ଚୀନ ମାଲକୁ ନାହିଁ ଭରସା,ଚୀନ ଟିକା ନେଇଥିବା ଦେଶ ଚିନ୍ତାରେ

Above Post Content

ଚୀନ ଟିକା ଚାଇନା ଭାଇରସ ଆଗରେ ହାରି ଯାଉଛି

କରୋନା ଭାଇରସର ଡେଲ୍ଟା ଭେରିଆଣ୍ଟ୍ ଦୁନିଆର ଚିନ୍ତା ବଢାଇ ଦେଇଛି । ଚୀନରୁ ଜନ୍ମ ନେଇଥିବା ଭାଇରସ ବିରୋଧରେ ଟିକା ଓ ସାମାଜିକ ଦୂରତା ଅସ୍ତ୍ର । ଆମେରିକା, ଋଷ, ଭାରତ ଓ ଚୀନ ଭଳି ଦେଶ କରୋନା ଟିକା ଉଦ୍ଭାବନା କରିଛନ୍ତି । ବିଭିନ୍ନ ଦେଶ ନିଜ ଦେଶରେ ଜୋରଦାର ଟିକାକରଣ ଅଭିଯାନ ଚଳାଇଛନ୍ତି । କେହି ଆମେରିକା ତ’ କେହି ଇଂଲଣ୍ଡର ଟିକା ଉପରେ ଭରସା କରୁଛନ୍ତି । କିନ୍ତୁ ଯେଉଁ ଦେଶ ଗୁଡିକ ଚୀନ ଟିକା ଉପରେ ବାଜି ଲଗାଇଥିଲେ ଏବେ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାରଣ ଚୀନ ଟିକା ଚାଇନା ଭାଇରସ ଆଗରେ ହାରି ଯାଉଛି । ଯେଉଁ ଦେଶ ଗୁଡିକ ନିଜ ନାଗରିକଙ୍କୁ ଚୀନ ଟିକା ଦେଇଥିଲେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛିଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି ।

After 2nd paragraph post ads

ଏକ ରିପୋର୍ଟ ଅନୁସାରେ ମଙ୍ଗୋଲିଆ, ସିଆସେଲ୍ସ ଓ ବାହାରିନ୍ ଭଳି ଦେଶ ଟିକାକରଣ ପାଇଁ ଚୀନ ଟିକାକୁ ବାଛିଥିଲେ । ଏହି ଦେଶର ନାଗରିକଙ୍କୁ ଚୀନ୍ ଟିକା ଦିଆଯାଇଥିଲା । ଟିକାକରଣ ସରିବା ପରେ ଏହି ଦେଶ ଗୁଡିକ ପୁଣିଥରେ ନିଜ ଅର୍ଥନୀତି ଓ ଜୀବନଯାତ୍ରାକୁ ସାମାନ୍ୟ କରିବାକୁ ଅଣ୍ଟା ଭିଡିଥିଲେ । ବାହାରିନ୍ ଭଳି ଦେଶ ତ’ ଘୋଷଣା କରି ଦେଇଥିଲା ଯେ, ଆଉ ଅଳ୍ପ ଦିନ ପରେ ଆମେ ପୁରୁଣା ଦିନକୁ ଫେରି ଯିବା । କିନ୍ତୁ ଏବେ ଓଲଟା ହେଉଛି । ଟିକାର ଡବଲ ଡୋଜ୍ ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହେଉଛନ୍ତି । ନୂଆ ରିପୋର୍ଟ ଅନୁସାରେ ଭ୍ୟାକ୍ସିନ ନୂଆ ଭ୍ୟାରିଆଣ୍ଟ ବିରୋଧରେ କାମ କରୁନାହିଁ

ଡାଟା ଟ୍ରାକିଂ ଅନଲାଇନ୍ ପ୍ରୋଜେକ୍ଟ ଓଭ ୱାର୍ଲଡ୍ ଇନ୍ ଡାଟାର ତଥ୍ୟ ଅନୁସାରେ ସିଆସେଲ୍ସ,ଚିଲି, ବାହାରିନ୍ ଓ ମଙ୍ଗୋଲିଆରେ ପ୍ରାୟ ୫୦ରୁ ୬୮ ପ୍ରତିଶତ ଲୋକଙ୍କୁ ଚୀନ୍ ଟିକା ଦିଆଯାଇଥିଲା । ଏହି ସବୁ ଦେଶ ସେହି ତାଲିକାରେ ସାମିଲ ଥିଲେ ଯେଉଁଠାରେ ସଂକ୍ରମଣ ଅଧିକ ଥିଲା ।

ଚୀନ୍ ଟିକାରେ ଭାଇରସ ବିଜୟର ଥିଲା ସ୍ୱପ୍ନ

ଦି ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଚୀନର ପଡୋଷୀ ଦେଶ ମଙ୍ଗୋଲିଆ ନିଜ ନାଗରିକଙ୍କୁ ଗ୍ରୀଷ୍ମ ଋତୁ ଶେଷ ସୁଧା କରୋନାରୁ ମୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ସେହିଭଳି ବାହାରିନ୍ ମଧ୍ୟ ଘୋଷଣା କରିଥିଲା ଯେ, ଖୁବଶୀଘ୍ର ଜୀବନ ସାମାନ୍ୟ ହୋଇଯିବ । କିନ୍ତୁ ସେଠାରେ ପରିସ୍ଥିତି ଏବେ ଓଲଟା । ଚିଲ୍ଲି ଭଳି ଦେଶରେ ଭ୍ୟାକ୍ସିନ ନେବା ପରେ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

Middle post content

ଭ୍ୟାକ୍ସିନେସନ ପରେ ଏହି ସବୁ ଦେଶରେ ଆତଙ୍କ

ଏହି ୪ ଦେଶ ଚୀନ୍ ଭ୍ୟାକ୍ସିନ ଉପରେ ଭରସା କରିଥିଲେ । କିନ୍ତୁ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି । ଚୀନ୍ ଗତବର୍ଷ ତା’ର ଭ୍ୟାକ୍ସିନ ଡିପ୍ଲୋମାସି ଆରମ୍ଭ କରିଥିଲା । ଦୁନିଆର ଗରିବ ଓ ବିକାଶଶୀଳ ଦେଶଙ୍କୁ ଟିକା ବାଣ୍ଟି ଏହା ନିଜର ଦବଦବା କାଏମ କରିବାକୁ ଚାହୁଁଥିଲା । ଚୀନର ଡର ଥିଲା ଯେ, ଆମେରିକା ଓ ଭାରତ ଯଦି ଅଧିକ ଦେଶଙ୍କୁ ଭ୍ୟାକ୍ସିନ ଯୋଗାଇବାରେ ସଫଳ ହୁଅନ୍ତି ତେବେ ବିଶ୍ୱ ରାଜନୀତିରେ ସେମାନଙ୍କ ପ୍ରଭୁତ୍ୱ ବୃଦ୍ଧି ପାଇବ । ତେଣୁ ଚୀନ୍ ଅଧିକାରୁ ଅଧିକ ଦେଶଙ୍କୁ କମ ମୂଲ୍ୟରେ ଭ୍ୟାକ୍ସିନ ଯୋଗାଉଥିଲା । ବିଶ୍ୱର ପ୍ରାୟ ୫୦ ଦେଶ ଚୀନ୍ ଭ୍ୟାକ୍ସିନ ଟିକାକରଣ ପାଇଁ ବ୍ୟବହାର କରୁଛନ୍ତି ।

୫୩ ଦେଶରେ ଚୀନ୍ ଟିକା

ବିଶ୍ୱର ୫୩ ଦେଶରେ ଚୀନ୍ ଟିକା ବ୍ୟବହାର ହେଉଛି । ଦକ୍ଷୀଣ ଆମେରିକା, ଆଫ୍ରିକା ଓ ଦକ୍ଷୀଣ ପୂର୍ବ ଏସିଆର ବିକାଶଶୀଳ ରାଷ୍ଟ୍ରଙ୍କୁ ଚୀନ୍ କରୋନା ଟିକା ବିକ୍ରି କରିଛି । ଚୀନ୍ ଟିକା ଶସ୍ତା ଓ ଏହାକୁ ମାଇନସ ୨୦ ଡିଗ୍ରୀ ତାପମାନରେ ସଂରକ୍ଷିତ କରିବାର ଆବଶ୍ୟକତା ନାହିଁ । ତେଣୁ ଅଧିକରୁ ଅଧିକ ରାଷ୍ଟ୍ର ଏହାକୁ କିଣିଛନ୍ତି ।

ସଂକ୍ରମିତ ଟପ୍ ଟେନ୍ ଦେଶରେ ଚୀନ୍ ଗ୍ରାହକ

ଗତ ସପ୍ତାହରେ ଯେଉଁ ୧୦ ଟି ଦେଶ ସଂକ୍ରମଣ ତାଲିକାରେ ସବା ଉପରେ ଥିଲେ ସେମାନଙ୍କ ମଧ୍ୟରେ ସେହି ସବୁ ଦେଶ ଅଛନ୍ତି ଯେଉଁମାନେ ଚୀନଠାରୁ ଟିକା କିଣିଛନ୍ତି । ଟପ୍ ଟେନ୍ ତାଲିକାରେ ସିଆସେଲ୍ସ,ଚିଲି, ବାହାରିନ୍ ଓ ମଙ୍ଗୋଲିଆ ରହିଛନ୍ତିନ୍ୟୁୟର୍କ ଟାଇମ୍ସ ଅନୁସାରେ ଗତ ସପ୍ତାହରେ ବିଶ୍ୱର ଯେଉଁ ୧୦ ରାଷ୍ଟ୍ରରେ ସଂକ୍ରମଣ ହାର ଅଧିକ ଥିଲା ସେହି ତାଲିକାରେ ଏହି ଚାରି ଦେଶ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami