ଆସିକାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଗୁରୁବାର ପ୍ରଥମେ କନିଷି ଏବଂ ପରେ ଆସିକାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଇଛନ୍ତି ଉଦବୋଧନ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ମୋତେ କୁହନ୍ତୁ ବିଏସକେୱାଇ ଯୋଜନା ଭଲ କି ନାହିଁ ? ମିଶନ ଶକ୍ତି .. ଭଲ କି ? ଲକ୍ଷ୍ମୀ ବସ ..ଭଲ କି ? ସ୍କଲାରସିପ୍ ଭଲ କି ?, କାଳିଆ ଯୋଜନା … ଭଲ କି ? ମଧୁବାବୁ ପେନସନ୍ ଯୋଜନା ଭଲ କି ? ପୁରୀ କାମ ଭଲ କି ?… ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ? ଜନତା ଏକ ସ୍ୱରରେ ହଁ ମାରିଛନ୍ତି । ସେପଟେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀ ଦଳର ନେତା ମିଛ କହୁଛନ୍ତି । ବିରୋଧୀ ଦଳର ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣ ମାନେ ଶଂଖରେ ଭୋଟ୍ ଦିଅନ୍ତୁ । ଏମପି ଓ ଏମଏଲ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ବିଜୟୀ କରାନ୍ତୁ ବୋଲି କହିଛନ୍ତି ନବୀନ ।

ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି ନବୀନ

ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଏଇ ମାଟିରୁ ଜଣେ ମହାନ ଜନନାୟକଙ୍କ ଜନ୍ମ ହୋଇଛି । ଏହି ମହାନ ଜନନାୟକ କିଏ ? ଯେଉଁ ଯାତ୍ରା ଆସି୍‌କାରୁ ଆରମ୍ଭ ହୋଇଥିଲା ତାହା ବିକାଶର ଯାତ୍ରାରେ ପରିଣତ ହୋଇଛନ୍ତି । ମଂଚରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ମହିଳା ଅଛନ୍ତି । ଏମପି ପ୍ରାର୍ଥୀ ମଧ୍ୟ ଯୁବ ମହିଳା । ଆମେ ମହିଳାଙ୍କୁ ଆଗକୁ ନେବୁ । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ମହିଳାଙ୍କୁ ଆଗକୁ ଆଣିବି । ଆପଣ ଦେଖିଥିବେ କଂଗ୍ରେସ କିଛି ଦିନ ତଳେ ମେନିଫେଷ୍ଟୋ ଜାରି କରିଥିଲା । ତାଙ୍କ ନିଜ ଦଳ ଲୋକ ମଧ୍ୟ ତାକୁ ବିଶ୍ୱାସ କରୁନାହାନ୍ତି । ବିଜେପି ମଧ୍ୟ ମେନିଫେଷ୍ଟୋ ମଧ୍ୟ ଜାରି କରିଛି । ୨୦୧୪ରେ ବିଜେପି ତା’ ମେନିଫେଷ୍ଟୋର ବହୁତ କିଛି ପ୍ରତିଶ୍ରୁତି ଦେଇଥିଲା. କିଛି ପୁରଣ କଲା କି ? ୨୦୧୯ରେ ମଧ୍ୟ ବିଜେପି ଗୋଟିଏ ମେନିଫେଷ୍ଟୋ ଜାରି କରିଥିଲା । ସେତେବେଳେ ମଧ୍ୟ ବହୁତ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କିଛି ପୁରଣ ହେଲା କି ? ଆଜି ଆମ ମୁଖ୍ୟମନ୍ତ୍ରୀ ବିଜେଡିର ମେନିଫେଷ୍ଟୋ ଜାରି କରିବେ । ଆଜି ସଂଧ୍ୟାବେଳେ ମେନିଫେଷ୍ଟୋ ଜାରି କରିବେ,ଯାହା ବିଶେଷକରି ଛାତ୍ରାମାନଙ୍କ ପାଇଁ ଖୁସୀର ଖବର ହେବ ।

Chief Minister Naveen Patnaikkartik pandaan targeted the oppositionnaveen patnaik campain
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami