ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍ଧାମ୍ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ସେହିପରି ବିବାହ ପରେ ଆଧୁନିକ ପୋଷାକରେ ପରିଣୀତିଙ୍କଠାରେ ପରମ୍ପରାର ଝଲକ ଦେଖିବାକୁ ମିଳିଛି, ଯାହା ତାଙ୍କ ପ୍ରଶସଂକଙ୍କ ହୃଦୟକୁ ଛୁଇଁଛି ।
ପରିଣୀତିଙ୍କ ନୂଆ ଲୁକ୍
ନିକଟରେ ମୁମ୍ବାଇ ବିମାନବନ୍ଦରରେ ପରିଣୀତିଙ୍କୁ ଦେଖିବାକୁ ମିଳିଥିଲା । ବିବାହ ପରେ ପ୍ରଥମ ଥର ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ସେ । ସେତେବେଳେ ପରିଣୀତି କଳା ପୋଷାକରେ ଥିଲେ । ବତ୍ତମାନ ତାଙ୍କୁ ଏକ ଡେନିମ୍ ଜିନ୍ସ ଓ ଧଳା ରଂଗର ସାର୍ଟରେ ଦେଖିବାକୁ ମିଳିଛି । ନବବିବାହିତା ପରିଣୀତିଙ୍କ ଆଧୁନିକ ଷ୍ଟାଇଲ ସମସ୍ତଙ୍କ ହୃଦୟ ଜିତିଛି । ପରିଣୀତିି ତାଙ୍କ ଷ୍ଟାଇଲିଷ୍ଟ୍ ପୋଷାକ ସାଙ୍ଗକୁ ମଥାରେ ସିନ୍ଦୂର ଓ ହାତରେ ଚୂଡ଼ି ଲଗାଇଥିବାରୁ ସମସ୍ତେ ତାଙ୍କ ଲୁକ୍କୁ ଖୁବ୍ ପସନ୍ଦ କରିଛନ୍ତି ।
ମଥାରେ ସିନ୍ଦୂର ଦେଖିବାକୁ ଭଲଲାଗୁଛି
ଇନ୍ଷ୍ଟାଗ୍ରାମ୍ରେ ପ୍ରଥମେ ପରିଣୀତିଙ୍କ ଏହି ନୂଆ ଲୁକ୍ର ଭିଡିଓ ସେୟାର ହେବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳିଛି । ଭିଡିଓରେ ପରିଣୀତି ତାଙ୍କ କାରରୁ ଓହ୍ଲାଇ ବିମାନବନ୍ଦର ଭିତରକୁ ଯାଉଥିବାର ନଜର ଆସିଛନ୍ତି । ଏହି ସମୟରେ, ସେ ପାପାରାଜିଙ୍କ ସହିତ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପାପାରାଜି ତାଙ୍କୁ ପୋଜ୍ ଦେବାକୁ କହୁଥିବାର ଦେଖାଯାଉଛି । ସେମାନଙ୍କ ମଧ୍ୟରୁ ଜଣେ କହୁଛନ୍ତି, ‘‘ଜିଜୁଙ୍କୁ କହିବ ଆମେ ମନେ ପକାଉଛୁ’’ । ତାହାର ଉତ୍ତରରେ ପରିଣୀତି କହୁଛନ୍ତି, ‘‘ମୁଁ ଏବେ କହିଦେବି’’ । ଅଭିନେତ୍ରୀଙ୍କ ଏହି ଭିଡିଓ ଉପରେ ଲୋକମାନେ ବହୁତ ମନ୍ତବ୍ୟ ଦେଇଛନ୍ତି । ଅନେକ କହିଛନ୍ତି, ‘‘ପରିଣୀତିଙ୍କ ସିନ୍ଦୂର ପ୍ରତ୍ୟେକ ପ୍ରଶଂସକଙ୍କ ହୃଦୟ ଜିତୁଛି ।’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ବିବାହକୁ ଏତେ ଦିନ ହେବା ପରେ ବି ପରିଣୀତି ସିନ୍ଦୂର ପିନ୍ଧୁଛନ୍ତି, ଦେଖିବାକୁ ଭଲ ଲାଗୁଛି ।’’