କରୋନା କାଳରେ ନକଲି ଟିକା କେନ୍ଦ୍ରକୁ କେମିତି ଚିହ୍ନିବେ?

କରୋନା କାଳରେ ଗୋଟିଏ ପଟେ ଭୂତାଣୁ ଡରାଉଛି । ଅନ୍ୟପଟେ କିଛି ଖଳ ପ୍ରକୃତିର ଲୋକଙ୍କ ଠକେଇ ଅନେକଙ୍କ ଜୀବନକୁ ବିପନ୍ନ କରି ଦେଇଛି । ମୁମ୍ବାଇଠାରୁ କୋଲକତା । ସବୁଠି ଏହିଭଳି ଠକ ଏବେ ସକ୍ରୀୟ । ଟିକା କେନ୍ଦ୍ରରେ ନାହିଁନଥିବା ଗହଳିର ଫାଇଦା ଉଠାଇ କିଛି ଠକ ଦେଶର ବିଭିନ୍ନ ସ୍ଥାନରେ ନକଲି ଟିକାକେନ୍ଦ୍ର ଖୋଲି ଲୋକଙ୍କୁ ଠକିବା ସହିତ ସେମାନଙ୍କ ଜୀବନକୁ ବିଦରେ ପକାଉଛନ୍ତି । କୋଲକାତରେ ନିକଟରେ ଟିଏମସିର ଜଣେ ସାଂସଦ ଏହିଭଳି ଗୋଟିଏ ନକଲି ଟିକା କେନ୍ଦ୍ରରେ ଟିକା ନେଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୁମ୍ବାଇର ଏକ ପ୍ରତିଷ୍ଠିତ ହସ୍ପିଟାଲର ଜଣେ କର୍ମଚାରୀ ବଲିଉଡ୍ ସମେତ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ନକଲି ଟିକା ଦେଇଛି । ସେହି ବ୍ୟକ୍ତି ଏବେ ପୋଲିସ କବଜାର । ତେବେ ଏମିତି କିଛି ସରଳ ଉପାୟ ରହିଛି ଯାହାଦ୍ୱାରା ଆପଣ ନକଲି ଟିକା କେନ୍ଦ୍ରକୁ ଚିହ୍ନି ପାରିବେ ।

ଯଦି କୌଣସି ସୋସାଇଟି କିମ୍ବା କଲୋନି ନିଜ ଅଂଚଳରେ ଟିକା କ୍ୟାମ୍ପ ଲଗାଇବାକୁ ଚାହାନ୍ତି ତେବେ ତାଙ୍କୁ (ରେସିଡେଣ୍ଟ୍ ୱେଲଫେୟାର ଆସୋସିଏସନ)ଙ୍କୁ ସ୍ଥାନୀୟ ଅଧିକାରୀଙ୍କ ସହିତ ପୋଲିସକୁ ସୂଚିତ କରିବାକୁ ହେବ । ପୋଲିସ ଓ ସ୍ଥାନୀୟ ଅଧିକାରୀଙ୍କ ସହମତି ମିଳିଲେ ହିଁ ଟିକା କ୍ୟାମ୍ପ୍ ସ୍ଥାପିତ ହୋଇପାରିବ । ଏମିତିରେ ଆପଣ ଯଦି ଏଭଳି କୌଣସି କ୍ୟାମ୍ପରୁ ଟିକା ନେବାକୁ ଚାହାନ୍ତି ତେବେ ଆୟୋଜକଙ୍କଠାରୁ ସ୍ଥାନୀୟ ପ୍ରଶାସନ ଓ ପୋଲିସର ଅନୁମତିପତ୍ର ଦେଖାଇବାକୁ କୁହନ୍ତୁ । ପ୍ରଥମେ ପରଖନ୍ତୁ ଓ ତା’ପରେ ଟିକା ନିଅନ୍ତୁ

ଯଦି ସମ୍ଭବ ତେବେ RWA କିମ୍ବା କର୍ପୋରେଟ୍ କମ୍ପାନିଙ୍କୁ ଆଗକୁ ବଢି ଘରୋଇ ହସ୍ପିଟାଲଙ୍କ ସହିତ ଚୁକ୍ତି କରନ୍ତୁ । ଘରୋଇ ହସ୍ପିଟାଲଙ୍କ ସହିତ ଟିକା କ୍ୟାମ୍ପ ପାଇଁ ଚୁକ୍ତି କରିବାର ଗୋଟିଏ ଲାଭ ହେଉଛି ଯେ, ଯଦି କୌଣସି ଠକ ସଂସ୍ଥା ସେହି ଅଂଚଳରେ ନକଲି ଭ୍ୟାକ୍ସିନେସନ୍ କରୁଛି ତେବେ ହସ୍ପିଟାଲରୁ ହିଁ ଏସମ୍ବନ୍ଧରେ ତଥ୍ୟ ମିଳିଯିବ । ହସ୍ପିଟାଲ ସହିତ ଯୋଗାଯୋଗ କରିବା ଦ୍ୱାରା କୌଣସି ସଂସ୍ଥା ତାଙ୍କ ନାମ ନେଇ ଟିକା କରଣ କରୁଛି କି ନାହିଁ ତାହା ଜଣା ପଡିବ ।

ଟିକା ନେବା ପାଇଁ ପ୍ରସ୍ତୁତ ହେଉଥିବା ସମସ୍ତେ କୋୱିନ୍ ପୋର୍ଟାଲରେ ନିଜ ନାମ ପଂଜିକରଣ କରିବା ଆବଶ୍ୟକ । ଏହା ସହିତ ଏଭଳି କୌଣସି ସେଣ୍ଟରକୁ ଟିକା ନେବାକୁ ଯାନ୍ତୁ ନାହିଁ ଯାହାର ନାମ ପୋର୍ଟାଲରେ ପଂଜିକୃତ ହୋଇନଥିବ । ଏହା ବ୍ୟତିତ ଟିକା ନେବା ପରେ ତୁରନ୍ତ ସେଣ୍ଟରକୁ ଆପଣଙ୍କ ଟିକା ସାର୍ଟିଫିକେଟ୍ ଦେବାକୁ ଦାବି କରନ୍ତୁ । ଯଦି କେହି ସାର୍ଟିଫିକେଟ୍ ଦେବାରେ ବିଳମ୍ବ କରେ କିମ୍ବା ଟାଳଟୁଳ କରେ ତେବେ ଜାଣନ୍ତୁ ଯେ, କିଛି ଗଡବଡ ଅଛି ।

କରୋନା ଟିକା ନେବା ପରେ ସମସ୍ତଙ୍କୁ ଜ୍ୱର, ଦେହ ଘୋଳାବିନ୍ଧା ନହୋଇପାରେ କିନ୍ତୁ ଅଧିକାଂଶ ଲୋକଙ୍କୁ ଦିନେରୁ ଦୁଇ ଦିନ ପାଇଁ ଏଭଳି ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡିପାରେ । ଟିକା ନେବା ପରେ ଏଭଳି ଲକ୍ଷଣ ପ୍ରତି ଆଲର୍ଟ ରୁହନ୍ତୁ । ଆପଣଙ୍କ ସହିତ ଟିକା ନେଇଥିବା ଲୋକଙ୍କୁ ସେମାନେ ସେହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ନାହିଁ ତାହା ପଚାରି ବୁଝନ୍ତୁ । ଯଦି ଗୋଟିଏ ଟିକା କେନ୍ଦ୍ରରେ ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କଠାରେ ଟିକା ପରବର୍ତ୍ତି ଲକ୍ଷଣ ଦେଖିବାକୁ ନମିଳେ ତେବେ ଜାଣନ୍ତୁ ଏହି ଟିକା ନକଲି ହୋଇପାରେତୁରନ୍ତ ଏସମ୍ବନ୍ଧରେ ସୂଚନା ସ୍ଥାନୀୟ ପ୍ରଶାସନକୁ ଦିଅନ୍ତୁ

Corporate companiesCovaxincovishieldCoWin portalCoWin vaccine registrationdownload vaccine certificateduplicate vaccinesFake Covid vaccinationfake covid vaccination camps in bengalFake COVID-19 vaccination registration appsfake vaccination centresfraudsters and hackersmumbai fake vaccination campsMumbai hospitalpolice clearanceresident welfare associationRWATMC MLAvaccination campsvaccine certificateଜ୍ୱରଟିଏମସି ସାଂସଦଟିକା କେନ୍ଦ୍ରଟିକା କ୍ୟାମ୍ପଟିକା ନିଅନ୍ତୁଟିକା ସାର୍ଟିଫିକେଟ୍ଦେହ ଘୋଳାବିନ୍ଧାନକଲି ଟିକାନକଲି ଟିକା କେନ୍ଦ୍ରନକଲି ଭ୍ୟାକ୍ସିନେସନ୍ପୋଲିସର ଅନୁମତିପତ୍ରମୁମ୍ବାଇର ଏକ ପ୍ରତିଷ୍ଠିତ ହସ୍ପିଟାଲରେସିଡେଣ୍ଟ୍ ୱେଲଫେୟାର ଆସୋସିଏସନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami