କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । କେଜ୍‌ରିୱାଲଙ୍କୁ ଗିରଫ କରିବା ପାଇଁ ଦୁଇ ବର୍ଷ କାହିଁକି ଲାଗିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାର ଅନୁସନ୍ଧାନରେ ଇଡି ନେଇଥିବା ସମୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

୧୦୦ କୋଟି ଟଙ୍କା ଅପରାଧର ଆୟ

ସୁପ୍ରିମକୋର୍ଟ କହିଛନ୍ତି ଯେ, ଜିନିଷକୁ ସାମ୍ନାକୁ ଆଣିବା ପାଇଁ ଦୁଇ ବର୍ଷ ସମୟ ଲାଗିଛି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପନକର ଦତ୍ତଙ୍କ ବେଞ୍ଚକୁ କହିଛନ୍ତି ଯେ, ଇଲେକ୍ଟ୍ରୋନିକ ପ୍ରମାଣ ନଷ୍ଟ କରିବା ଏବଂ ହାୱାଲା ମାଧ୍ୟମରେ ୧୦୦ କୋଟି ଟଙ୍କା ପଠାଇବା ଅଭିଯୋଗ ରହିଛି । ଅନୁସନ୍ଧାନକାରୀ ସଂସ୍ଥାର ଯୁକ୍ତି ଉପରେ ବିଚାରପତି କହିଛନ୍ତି, ୧୦୦ କୋଟି ଟଙ୍କା ଅପରାଧର ଆୟ ଅଟେ । କିନ୍ତୁ ଏହି ଘୋଟାଲାର ମୂଲ୍ୟ ୧୧୦୦ କୋଟି ଟଙ୍କା ବୋଲି କୁହାଯାଉଛି । ଏହି ବୃଦ୍ଧି କିପରି ହେଲା? ଯେତେବେଳେ କି ଇଡି କୋର୍ଟରେ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରିଥିଲେ ଏବଂ ତଦନ୍ତ ସମୟରେ ତାଙ୍କ ନାମ ଆସିଥିବା କହିଥିଲେ ।

Arvind Kejriwal cmarvind kejriwal delhi cmkejriwals petitionsupreme court questions to ed
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami