ନାମାଙ୍କନ ଭରିଲେ କୋରାଇ ପ୍ରାର୍ଥୀ ସନ୍ଧ୍ୟାରାଣୀ

ଯାଜପୁର: ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ । ଯାଜପୁର ଜିଲ୍ଲାର କୋରାଇ ପାଇଁ ବିଜୁ ଜନତା ଦଳ ପ୍ରାର୍ôଥନୀ ସଂଧ୍ୟାରାଣୀ ନାମାଙ୍କନ ପତ୍ର ଦାଖଲ କରିିଛନ୍ତି । ସେ ପ୍ରଥମେ ପାଣିକୋଇଲି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା କରିବା ସହ ମା’ଙ୍କ ଆର୍ଶିବାଦ ନେଇଥିଲେ । ପରେ ଶହ ଶହ ସମର୍ଥକଙ୍କ ସହ ଯାଜପୁରରେ ପହଂଚିଥିଲେ । ଯାଜପୁର ଉପଜିଲ୍ଲାପାଳଙ୍କ ପାଖରେ ୪ ସେଟ ନାମାଙ୍କନ ଦାଖଲ କରିଥିଲେ ।

ବିଶାଳ ସମାବେଶରେ ସାମିଲ ହେଲେ ସନ୍ଧ୍ୟାରାଣୀ

କୋରାଇ ଆସନରୁ ରାଜ୍ୟର ସ୍ୱାଭିମାନି ପୁରୁଖା ନେତା ସ୍ୱର୍ଗତ ଅଶୋକ ଦାସ ଲଗାତାର ପ୍ରତିନିଧିତ୍ୱ କରୁଥିଲେ । ଅଶୋକ ଦାସଙ୍କ ଗଡ଼ ବୋଲି କୁହାଯାଉଥିବା କୋରାଇରୁ ଏବେ ତାଙ୍କ ଧର୍ମପତ୍ନୀ ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । କୋରାଇ ଆସନରେ ଦୁଇ ବିଜେପି ଆଶାୟୀ ପ୍ରାର୍ଥୀ ଏବଂ ଅନ୍ୟ ଦଳ ଓ ସଂଘଠନ ରୁ ଶହ ଶହ ବିଜେଡିର ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ପାଇଛି । ନାମାଙ୍କନ ପୂର୍ବରୁ କୋରାଇ ର ଧନେଶ୍ୱର ଠାରେ ସମସ୍ତଙ୍କୁ ନେଇ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ ସଂଧ୍ୟାରାଣୀ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ମାଆ ହୋଇଥିବାରୁ ଏଠାରେ କର୍ମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ପରିଲକ୍ଷିତ ହୋଇଛି ।

mla candidate sandhyarani dashsandhyarani dash nominations file
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami