ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍ଧାମ୍ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ବି ଏହି ଯୋଡ଼ି ଚର୍ଚ୍ଚାରେ ରହିଛନ୍ତି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ସେହିପରି ବିବାହ ପରେ ପ୍ରଥମ ଥର ର୍ୟାମ୍ପରେ ଚାଲିଛନ୍ତି ପରିଣୀତି । ତାହା ପୁଣି ପୁରା ନୂଆ ଲୁକ୍ରେ । ତାଙ୍କର ଏହି ନୂଆ ଲୁକ୍କୁ ତାଙ୍କ ପ୍ରଶସଂକଙ୍କୁ ବେଶ୍ ପସନ୍ଦ ଆସିଛି ।
ହାତରେ ଚୂଡ଼ି,ମଥାରେ ସିନ୍ଦୂର ପିନ୍ଧି ର୍ୟାମ୍ପରେ ଚାଲିଲେ
ଅଭିନେତ୍ରୀ ପରିଣୀତି ଚୋପ୍ରା ବିବାହ ପରେ ପ୍ରଥମଥର ପାଇଁ ଶାଢ଼ି ପିନ୍ଧି ର଼୍ୟାମ୍ପ ଶୋ’ରେ ଚାଲୁଥିବା ନଜର ଆସିଛନ୍ତି । ଫ୍ୟାଶନ ଡିଜାଇନ କାଉନସିଲ୍ ଅଫ୍ ଇଣ୍ଡିଆ (ଏଫ୍ଡିସିଆଇ) ଏକ୍ସ ଲାକ୍ମୀ ଫ୍ୟାଶନ ସପ୍ତାହରେ ପରିଣୀତି ଫାବିଆନାଙ୍କ ପାଇଁ ଶୋ’ଷ୍ଟର୍ପ ହୋଇଥିଲେ । ଏହି ସମୟରେ ସେ ହାତରେ ଚୁଡ଼ି ଏବଂ କପାଳରେ ସିନ୍ଦୂର ଲଗାଇଥିବାର ନଜର ଆସିଥିଲେ । ବିବାହ ପରେ ପ୍ରଥମଥର ପାଇଁ ତାଙ୍କୁ ଏକ ଫ୍ୟାଶନ ଇଭେଣ୍ଟରେ ଦେଖିବାକୁ ମିଳିଛି । ପରିଣୀତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ରାଜକୀୟ ଷ୍ଟାଇଲ୍ରେ ନଜର ଆସିଲେ
ର଼୍ୟାମ୍ପରେ ପରିଣୀତି ବହୁତ ରାଜକୀୟ ଦେଖାଯାଉଥିଲେ । ସେ ଗଳାରେ ମୋତି ହାର,ହାତରେ ଗୋଲାପୀ ଚୁଡ଼ି ଏବଂ ସିନ୍ଦୂର ପିନ୍ଧିଥିଲେ । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ଲୁକ୍କୁ ବେଶ୍ ପସନ୍ଦ କରିଛନ୍ତି । ବିବାହର ଏତେ ଦିନ ପରେ ବି ସେ ମଥାରେ ସିନ୍ଦୂର ଓ ହାତରେ ଚୂଡ଼ି ପିନ୍ଧୁଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବା ଉଚିତ୍ ବୋଲି ଅନେକ ମତ ଦେଇଛନ୍ତି । ପରିଣୀତି ସେପ୍େଟମ୍ବର ୨୪ରେ ଉଦୟପୁରରେ ଏଏପି ଏମ୍ପି ରାଘବ ଚଢ଼ାଙ୍କୁ ବିବାହ କରିଥିଲେ । ପରିଣୀତିଙ୍କ ବିବାହଠାରୁ ଆରମ୍ଭ କରି ତାଙ୍କ ନୂତନ ଘରେ ପ୍ରବେଶ ପର୍ଯ୍ୟନ୍ତ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।