ମହିଳାଙ୍କ ଡରରେ ୫୫ ବର୍ଷ ହେଲା ଏକାନ୍ତବାସ

Above Post Content

ଜଣେ ୭୧ ବର୍ଷୀୟ ଆଫ୍ରିକୀୟ ବ୍ୟକ୍ତି ମହିଳାଙ୍କୁ ଏତେ ଭୟ କରନ୍ତି ଯେ ସେ ଦୀର୍ଘ ୫୫ ବର୍ଷ ହେଲା ଗୋଟିଏ ୧୫ ଫୁଟ୍ ବାଡ଼ ଘେରା ନିର୍ଜନ ଘରେ ଏକାନ୍ତବାସରେ ଜୀବନ କଟାଇ ଆସୁଛନ୍ତି । କାଲିକ୍‌ଷ୍ଟ ଏଞ୍ଜାମୱିତା ନାମକ ଏହି ବ୍ୟକ୍ତିଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲା, ସେତେବେଳେ ମହିଳାଙ୍କ ଡର ତାଙ୍କ ପାଇଁ ଅସହ୍ୟ ବୋଲି ସେ ଅନୁଭବ କଲେ । ସେ ମହିଳାମାନଙ୍କ ପାଖାପାଖି ଇଲାକାରେ ବି ରହିବାକୁ ଆତଙ୍କିତ ଅନୁଭବ କଲେ । ତେଣୁ ସେ ନିଜ ଘର ଚାରିପାଖେ କାଠବାଡ଼ ଦେଇ ରହିବା ସହ ସେବେଠାରୁ ଆଉ ବାହାରକୁ ବାହାରି ନାହାନ୍ତି । ତେବେ ତାଙ୍କ ପରିବାରର ମହିଳାମାନେ ତାଙ୍କୁ ଦୂରେଇଦେବା ପରିବର୍ତ୍ତେ ଏଞ୍ଜାମୱିତା ତାଙ୍କର ଦେଖାଶୁଣା କରି ଆସିଛନ୍ତି ।

Middle post content

ଘରର ମହିଳାମାନଙ୍କୁ ବି କରନ୍ତି ଭୟ

After 2nd paragraph post ads

ସେମାନେ ତାଙ୍କର ନିବୁଜ ଘର ଭିତରକୁ ଖାଦ୍ୟ ଓ ବସ୍ତ୍ର ଆଦି ଫିଙ୍ଗି ଦେଇ ଆସିଥା’ନ୍ତି । ଯଦିଓ ସେ ସମ୍ପର୍କୀୟ ମହିଳାମାନଙ୍କ ପାଇଁ କେବେ ବି କବାଟ ଖୋଲିନଥା’ନ୍ତି, ତେବେ ସେମାନେ ଦେଉଥିବା ସାମଗ୍ରୀକୁ ସେ ବ୍ୟବହାର କରିଥା’ନ୍ତି । ଏଞ୍ଜାମୱିତାଙ୍କର ଏପରି ଅସ୍ୱାଭାବିକ ଲକ୍ଷଣ ବାବଦରେ ଡାକ୍ତରୀ ବିଶ୍ଳେଷଣ କରାଯାଇନାହିଁ, ତେବେ ସେ ‘ଗାଇନୋଫୋବାୟା’ ବା ‘ମହିଳାଙ୍କ ପ୍ରତି ଅହେତୁକ ଭୟ’ରେ ପୀଡ଼ିତ ବୋଲି ଅନୁମାନ କରାଯାଉଛି । କାଲିକ୍‌ଷ୍ଟଙ୍କର ଏହି କାହାଣୀ ଗତ ଅଗଷ୍ଟ ମାସରେ ଲୋକଲୋଚନକୁ ଆସିଥିଲା, ଯେତେବେଳେ ଏକ ଆଫ୍ରିକୀୟ ଗଣମାଧ୍ୟମ ସଂସ୍ଥା ତାଙ୍କ ସମ୍ପର୍କିତ ଏକ ଭିଡିଓ ଛାଡ଼ିଥିଲା । ତେବେ ସେ ପ୍ରକୃତରେ ଆଫ୍ରିକାର କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami