ଆମରି ଗହଣରେ ଲୁଚି ରହିଛନ୍ତି ପରଗ୍ରହୀ । ପୃଥିବୀରେ ନିଜକୁ କରୁଛନ୍ତି ସଂଗଠିତ । ଯେକୌଣସି ମୁହୂର୍ତ୍ତରେ କରିପାରନ୍ତି ଆକ୍ରମଣ । ଏଭଳି କଥା କହି ବିଶ୍ୱକୁ ଚମକାଇ ଦେଇଚନ୍ତି ଆମେରିକାର ପ୍ରଫେସର ଡକ୍ଟର ଡେଭିଡ୍ ଜ୍ୟାକବସ୍ । ଜ୍ୟାକବସଙ୍କ ଦାବି ଯେ, ପୃଥିବୀର ଲୁକ୍କାୟିତ ଭାବେ ପରଗ୍ରହୀ ରହିଛନ୍ତି ଓ ସେମାନେ ଲୋକଙ୍କ ଅପହରଣ କରୁଛନ୍ତି । ପ୍ରଫେସରଙ୍କ ଅନୁସାରେ ସେ ଏଭଳି ଅନେକ ବ୍ୟକ୍ତିଙ୍କ ସାକ୍ଷାତକାର ନେଇଛନ୍ତି ଯେଉଁମାନେ ପରଗ୍ରହୀଙ୍କ ଦ୍ୱାରା ଅପହୃତ ହେଉ ହେଉ ବଂଚିଛନ୍ତି । ସୂଚନାଯୋଗ୍ୟ ଯେ, ଡେଭିଡ୍ ପରଗ୍ରହୀଙ୍କ ଦ୍ୱାରା ଅପହରଣ ଉପରେ ଅନେକ ପୁସ୍ତକ ଲେଖିସାରିଛନ୍ତି ।
ଏଭଳି ଦାବି କରିଥିବା ପ୍ରଫେସର କିଏ ?
ପ୍ରଫେସର ଜ୍ୟାକବ ଆମେରିକାର ଟେମ୍ପଲ ବିଶ୍ୱବିଦ୍ୟାଳରେ କାର୍ଯ୍ୟକରନ୍ତି । ୟୁଏଫଓ ବା ଅନଆଇଡେଣ୍ଟିଫାଇଡ୍ ଫ୍ଲାଇଂ ଅବଜେକ୍ଟ-ଉଡନ୍ତା ଥଳିଆର ବିଶେଷଜ୍ଞ ଭାବେ ସେ ପରିଚିତ । ସେ ନିଜ ଗବେଷଣାକୁ ଏକ ଡକ୍ୟମେଣ୍ଟାରି ଭାବେ ପ୍ରସ୍ତୁତ କରିଛନ୍ତି ଓ ତାଙ୍କ ଉପସଂହାର ଡରାଇବା ଭଳି । ସେ ଦାବି କରିଛନ୍ତି ଯେ, ପରଗ୍ରହୀ ପୃଥିବୀ ଉପରେ କବଜା କରିବାକୁ ପ୍ରସ୍ତୁତ ହେଉଛନ୍ତି । ପୃଥିବୀରେ ମଣିଷଙ୍କ ଅପହରଣକୁ ନେଇ ସେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି । ସେ କୁହନ୍ତି ଯେ, ପରଗ୍ରହୀ ମାନବୀୟ ମସ୍ତିଷ୍କ ଉପରେ ନିୟନ୍ତ୍ରଣ ଚାହାନ୍ତି ।
ମଣିଷ ଭଳି ପରଗ୍ରହୀଙ୍କୁ UFO ମଧ୍ୟରେ ଦେଖାଯାଇଛି
ଆମେରିକୀୟ ପ୍ରଫେସର କହିଛନ୍ତି ଯେ, ଆମେ ପୁରା ଦୁନିଆରେ ଖେଳାଇ ହୋଇ ରହିଛେ ଓ ଯେତିକି ଜିତିବା କଥା ସେତିକି ହାସଲ କରିଛ । ଆମେ ଜାଣିନେ କ’ଣ ଠିକ କ’ଣ ଭୂଲ । ମୋର ସର୍ବଶ୍ରେଷ୍ଠ ଅନୁମାନ ହେଉଛି ସେମାନେ ସେହି କଥା କରୁଛନ୍ତି । ମୋର ଅନୁମାନ ଯେ, ସେମାନେ ଆମ ଭଳି କାମ କରୁଛନ୍ତି । ପ୍ରଫେସର ଏଭଳି ଅନେକ ବ୍ୟକ୍ତିଙ୍କ ବୟାନର ଉଦାହଣ ଦେଇଛନ୍ତି ଯେଉଁମାନଙ୍କୁ ତଥାକଥିତ ଭାବେ ପରଗ୍ରହୀ ଅପହରଣ କରିଥିଲେ । ଅପହୃତଙ୍କୁ ପରଗ୍ରହୀ କହିଥିଲେ ଯେ, ଭବିଷ୍ୟତରେ ସେମାନଙ୍କୁ ଗୋଟିଏ କାମ କରିବାକୁ ପଡିବ ।
ଡକ୍ଟର ଜ୍ୟାକବସଙ୍କ ଅନୁସାରେ ଅପହୃତଙ୍କ ମଧ୍ୟରୁ ଅନେକ ସେମାନଙ୍କୁ ଏକାଭଳି ସନ୍ଦେଶ ମିଳିଥିବା କଥା କହିଛନ୍ତି । ପରଗ୍ରହୀ ସେମାନଙ୍କୁ ଭିଡ ଏକାଠି କରିବାକୁ କହିଥିବା ପ୍ରଫେସର କହିଛନ୍ତି । ପ୍ରଫେସରଙ୍କ ଅନୁସାରେ ଯେତେବେଳେ ସେମାନେ ବୁଢା ହୋଇଯିବେ ସେତେବେଳେ ସେମାନଙ୍କୁ ସଡ଼କ କରରେ ଛିଡା ହେବାକୁ ପଡିବ । ସେଠାରେ ଅଧିକ ସଂଖ୍ୟାରେ ଏଭଳି ବ୍ୟକ୍ତି ଥିବେ ଯେଉଁମାନେ ଛିଡା ହୋଇ ପାରୁନଥିବେ, ସେତେବେଳେ ତାଙ୍କୁ କେବଳ ଏତିକି କହିବାକୁ ହେବ ଯେ, ଆଗକୁ ବଢ଼, ସବୁକିଛି ବଢ଼ିଆ ହେବ । କିଛି ଅପହୃତ ମଧ୍ୟ ଉଡ଼ନ୍ତା ଥଳିଆ ଭିତରେ ମାନବୀୟ ଆକୃତିର ପରଗ୍ରହୀଙ୍କୁ ଦେଖିଥିବା ଦାବି କରିଛନ୍ତି ।