାଇନାଲ କୁ ଯିବା ଗୋଟିଏ ପ୍ରକାର ନିଶ୍ଚିତ ହୋଇଛି । ଆନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଉଭୟ ଟିମ ୩୧ଟି ମ୍ୟାଚରେ ଅବତୀର୍ଣ୍ଣ ହୋଇଛନ୍ତି । ଭାରତ ୧୯ ଥର ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୧୧ ଥର ଏବଂ ଗୋଟିଏ ମ୍ୟାଚ ଫଳାଫଳ ଶୂନ୍ୟ ରହିଛି । ଅଷ୍ଟ୍ରେଲିଆ ଚାପରେ ଥିବାରୁ ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିବାକୁ ଆଶା ରଖିଛି । ରୋହିତ ଶର୍ମା ଓ ବିରାଟ କୋହଲି ରନ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ଆଜି ଆଉ ଏକ ମ୍ୟାଚ୍ ରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ବାଂଲାଦେଶ । ଯଦି ମ୍ୟାଚରେ ବାଂଲାଦେଶକୁ ଆଫଗାନ ପରାସ୍ତ କରେ ତେବେ ସେମିକୁ ଯିବାର ସମ୍ଭାବନା ରହିଛି । ଅଷ୍ଟ୍ରେଲିଆ ଓ ଆଫଗାନ ମଧ୍ୟରୁ କିଏ ସେମିକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami