ଚୀନ ମାଲକୁ ନାହିଁ ଭରସା,ଚୀନ ଟିକା ନେଇଥିବା ଦେଶ ଚିନ୍ତାରେ

ଚୀନ ଟିକା ଚାଇନା ଭାଇରସ ଆଗରେ ହାରି ଯାଉଛି

କରୋନା ଭାଇରସର ଡେଲ୍ଟା ଭେରିଆଣ୍ଟ୍ ଦୁନିଆର ଚିନ୍ତା ବଢାଇ ଦେଇଛି । ଚୀନରୁ ଜନ୍ମ ନେଇଥିବା ଭାଇରସ ବିରୋଧରେ ଟିକା ଓ ସାମାଜିକ ଦୂରତା ଅସ୍ତ୍ର । ଆମେରିକା, ଋଷ, ଭାରତ ଓ ଚୀନ ଭଳି ଦେଶ କରୋନା ଟିକା ଉଦ୍ଭାବନା କରିଛନ୍ତି । ବିଭିନ୍ନ ଦେଶ ନିଜ ଦେଶରେ ଜୋରଦାର ଟିକାକରଣ ଅଭିଯାନ ଚଳାଇଛନ୍ତି । କେହି ଆମେରିକା ତ’ କେହି ଇଂଲଣ୍ଡର ଟିକା ଉପରେ ଭରସା କରୁଛନ୍ତି । କିନ୍ତୁ ଯେଉଁ ଦେଶ ଗୁଡିକ ଚୀନ ଟିକା ଉପରେ ବାଜି ଲଗାଇଥିଲେ ଏବେ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାରଣ ଚୀନ ଟିକା ଚାଇନା ଭାଇରସ ଆଗରେ ହାରି ଯାଉଛି । ଯେଉଁ ଦେଶ ଗୁଡିକ ନିଜ ନାଗରିକଙ୍କୁ ଚୀନ ଟିକା ଦେଇଥିଲେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛିଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି ।

ଏକ ରିପୋର୍ଟ ଅନୁସାରେ ମଙ୍ଗୋଲିଆ, ସିଆସେଲ୍ସ ଓ ବାହାରିନ୍ ଭଳି ଦେଶ ଟିକାକରଣ ପାଇଁ ଚୀନ ଟିକାକୁ ବାଛିଥିଲେ । ଏହି ଦେଶର ନାଗରିକଙ୍କୁ ଚୀନ୍ ଟିକା ଦିଆଯାଇଥିଲା । ଟିକାକରଣ ସରିବା ପରେ ଏହି ଦେଶ ଗୁଡିକ ପୁଣିଥରେ ନିଜ ଅର୍ଥନୀତି ଓ ଜୀବନଯାତ୍ରାକୁ ସାମାନ୍ୟ କରିବାକୁ ଅଣ୍ଟା ଭିଡିଥିଲେ । ବାହାରିନ୍ ଭଳି ଦେଶ ତ’ ଘୋଷଣା କରି ଦେଇଥିଲା ଯେ, ଆଉ ଅଳ୍ପ ଦିନ ପରେ ଆମେ ପୁରୁଣା ଦିନକୁ ଫେରି ଯିବା । କିନ୍ତୁ ଏବେ ଓଲଟା ହେଉଛି । ଟିକାର ଡବଲ ଡୋଜ୍ ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହେଉଛନ୍ତି । ନୂଆ ରିପୋର୍ଟ ଅନୁସାରେ ଭ୍ୟାକ୍ସିନ ନୂଆ ଭ୍ୟାରିଆଣ୍ଟ ବିରୋଧରେ କାମ କରୁନାହିଁ

ଡାଟା ଟ୍ରାକିଂ ଅନଲାଇନ୍ ପ୍ରୋଜେକ୍ଟ ଓଭ ୱାର୍ଲଡ୍ ଇନ୍ ଡାଟାର ତଥ୍ୟ ଅନୁସାରେ ସିଆସେଲ୍ସ,ଚିଲି, ବାହାରିନ୍ ଓ ମଙ୍ଗୋଲିଆରେ ପ୍ରାୟ ୫୦ରୁ ୬୮ ପ୍ରତିଶତ ଲୋକଙ୍କୁ ଚୀନ୍ ଟିକା ଦିଆଯାଇଥିଲା । ଏହି ସବୁ ଦେଶ ସେହି ତାଲିକାରେ ସାମିଲ ଥିଲେ ଯେଉଁଠାରେ ସଂକ୍ରମଣ ଅଧିକ ଥିଲା ।

ଚୀନ୍ ଟିକାରେ ଭାଇରସ ବିଜୟର ଥିଲା ସ୍ୱପ୍ନ

ଦି ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଚୀନର ପଡୋଷୀ ଦେଶ ମଙ୍ଗୋଲିଆ ନିଜ ନାଗରିକଙ୍କୁ ଗ୍ରୀଷ୍ମ ଋତୁ ଶେଷ ସୁଧା କରୋନାରୁ ମୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ସେହିଭଳି ବାହାରିନ୍ ମଧ୍ୟ ଘୋଷଣା କରିଥିଲା ଯେ, ଖୁବଶୀଘ୍ର ଜୀବନ ସାମାନ୍ୟ ହୋଇଯିବ । କିନ୍ତୁ ସେଠାରେ ପରିସ୍ଥିତି ଏବେ ଓଲଟା । ଚିଲ୍ଲି ଭଳି ଦେଶରେ ଭ୍ୟାକ୍ସିନ ନେବା ପରେ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

ଭ୍ୟାକ୍ସିନେସନ ପରେ ଏହି ସବୁ ଦେଶରେ ଆତଙ୍କ

ଏହି ୪ ଦେଶ ଚୀନ୍ ଭ୍ୟାକ୍ସିନ ଉପରେ ଭରସା କରିଥିଲେ । କିନ୍ତୁ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି । ଚୀନ୍ ଗତବର୍ଷ ତା’ର ଭ୍ୟାକ୍ସିନ ଡିପ୍ଲୋମାସି ଆରମ୍ଭ କରିଥିଲା । ଦୁନିଆର ଗରିବ ଓ ବିକାଶଶୀଳ ଦେଶଙ୍କୁ ଟିକା ବାଣ୍ଟି ଏହା ନିଜର ଦବଦବା କାଏମ କରିବାକୁ ଚାହୁଁଥିଲା । ଚୀନର ଡର ଥିଲା ଯେ, ଆମେରିକା ଓ ଭାରତ ଯଦି ଅଧିକ ଦେଶଙ୍କୁ ଭ୍ୟାକ୍ସିନ ଯୋଗାଇବାରେ ସଫଳ ହୁଅନ୍ତି ତେବେ ବିଶ୍ୱ ରାଜନୀତିରେ ସେମାନଙ୍କ ପ୍ରଭୁତ୍ୱ ବୃଦ୍ଧି ପାଇବ । ତେଣୁ ଚୀନ୍ ଅଧିକାରୁ ଅଧିକ ଦେଶଙ୍କୁ କମ ମୂଲ୍ୟରେ ଭ୍ୟାକ୍ସିନ ଯୋଗାଉଥିଲା । ବିଶ୍ୱର ପ୍ରାୟ ୫୦ ଦେଶ ଚୀନ୍ ଭ୍ୟାକ୍ସିନ ଟିକାକରଣ ପାଇଁ ବ୍ୟବହାର କରୁଛନ୍ତି ।

୫୩ ଦେଶରେ ଚୀନ୍ ଟିକା

ବିଶ୍ୱର ୫୩ ଦେଶରେ ଚୀନ୍ ଟିକା ବ୍ୟବହାର ହେଉଛି । ଦକ୍ଷୀଣ ଆମେରିକା, ଆଫ୍ରିକା ଓ ଦକ୍ଷୀଣ ପୂର୍ବ ଏସିଆର ବିକାଶଶୀଳ ରାଷ୍ଟ୍ରଙ୍କୁ ଚୀନ୍ କରୋନା ଟିକା ବିକ୍ରି କରିଛି । ଚୀନ୍ ଟିକା ଶସ୍ତା ଓ ଏହାକୁ ମାଇନସ ୨୦ ଡିଗ୍ରୀ ତାପମାନରେ ସଂରକ୍ଷିତ କରିବାର ଆବଶ୍ୟକତା ନାହିଁ । ତେଣୁ ଅଧିକରୁ ଅଧିକ ରାଷ୍ଟ୍ର ଏହାକୁ କିଣିଛନ୍ତି ।

ସଂକ୍ରମିତ ଟପ୍ ଟେନ୍ ଦେଶରେ ଚୀନ୍ ଗ୍ରାହକ

ଗତ ସପ୍ତାହରେ ଯେଉଁ ୧୦ ଟି ଦେଶ ସଂକ୍ରମଣ ତାଲିକାରେ ସବା ଉପରେ ଥିଲେ ସେମାନଙ୍କ ମଧ୍ୟରେ ସେହି ସବୁ ଦେଶ ଅଛନ୍ତି ଯେଉଁମାନେ ଚୀନଠାରୁ ଟିକା କିଣିଛନ୍ତି । ଟପ୍ ଟେନ୍ ତାଲିକାରେ ସିଆସେଲ୍ସ,ଚିଲି, ବାହାରିନ୍ ଓ ମଙ୍ଗୋଲିଆ ରହିଛନ୍ତିନ୍ୟୁୟର୍କ ଟାଇମ୍ସ ଅନୁସାରେ ଗତ ସପ୍ତାହରେ ବିଶ୍ୱର ଯେଉଁ ୧୦ ରାଷ୍ଟ୍ରରେ ସଂକ୍ରମଣ ହାର ଅଧିକ ଥିଲା ସେହି ତାଲିକାରେ ଏହି ଚାରି ଦେଶ ଅଛନ୍ତି ।

୫୦ ଦେଶ ଚୀନ୍ ଭ୍ୟାକ୍ସିନ ଟିକାକରଣafricabahrainchilechina vaccine cheaperchina vaccine diplomacychinese productschinese vaccineschinese vaccines in 53 countrieschinese virusdelta variantmongoliasouth americasouth east asiathe new york times reportଆଫ୍ରିକାକମ ମୂଲ୍ୟରେ ଭ୍ୟାକ୍ସିନଚାଇନା ଭାଇରସଚୀନ୍ ଟିକା ଶସ୍ତାଟିକାର ଡବଲ ଡୋଜ୍ଡାଟା ଟ୍ରାକିଂ ଅନଲାଇନ୍ ପ୍ରୋଜେକ୍ଟ ଓଭ ୱାର୍ଲଡ୍ ଇନ୍ଡେଲ୍ଟା ଭେରିଆଣ୍ଟ୍ଦକ୍ଷୀଣ ଆମେରିକାଦକ୍ଷୀଣ ପୂର୍ବ ଏସିଆଦି ନ୍ୟୁୟର୍କ ଟାଇମ୍ସର ରିପୋର୍ଟବାହାରିନ୍ଭ୍ୟାକ୍ସିନ ଡିପ୍ଲୋମାସିମଙ୍ଗୋଲିଆସିଆସେଲ୍ସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami