ଆମେରିକାକୁ ହେଲା ୨୪୫ ବର୍ଷ, ମାର୍କ ବଢିବ ବୋଲି ଜାତୀୟ ପତାକା ଡିଜାଇନ କରିଥିଲେ ହାଇସ୍କୁଲ ଛାତ୍ର

ଜୁଲାଇ ୪ ହେଉଛି ଆମେରିକାର ସ୍ୱାଧିନତା ଦିବସ୨୪୫ ବର୍ଷ ତଳେ ଆମେରିକା ବ୍ରିଟେନ ଅଧିନରୁ ନିଜକୁ ସ୍ୱାଧିନ ଘୋଷଣା କରିଥିଲା । ଆମେରିକା ଏବେ ବିଶ୍ୱର ସୁପରପାୱାର । କିନ୍ତୁ ଯେତେବେଳେ ଏହା ସ୍ୱାଧିନତା ପାଇଥିଲା, ସେତେବେଳେ ଚିତ୍ର ଅଲଗା ଥିଲା । ସେତେବେଳେ ବିଶ୍ୱର ଏକମାତ୍ର ସୁପରପାୱାର ଥିଲା ଗ୍ରେଟ୍ ବ୍ରିଟେନ୍ ଓ ତାକୁ ଚ୍ୟାଲେଂଜ ଦେବାକୁ ଉଭା ହେଉଥିଲା ଫ୍ରାନ୍ସ । ଅନେକଙ୍କ ପାଇଁ ଆମେରିକା ସ୍ୱପ୍ନର ଦେଶ । ତେବେ ଏହି ଦେଶ ସମ୍ବନ୍ଧରେ ଆସନ୍ତୁ ଜାଣିବା କିଛି ରୋଚକ କଥା ।

1) ଆମେରିକାର ସରକାରୀ ଭାଷା କ’ଣ ?

ଆମେରିକାର ସରକାରୀ ଭାଷା କ’ଣ ? ଏହି ପ୍ରଶ୍ନର ସହଜ ଉତ୍ତର ହେଉଛି ଇଂରାଜୀ । ତେବେ ସତ ହେଉଛି ଆମେରିକାର କୌଣସି ଆଧିକାରୀକ ଭାଷା ନାହିଁ । କିନ୍ତୁ ସ୍ୱାଧିନତା ପାଇବା ପରେ ଜର୍ମାନୀ ଭାଷାକୁ ସରକାରୀ ଭାଷା କରିବା ପାଇଁ ସେଠାରେ ଉଦ୍ୟମ ହୋଇଥିଲା । ଆମେରିକା ସ୍ୱାଧିନ ହେବା ପରେ ସେଠାରେ କେଉଁ ଭାଷାକୁ ସରକାରୀ ମାନ୍ୟତା ଦିଆଯିବ ତାକୁ ନେଇ ଢେର ଆଲୋଚନା ହୋଇଥିଲା । ସେତେବେଳର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଜର୍ମାନୀ ସହିତ ଭଲ ସମ୍ପର୍କ ଥିଲା ଓ ବ୍ରିଟେନକୁ ଘୃଣା କାରଣରୁ ସରକାରୀ ଭାଷା ଭାବେ ଜର୍ମାନୀକୁ ସ୍ୱିକୃତୀ ଦେବାକୁ ମତ ପ୍ରକାଶ କରିଥିଲେ । ୧୭୯୫ରେ ଜର୍ମାନୀ ଭାଷାକୁ ସରକାରୀ ଭାଷା ଭାବେ ପ୍ରାୟତଃ ମାନ୍ୟତା ମିଳିବାକୁ ଯାଉଥିଲା ତେବେ ପରେ ହୋଇଥିବା ଭୋଟରେ ଏହି ପ୍ରସ୍ତାବ କାଟ୍ ଖାଇଥିଲା । ଗୋଟିଏ ଭୋଟରେ ଜର୍ମାନୀ ଭାଷା ଆମେରିକାର ଆଧିକାରିକ ଭାଷା ମାନ୍ୟତା ପାଇବାରୁ ବଂଚିତ ହୋଇଥିଲା ।

2) ଆରମ୍ଭରେ ଆମେରିକାରେ ଥିଲେ ୧୩ ରାଜ୍ୟ

ସ୍ୱାଧିନତା ପାଇବା ବେଳେ ଆମେରିକାରେ ମୋଟ ରାଜ୍ୟ ସଂଖ୍ୟା ଥିଲା ୧୩ । ପରେ ଆମେରିକା ଟେକସାସକୁ ଆମେରିକା ମେକ୍ସିକୋଠାରୁ ବଳପୂର୍ବକ ଅଧିକାର କରିଥିଲା । ସେହିଭଳି ବଳପୂର୍ବକ ଅଧିକାର କରିଥିବା ଶେଷ ରାଜ୍ୟ ହେଉଛି ହାୱାଇ । ଏହା ପ୍ରଥମେ ଏକ ସ୍ୱାଧିନ ରାଷ୍ଟ୍ର ଥିଲା । ଜଣେ ଆମେରିକୀୟ ଧର୍ମଜାଜକ ସେଠାକୁ ଧର୍ମପ୍ରଚାର ପାଇଁ ଯାଇ ସେଠାକାର ରାଜପରିବାରକୁ କ୍ଷମତାରୁ ହଟାଇଥିଲେ । ରାଣୀଙ୍କୁ କ୍ଷମତାରୁ ହଟାଇବାରେ ଆମେରିକା ତାଙ୍କୁ ସାହାଯ୍ୟ କରିଥିଲା । ଆମେରିକୀୟ ମିଶନାରୀ ଓ ବ୍ୟବସାୟୀ ମିଳିମିଶି ହାୱାଇକୁ ନିଜ କବଜାକୁ ନେଇଥିଲେ । ହାୱାଇରେ ଏବେ ମଧ୍ୟ ସ୍ୱାଧିନତା ଦାବିରେ ଆନ୍ଦୋଳନ ହୁଏ ।

ଆମେରିକାର ଗୋଟିଏ ରାଜ୍ୟ ହେଉଛି ନେଭେଦା । ଏହି ରାଜ୍ୟର ଅଧା ଜମି କେନ୍ଦ୍ର ସରକାର ହାତରେ ଅଛି । ଏହି ରାଜ୍ୟକୁ ଆମେରିକା ସରକାର ଏକରକମ କିଣିଛନ୍ତି କହିଲେ ଭୁଲ ହେବନାହିଁ । ଆମେରିକା ଅନେକ ନ୍ୟାସନାଲ ମନୁମେଣ୍ଟାଲ ସହିତ ଏରିଆ ୫୧ ମଧ୍ୟ ରହିଛି । କୁହାଯାଏ ସେଠାରେ ଆମେରିକା ଏଲିଅନଙ୍କ ଉପରେ ଗୁପ୍ତ ଗବେଷଣା କରୁଛି ।

3) ସବୁଠାରୁ ବଡ ରାଜ୍ୟ ଆଲାସ୍କାକୁ ମଧ୍ୟ କିଣିଥିଲା ଆମେରିକା

ଆମେରିକାର ସବୁଠାରୁ ବଡ ରାଜ୍ୟ ଆଲାସ୍କା । ଏହା ମୁଳ ଆମେରିକାର ଅଂଗ ନଥିଲା । ଏହାକୁ ୧୮୬୨ ମସିହାରେ ଆମେରିକା ରୁଷଠାରୁ କିଣିଥିଲା । ଏଥିପାଇଁ ଋଷକୁ ଆମେରିକା ଦେଇଥିଲା ୭୬ ଲକ୍ଷ ଟଙ୍କା । ଏବେ ଏହାର ମୁଲ୍ୟ ଆଙ୍କିବା ସହଜ ନୁହେଁ । ଆମେରିକାର ସୁନାଖଣି ଭାବେ ଆଲସ୍କା ପରିଚିତ ।

4) ପିଜା ଖାଇବାରେ ସବୁଠୁ ଆଗରେ

ପିଜା ଇଟାଲିରୁ ଆମେରିକା ଆସିଥିଲା । ଉନଂବିଶ ଶତାବ୍ଦିରେ ଇଟାଲିରୁ ଅନେକ ସଂଖ୍ୟାରେ ପ୍ରବାସୀ ଆସିଥିଲେ । ଏହି ପ୍ରବାସୀଙ୍କ ସହିତ ପିଜା ମଧ୍ୟ ଆମେରିକା ଆସିଥିଲା । ଆଉ ଏବେ ପୃଥିବୀରେ ସବୁଠୁ ଅଧିକ ପିଜା ଖାଉଥିବା ଦେଶ ହେଉଛି ଆମେରିକା । ୱାଶିଂଟନ ପୋଷ୍ଟ୍ ଅନୁସାରେ ଆମେରିକାରେ ଦୈନିକ ଯେତିକି ପିଜା ଖିଆଯାଏ ସେଥିରେ ୧୦୦ ଏକର ଜମି ଆଛାଦିତ ହୋଇ ପାରିବ । ଆମେରିକାର ନିଜ ଖାଦ୍ୟ ହମବର୍ଗର ମଧ୍ୟ ପିଜାଠାରୁ ଢେର ପଛରେ ଅଛି ।

5) ମାର୍କ୍ ପାଇଁ ଜାତୀୟ ପତାକା ଡିଜାଇନ୍ !

ଆମେରିକା ଜାତୀୟ ପତାକାକୁ ଜଣେ ସ୍କୁଲ ଛାତ୍ର ଡିଜାଇନ୍ କରିଥିଲେ । ଆଉ ଏହା ପଛରେ ରହିଛି ଏକ ରୋଚକ କାହାଣୀ । ରବର୍ଟ ଜି ହେଫ୍ଟ ନାମକ ଏହି ଛାତ୍ରଙ୍କ ପ୍ରଦର୍ଶନ ଭଲ ନଥିଲା । ସେ କ୍ଲାସରେ ଲଗାତର କମ ଅଙ୍କ ପାଉଥିଲେ । ଥରେ ଜଣେ ଶିକ୍ଷକ ଥଟ୍ଟା କରି ତାଙ୍କୁ କହିଥିଲେ ଯେ, ଯଦି ସେ ଆମେରିକାର ଜାତୀୟ ପତାକା ଡିଜାଇନ୍ କରିଦେବେ ତେବେ ତାଙ୍କୁ ଭଲ ଗ୍ରେଡ୍ ମିଳିବ । ଏହି ଥଟ୍ଟାକୁ ଗମ୍ଭୀରତାର ସହିତ ନେଇ ରବର୍ଟ ପତାକା ଡିଜାଇନ୍ ଆରମ୍ଭ କରିଥିଲେ । ସେ ଜାତୀୟ ପତାକାରେ ୫୦ ତାରାଙ୍କୁ ସ୍ଥାନ ଦେଇଥିଲେ । ପ୍ରତି ତାରା ଗୋଟିଏ ଗୋଟିଏ ରାଜ୍ୟର ପ୍ରତିନିଧିତ୍ୱ କରନ୍ତି । ୪ ଜୁଲାଇ ୧୯୬୦ରେ ତୃତୀୟ ଥର ପାଇଁ ରବର୍ଟଙ୍କ ପତାକାକୁ ଆମେରିକାର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା । ଏହା ପୂର୍ବରୁ ୧୭୭୫ ଓ ୧୭୭୭ରେ ଦୁଇ ଥର ଆମେରିକା ଜାତୀୟ ପତାକା ବାଛିଥିଲା । ହଁ, ରବର୍ଟଙ୍କ ଗ୍ରେଡ୍ ମଧ୍ୟ ବୃଦ୍ଧି ପାଇଥିଲା । ତାଙ୍କ ଗ୍ରେଡକୁ ବି’ରୁ ଏ’ କରି ଦିଆଯାଇଥିଲା ।

245 years american independence୨୪୫ ବର୍ଷalaskaamericaamerican flagamerican flag designamerican missionariesfreedom from britishgermany languagegreat britainhamburgerhawaiihistory of americaitaly to americajuly 4 independence daymexiconevadapizzarussiasuperpower countryTexasUnited statesunited states of americaUS official languageUSAଆମେରିକା ଜାତୀୟ ପତାକାଆମେରିକା ରୁଷଆମେରିକାର ସରକାରୀ ଭାଷାଆମେରିକାର ସ୍ୱାଧିନତା ଦିବସଆମେରିକୀୟ ଧର୍ମଜାଜକଆମେରିକୀୟ ମିଶନାରୀଗ୍ରେଟ୍ ବ୍ରିଟେନ୍ଜର୍ମାନୀ ଭାଷାଜାତୀୟ ପତାକାରେ ୫୦ ତାରାଙ୍କୁ ସ୍ଥାନଟେକସାସନେଭେଦାପିଜା ଇଟାଲିରୁ ଆମେରିକାବଡ ରାଜ୍ୟ ଆଲାସ୍କାରବର୍ଟ ଜି ହେଫ୍ଟୱାଶିଂଟନ ପୋଷ୍ଟ୍ହମବର୍ଗର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami