ମହଙ୍ଗା ମାଡରେ ଆହତ ଉପଭୋକ୍ତା

ତିନି ମାସରେ ନିତିଦିନିଆ ବ୍ୟବହାର୍ଯ୍ୟ ପଦାର୍ଥ ମୂଲ୍ୟରେ ୪୦ ପ୍ରତିଶ ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହିତ ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବ୍ୟାପକ ଭାବେ ବଢିଛି । ଏକ ହିସାବ ଅନୁସାରେ ଗତ ତିନି ମାସ ଭିତରେ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ମୁଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ସାମଗ୍ରୀ ଭିତରେ ଅଛନ୍ତି ସାବୁନ, ସାମ୍ପୁ, ଟୁଥପେଷ୍ଟ ଓ ଖାଦ୍ୟ ସାମଗ୍ରୀ । ସାବୁନ, ଶାମ୍ପୁ, ଟୁଥପେଷ୍ଟ ବ୍ୟତିତ ୱାସିଂ ପାଉଡର, ଚା’, ଖାଇବା ତେଲ, କ୍ୟାଚପ୍, ଜାମ୍, ନୁଡୁଲ୍ସ,ଶିଶୁଖାଦ୍ୟର ଦାମ ମଧ୍ୟ ବଢିଛି ।

ଏଣେ ଅମୁଲ ମଧ୍ୟ ତା’ର ଖିର ଦାମ ବଢାଇ ଦେଇଛି । ଦିଲ୍ଲୀ ସହିତ ଅହମ୍ମଦାବାଦ ଓ ଗୁଜୁରାଟର ସୌରାଷ୍ଟ୍ର ଅଂଚଳରେ ଅମୁଳ ଖିର ଲିଟର ପିଛା ୨ଟଙ୍କା ବଢିଛି । ଏହି ଦୁଇଟଙ୍କା ବୃଦ୍ଧି ପାଇଁ ଏମଆରପିରେ ଚାରି ପ୍ରତିଶତ ବୃଦ୍ଧି ହୋଇଥାଏ । ଗତ ଦେଢ ବର୍ଷ ମଧ୍ୟରେ ଅମୁଲ ତାର ଖିର ମୁଲ୍ୟ ବଢାଇ ନଥିଲା । ଦେଢ ବର୍ଷ ମଧ୍ୟରେ ପ୍ରଥମ ଥରପାଇଁ ଖିର ମୁଲ୍ୟ ବୃଦ୍ଧି ହୋଇଛି ।

LPGସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି

ସରକାରୀ ତୈଳ କମ୍ପାନୀ ଘରୋଇ ରୋଷେଇ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୨୫ ଟଙ୍କା ବଢାଇ ଦେଇଛନ୍ତି । ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୮୩୪ ଟଙ୍କା ଥିବା ବେଳେ ଓଡ଼ିଶାରେ ୮୫୦ ଟଙ୍କା ରହିଛି । ଅନ୍ୟପକ୍ଷରେ କୋଲକତାରେ ସିଲିଣ୍ଡର ମୁଲ୍ୟ ୮୬୧ ଟଙ୍କା ହୋଇଛି । ସେହିଭଳି ମୁମ୍ବାଇ ଓ ଚେନ୍ନାଇରେ ସିଲିଣ୍ଡର ମୂଲ୍ୟ ଯଥାକ୍ରମେ ୮୩୪ ଓ ୮୫୦ ଟଙ୍କା ରହିଛି ।

ଏସି, ଟିଭି, ଫ୍ରିଜ୍, କୁଲର ଆହୁରି ମହଙ୍ଗା ହେବ

ଘରେ ବ୍ୟବହାର ହେଉଥିବା ଇଲେକଟ୍ରୋନିକ୍ ସାମଗ୍ରୀର ମୁଲ୍ୟ ମଧ୍ୟ ଆଗକୁ ବଢିବାକୁ ଯାଉଛି । ଲକଡାଉନ୍ କାରଣରୁ ଦେଶରେ ଫ୍ୟାକ୍ଟ୍ରି ବନ୍ଦ ଅଛି । ତେଣୁ ଏହି ସାମଗ୍ରୀର ଉତ୍ପାଦନ ବନ୍ଦ ଥିଲା । ଲକଡାଉନ କାଳରେ ତମ୍ବା ଉତ୍ପାଦନ ବନ୍ଦ ଥିଲା । ତେବେ ଚାହିଦା ବଢିବା କାରଣରୁ ତମ୍ବା ମୂଲ୍ୟ ବଢିଯାଇଛି । ଏହି କାରଣରୁ ଟିଭି, ଫ୍ରିଜ୍, କୁଲର ଭଳି ସାମଗ୍ରୀର ଦାମ ବଢିବ । ଏହି ସବୁ ସାମଗ୍ରୀରେ କଏଲ ଲାଗିଥାଏ, ଯେଉଁଥିରେ ତମ୍ବା ବ୍ୟବହାର ହୁଏ । ତେଣୁ ମୂଲ୍ୟ ବୃଦ୍ଧି ହେବା ପକ୍କା ।

ସୋରିଷ ତେଲ ଦାମ ବୃଦ୍ଧି

ଦେଶରେ ଖାଇବା ତେଲ ଦାମ ଗତ ତିନି ମାସରେ ଅତ୍ୟଧିକ ବଢିଛିସୋରିଷ ତେଲ ଏବେ ଲିଟର ପିଛା ୨ଶହ ଟଙ୍କାରେ ପହଂଚିଲାଣି । ସେହିଭଳି ରାଇସ ବ୍ରାନ୍ ଓ ଅନ୍ୟ ତେଲ ଦାମ ମଧ୍ୟ ବଢିଛି । ତେବେ ସରକାର ଖାଇବା ତେଲ ଦାମ କମାଇବା ପାଇଁ କିଛିଟା ଉଦ୍ୟମ କରିଛନ୍ତି । ଅଶୋଧିତ ପାମ୍ ଅଏଲ ଆମଦାନୀ ଉପରେ ଶୁଳ୍କକୁ କେନ୍ଦ୍ର ୫ ପ୍ରତିଶତ ହ୍ରାସ କରିଛି । ଫଳରେ ରିଫାଇନଡ୍ ପାମୋଲିନ୍ ଅଏଲ କୁଇଣ୍ଟାଲ ପିଛା ୨୫୦ ଟଙ୍କା କମିଛି ।

୪୦ ପ୍ରତିଶତ ବୃଦ୍ଧିair conditionerAmul milkcooking oilcoolercurrent inflation rate in india 2021dearnesselectronics prices highessential commoditiesessential productsexpensiveFood inflationFridgefuelGroceriesGujarat Cooperative Milk Marketing Federationhigh inflationhigh inflation in lockdownincrease in fuel pricesindustrial commoditiesjob lossesLPG cylinder ratesLPG price hikemilkmustard oil pricepetroleum gasTVଅମୁଲଆହତ ଉପଭୋକ୍ତାଇଲେକଟ୍ରୋନିକ୍ ସାମଗ୍ରୀର ମୁଲ୍ୟଏଲପିଜି ସିଲିଣ୍ଡରଓଡ଼ିଶାରେ ୮୫୦ ଟଙ୍କାକୁଲରଖାଦ୍ୟ ସାମଗ୍ରୀଟିଭିଟୁଥପେଷ୍ଟପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିଫ୍ରିଜ୍ମହଙ୍ଗା ମାଡରାଇସ ବ୍ରାନ୍ରିଫାଇନଡ୍ ପାମୋଲିନ୍ ଅଏଲଲକଡାଉନ୍ସରକାରୀ ତୈଳ କମ୍ପାନୀସାବୁନସାମ୍ପୁସୋରିଷ ତେଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami