ରିଜର୍ଭ ବ୍ୟାଙ୍କ୍ ପାଖରେ ମୋଟ କେତେ ସୁନା ଅଛି ? କ’ଣ ପାଇଁ RBI ସୁନା ଗଛିତ ରଖେ, ଜାଣନ୍ତୁ

ଗତ ୨୦ ବର୍ଷ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ଗଛିତ ସ୍ୱର୍ଣ୍ଣ ବା ରିଜର୍ଭ ଗୋଲ୍ଡ ୧୨ଗୁଣରୁ ଅଧିକ ବଢିଛି । ରାଜ୍ୟସଭାରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ବୈଦେଶିକ ମୁଦ୍ରା ରିଜର୍ଭ ଭାବେ ଗୋଲ୍ଡ୍ ରିଜର୍ଭ ରଖିଥାନ୍ତି । ଗୋଲ୍ଡ ରିଜର୍ଭର ଦେଖାଶୁଣା ଓ ପ୍ରବନ୍ଧନ ଆଦି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦାୟିତ୍ୱ ହୋଇଥାଏ । ସଂକଟ କାଳରେ ସୁରକ୍ଷା ଓ ଲିକ୍ୱିଡିଟି ଦୃଷ୍ଟିରୁ ମଧ୍ୟ ଆରବିଆଇ ଗୋଲ୍ଡ ରିଜର୍ଭ ରଖିଥାଏ । କେବଳ ୫ଟି ଦେଶଙ୍କ ପାଖରେ ଭାରତ ତୁଳନାର ଅଧିକ ସ୍ୱର୍ଣ୍ଣ ଭଣ୍ଡାର ରହିଛି ।

ରାଜ୍ୟସଭାରେ ସରକାରଙ୍କ ଗୋଲ୍ଡ ରିଜର୍ଭକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ହୋଇଥିଲା । ସାଂସଦ ଅନିଲ ଦେଶାଇଙ୍କ ପ୍ରଶ୍ନ ଥିଲା ଯେ, କ’ଣ କୌଣସି ପ୍ରକାରର ଜରୁରୀକାଳିନ ପରିସ୍ଥିତି ପାଇଁ ରିଜର୍ଭ ବ୍ୟାଙ୍କ ସୁନା ଗଛିତ ରଖିଛି କି ? ଯଦି ଏଭଳି କଥା ତେବେ ୨୦୦୧ରୁ ୨୦୧୪ ଓ ୨୦୧୪ରୁ ୨୦୨୦ ମଧ୍ୟରେ ଆରବିଆଇ ପାଖରେ ମୋଟ କେତେ ସୁନା ଥିଲା ? ଦେଶାଇ ଏହା ମଧ୍ୟ ପଚାରିଥିଲେ ଯେ, କ’ଣ କେବେ ଏଭଳି ପରିସ୍ଥିତି ଉତ୍ପନ ହୋଇଛି ଯେତେବେଳେ ସରକାରଙ୍କୁ ଏହି ସୁନା ବନ୍ଧା ରଖି ଋଣ ନେବାକୁ ପଡିଥିଲା ?

୩୦ ବର୍ଷ ତଳେ ଆରବିଆଇ ସୁନା ବନ୍ଧା ରଖିଥିଲା

ତେବେ ଆସନ୍ତୁ ଜାଣିବା ରିଜର୍ଭ ବ୍ୟାଙ୍କ କେବେ ସୁନା ବନ୍ଧା ରଖିଥିଲା । ପ୍ରାୟ ୩୦ ବର୍ଷ ତଳେ ଜୁଲାଇ ୧୯୯୧ ମସିହାରେ ଆରବିଆଇ ବ୍ୟାଙ୍କ ଅଫ୍ ଜାପାନ ଓ ବ୍ୟାଙ୍କ ଅଫ୍ ଇଂଲଣ୍ଡ ପାଖରେ ୪୬.୯୧ ଟନ୍ ସୁନା ବନ୍ଧା ରଖି ୪୦୫ ମିଲିୟନ ଡଲାର ଲୋନ୍ ଆଣିଥିଲା । ସେପ୍ଟେମ୍ବର ଓ ନଭେମ୍ବର ୧୯୯୧ ମଧ୍ୟରେ ଏହି ଟଙ୍କାକୁ ଫେରସ୍ତ ମଧ୍ୟ କରାଯାଇଥିଲା ।

ଆରବିଆଇ ପାଖରେ କେତେ ସୁନା ଅଛି ?

୨୦୦୦-୨୦୦୧ ମଧ୍ୟରେ ମୋଟ ଗୋଲ୍ଡ ରିଜର୍ଭ ୨ ହଜାର ୭୨୫ ମିଲିୟନ ଡଲାର ଥିଲା । ଯାହା ୨୦୧୩-୧୪ରେ ବୃଦ୍ଧି ପାଇ ୨୧ ହଜାର ୫୬୭ ମିଲିୟନ ଡଲାର ହୋଇଥିଲା । ୨୦୧୪-୧୫ରୁ ୨୦୨୦ ମଧ୍ୟରେ ଏହି ରିଜର୍ଭ ୩୩ ହଜାର ୮୮୦ ମିଲିୟନ ଡଲାର ହୋଇଛି । ଏହିଭଳି ଭାବେ ଭାରତର ଗୋଲ୍ଡ ରିଜର୍ଭ ଗତ ୨୦ ବର୍ଷ ମଧ୍ୟରେ ୧୨ ଗୁଣରୁ ଅଧିକ ବଢିଛି ।

ଅନ୍ୟ ଦେଶ ମଧ୍ୟ ନିଜ ଗୋଲ୍ଡ ରିଜର୍ଭ ବଢାଉଛନ୍ତି

ସୂଚନାଯୋଗ୍ୟ ଯେ, ଭାରତ ବ୍ୟତିତ ଅନ୍ୟ କିଛି ଦେଶ ମଧ୍ୟ ଗତ କେଇ ବର୍ଷ ମଧ୍ୟରେ ନିଜ ଗୋଲ୍ଡ ରିଜର୍ଭକୁ ବଢାଇଛନ୍ତି । ଅଧିକାଂଶ ବିକାଶଶୀଳ ଦେଶ ନିଜ ଗୋଲ୍ଡ ରିଜର୍ଭ ବଢାଇବା ପଛରେ ଆମେରିକା ଡଲାର ରହିଛି । ଆମେରିକୀୟ ଡଲାର କାରଣରୁ ଉତ୍ପନ ହେଉଥିବା ରିସ୍କକୁ କମ କରିବା ପାଇଁ ଗୋଲ୍ଡ ରିଜର୍ଭ କରାଯାଇଥାଏ । କିନ୍ତୁ ଭାରତ ଦ୍ୱାରା ସର୍ବାଧିକ ଗୋଲ୍ଡ ରିଜର୍ଭ ରଖିବାର ଏକ ସୀମା ମଧ୍ୟ ରହିଛି । ସବୁଠାରୁ ଅଧିକ ସୁନା ଗଛିତ ରଖିବା ମାମଲାରେ ଭାରତଠାରୁ ଆମେରିକା, ଜର୍ମାନୀ, ଫ୍ରାନ୍ସ ଓ ସ୍ୱିଜରଲାଣ୍ଡ ଆଗରେ ଅଛନ୍ତି । ଏହି ଦେଶଙ୍କ ଛଡା ଚୀନ୍ ପାଖରେ ମଧ୍ୟ ଭାରତଠାରୁ ଅଧିକ ଗୋଲ୍ଡ ରିଜର୍ଭ ରହିଛି ।

american dollarbank of englandbank of japancentral government.China highest gold reservedeveloped countriesfinance ministryfinancial crisisforeign goldFranceGermanygold loanhighest gold reserveHighest gold reserve countriesHow much gold reserve does RBI has?liquidityMP Anil desaiRajya sabhaRBIreserve bank of Indiareserve goldswitzerlandUSAଅଧିକାଂଶ ବିକାଶଶୀଳ ଦେଶଅର୍ଥମନ୍ତ୍ରଣାଳୟଆମେରିକାଆମେରିକା ଡଲାରଗଛିତ ସ୍ୱର୍ଣ୍ଣଜର୍ମାନୀଫ୍ରାନ୍ସବୈଦେଶିକ ମୁଦ୍ରାବ୍ୟାଙ୍କ ଅଫ୍ ଇଂଲଣ୍ଡବ୍ୟାଙ୍କ ଅଫ୍ ଜାପାନଭାରତୀୟ ରିଜର୍ଭ ବ୍ୟାଙ୍କରାଜ୍ୟସଭାରିଜର୍ଭ ଗୋଲ୍ଡଲିକ୍ୱିଡିଟିସଂକଟ କାଳରେ ସୁରକ୍ଷାସର୍ବାଧିକ ଗୋଲ୍ଡ ରିଜର୍ଭସାଂସଦ ଅନିଲ ଦେଶାଇସୁନା ବନ୍ଧାସ୍ୱିଜରଲାଣ୍ଡ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami