ଭ୍ୟାକ୍ସିନ୍ ଟ୍ରାଏଲରେ କେଉଁ ସବୁ ଜୀବଜନ୍ତୁଙ୍କ ଉପରେ ହୋଇଥାଏ ପରୀକ୍ଷଣ ?

511

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ 25 ଲକ୍ଷ ଲୋକଙ୍କ ଜୀବନ ଅଲଗା ଅଲଗା ଟିକା କାରଣରୁ ବଂଚିଥାଏ । ଶହ ଶହ ବର୍ଷ ଧରି ମାନବ ସ୍ୱାସ୍ଥ୍ୟ ଓ ରୋଗ ସମ୍ୱନ୍ଧରେ ସୂଚନା ସଂଗ୍ରହ ପାଇଁ ପଶୁଙ୍କ ବ୍ୟବହାର ହୋଇ ଆସୁଛି ।  ଇତିହାସ ଅନୁସାରେ ଖ୍ରୀଷ୍ଟ ଜନ୍ମର 350 ବର୍ଷ ତଳେ ପ୍ରଥମ ଥର ପାଇଁ ମଣିଷ କୌଣସି ପଶୁ ଉପରେ ପ୍ରୟୋଗ କରିଥିଲା । ପ୍ରଥମ ଥର ପାଇଁ କୌଣସି ରୋଗର କାରଣ ଜାଣିବା ପାଇଁ ଘୁଷୁରୀ ଉପରେ ବୈଜ୍ଞାନିକ ପରିକ୍ଷଣ ହୋଇଥିଲା । ତେବେ ଉନ୍ନବିଂଶ ଶତାବ୍ଦୀର ଆରମ୍ଭ ସହିତ ଟିକା ତିଆରି ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ପଶୁଙ୍କ ବ୍ୟବହାର ଆରମ୍ଭ ହୋଇଥିଲା

ଟିକାକରଣ ପୂର୍ବରୁ ଟ୍ରାଏଲ କାଳରେ ଘୋଡା ଉପରେ ଟିକାର ପରିକ୍ଷଣ ହୋଇଥାଏ । ବିଶେଷକରି ବୟସ୍କ ବ୍ୟକ୍ତିଙ୍କ ପାଇଁ ତିଆରି ହେଉଥିବା ଟିକାର ଟ୍ରାଏଲ ଘୋଡା ଉପରେ ହୋଇଥାଏ ।  ଏହାର କାରଣ ହେଉଛି ଘୋଡା ଅଧିକ ବର୍ଷ ପର୍ଯ୍ୟନ୍ତ ବଂଚିଥାଏ । ତେବେ ଘୋଡା ଉପରେ ଟିକାର ପ୍ରୟୋଗ ସୀମିତ ଉପାୟରେ ହୋଇଥାଏ । ଏଥିରୁ ଅନେକ ତଥ୍ୟ ମିଳିଥାଏ । ଯେମିତି ଇନଫ୍ଲୁଏଞ୍ଜା ଟିକା ତିଆରି ବେଳେ ଘୋଡା ଉପରେ ଟ୍ରାଏଲରୁ ଏହା ଜଣା ପଡିଥିଲା ଯେ, ଟିକାକୁ କେତେ ତାପମାତ୍ରାରେ ରଖିଲେ ଏହା ଅଧିକ ଦିନ ସୁରକ୍ଷିତ ରହିବ ।

ଗିନି ପିଗିର ନାମ ଆପଣ ନିଶ୍ଚୟ ଶୁଣିଥିବେ । ଅନେକ ବର୍ଷ ଧରି ଟିକା କିମ୍ବା ଅନ୍ୟ ଔଷଧ ଟ୍ରାଏଲରେ ଗିନିପିଗିର ବ୍ୟବହାର ହୋଇ ଆସୁଛି । ବିଶେଷକରି ବ୍ୟାକ୍ଟେରିଆ କାରଣରୁ ହେଉଥିବା ସଂକ୍ରମଣର ଔଷଧ କିମ୍ବା ଟିକା ତିଆରି ବେଳେ ଗିନିପିଗି ଉପରେ ପରିକ୍ଷଣ ହୋଇଥାଏ । 1980 ମସିହାରେ ଇବୋଲା ଭାଇରସ ଆରମ୍ଭ କାଳରେ ଟିକା ତିଆରିରେ ଗିନିପିଗିର ଉପଯୋଗ ହୋଇଥିଲା ।  ଅବଶ୍ୟ ଏହି ପରିକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇନଥିଲା

ସେହିଭଳି ଟିକା ପରିକ୍ଷଣରେ ମାଙ୍କଡଙ୍କ ବ୍ୟବହାର ମଧ୍ୟ ଅତି ସାଧାରଣ କଥା । ଟିକାର ଯାଂଚ ସହିତ ଏହାର ଉତ୍ପାଦନରେ ମାଙ୍କଡଙ୍କ ଉପଯୋଗ ହୋଇଥାଏ । ଭାଇରସ କାରଣରୁ ହେଉଥିବା ରୋଗର ଏହି ପଶୁ ଅଧିକ କାମରେ ଆସିଥାଏ ।  କାରଣ ଏହାର ଶରିରରେ ପ୍ରାକୃତିକ ଭାବେ ଭାଇରସ ଲୋଡ୍ ବହୁତ କମ ହୋଇଥାଏ । ଏଚଆଇଭି ଠାରୁ କରୋନା ଭାଇରସର ଟିକା ଟ୍ରାଏଲରେ ମାଙ୍କଡଙ୍କ ଏକ ବିଶେଷ ପ୍ରଜାତି ଉପରେ କରାଯାଇଥିଲା । ଏହି ପ୍ରୟୋଗ ଚୀନର ସିନୋଭେକ୍ ବାୟୋଟେକ୍ କମ୍ପାନୀ ବେଜିଂରେ କରିଥିଲା ।

ସେହିଭଳି ଟିକା ବିକଶିତ କରିବା ଦିଗରେ ମୁଶା ମଧ୍ୟ ଅଧିକ କାମରେ ଆସିଥାନ୍ତି । ଟିକା ଟ୍ରାଏଲ କାଳରେ ପ୍ରଥମେ ଟିକା ମୁଶାଙ୍କୁ ଦିଆ ଯାଇଥାଏ । ଆଜିକାଲି ଇମ୍ୟୁନୋଥେରାପିରେ ମଧ୍ୟ ଏହାର ଉପଯୋଗ ହେଉଛି । ଉଦାହରଣ ସ୍ୱରୁପ କ୍ୟାନସର ଟିକା ପରିକ୍ଷଣକୁ ନିଆଯାଉ । ପରିକ୍ଷଣ କାଳରେ ମୁଶାଙ୍କ ଟ୍ୟୁମରରେ ଦୁଇଟି ଏଭଳି ଟିକା ଲଗାଯାଉଛି, ଯାହା ରୋଗପ୍ରତିରୋଧକ ଶକ୍ତି ବଢାନ୍ତି । ଏହି ପ୍ରୟୋଗ ସଫଳ ହୋଇଥିବା ଦାବି କରାଯାଉଛି । ଟିକା ପାଇଁ ପ୍ରାୟ 97 ପ୍ରତିଶତ ଟ୍ୟୁମର ନଷ୍ଟ ହୋଇଥିବା  ଦାବି କରିଛନ୍ତି ବୈଜ୍ଞାନିକ । ବ୍ଲଡ୍ କ୍ୟାନସର, ବ୍ରେଷ୍ଟ କ୍ୟାନସ ଓ କୋଲୋନ୍ କ୍ୟାନସରରେ ଏବେ ଏହି ଟିକା ଟ୍ରାଏଲ ଫେଜରେ ଅଛି । 

ମୁଶାଙ୍କ ବ୍ୟବହାର ଜିନ୍ ମ୍ୟୁଟେଶନକୁ ବୁଝିବା ପାଇଁ ମଧ୍ୟ ହେଉଛି । ଅନେକ ସମୟରେ ମହିଳାଙ୍କ ଶରିରରେ ଜିନ୍ ମ୍ୟୁଟେଶନ୍ କାରଣରୁ ବ୍ରେଷ୍ଟ କିମ୍ବା ଓଭେରି କ୍ୟାନସରର ଆଶଙ୍କା ବଢିଯାଇଥାଏ । ଏହାକୁ ବୁଝିବା ପାଇଁ ମାଇ ମୁଶାଙ୍କ ଉପରେ ପ୍ରୟୋଗ ହେଉଛି । ଆଶା କରାଯାଉଛି ଯେ, ଖୁବଶୀଘ୍ର କ୍ୟାନସର ପାଇଁ ଟିକା ଆସିବ । ଆହୁରି ମଧ୍ୟ ଆଣ୍ଟି ଏଲର୍ଜି ଔଷଧ ତିଆରି ପାଇଁ ମୁଶାଙ୍କ ଉପରେ ଟ୍ରାଏଲ କରାଯାଉଛି ।

ଏହି ପଶୁଙ୍କ ଛଡା ମେଣ୍ଢାକୁ ମଧ୍ୟ ଟିକା ପରିକ୍ଷଣ ପାଇଁ ବ୍ୟବହାର କରାଯାଉଛି । ଟ୍ରାଏଲ ଯେତେବେଳେ ବ୍ୟାପକ ହୋଇଥାଏ ସେତେବେଳ ଖର୍ଚ୍ଚ ବଢିଯାଏ । ଖର୍ଚ୍ଚ କମାଇବା ପାଇଁ ମେଣ୍ଢାଙ୍କ ଉପାରେ ଟ୍ରାଏଲ କରାଯାଏ । ଏଭଳି ଭାଇରସ ଯାହା ମ୍ୟୁକସ ମେମ୍ବ୍ରନ ଜରିଆର ମାନବ ଶରିରକୁ ପ୍ରବେଶ କରିଥାଏ ସେହି ଭାଇରସ ପାଇଁ ଯେଉଁ ଟିକା ପ୍ରସ୍ତୁତି ଚାଲିଛି ତାହାର ଟ୍ରାଏଲ ମେଣ୍ଢାଙ୍କ ଉପରେ ହେଉଛି । ସୂଚନାଯୋଗ୍ୟ ଯେ, କରୋନା ଭାଇରସ ମଧ୍ୟ ମ୍ୟୁକସ ମେମ୍ବ୍ରନ ଜରିଆରେ ମାନବ ଶରିରକୁ ଆକ୍ରମଣ କରୁଛି । ମ୍ୟୁକସ ମେମ୍ବ୍ରନ୍ ହେଉଛି ନାକ, ମୁହଁ, ଆଖି ।

Leave A Reply

Your email address will not be published.

Close Bitnami banner
Bitnami