ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି

Above Post Content

ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ । ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍ଥର୍ମୋମିଟରଟିଏ ଧରି ଏମାନେ ପହଂଚିଯାଉଛନ୍ତି ଏ ଘରରୁ ସେ ଘର । ଆଉ ବିନା ସଙ୍କୋଚରେ ବାଂଟିଯାଉଛନ୍ତି କରୋନା ସଚେତନତାର ଅଭୟ ବାଣୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ବାଙ୍କପଲାଶ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ପୂର୍ଣ୍ଣମୀ ଭୋଇ ଗତବର୍ଷରୁ ହିଁ ଏହି ଅଭିଯାନରେ ସାମିଲ ହୋଇ ଆଜି ଯାଏ ତାଙ୍କର ସେବା ଅବ୍ୟାହତ ରଖିଛନ୍ତି ।

Middle post content

ପୂର୍ଣ୍ଣମୀଙ୍କ କରୋନା ସଚେତନତା ଅଭିଯାନ ଯୋଗୁ ଆଜି ବାଙ୍କପଲାଶ ଅଙ୍ଗନବାଡ଼ି କେନ୍ଦ୍ର ଅଧୀନରେ ଥିବା ୧୯୪ ପରିବାରର ୮୨୭ ଘର କରୋନାମୁକ୍ତ ହୋଇ ରହିଛନ୍ତି । ଗୋଟିଏ ହେଲେ ପରିବାରରେ କାହାଠି କରୋନା ଲକ୍ଷଣ ନାହିଁ କି କେହି ସଙ୍ଗରୋଧ ହୋଇ ଜୀବନ କାଟୁନାହାନ୍ତି । ଏସବୁ ସମ୍ଭବ ହୋଇଛି ପୂର୍ଣ୍ଣମୀ ଓ ତାଙ୍କ ସାଥୀ ସହକର୍ମୀମାନଙ୍କ ଯୋଗୁ । ଗତବର୍ଷର ଅଭିଜ୍ଞତାକୁ ଭିତି କରି ମାର୍ଚ୍ଚ ମାସରୁ ହିଁ ଗାଁରେ ପୂର୍ଣ୍ଣମୀ ନିଜସ୍ୱ ଉଦ୍ୟମରେ କରୋନା ସଚେତନତା କାମ ଚଳାଇଥିଲେ । ସକାଳ ୬ଟା ୩୦ରୁ ଦିନ ୯ଟା୩୦ ଯାଏଁ ଘରକୁ ଘର ବୁଲି ଲୋକଙ୍କ କରୋନା ବାବଦରେ ବୁଝାଇବା, ଗର୍ଭବତୀ ଓ ପ୍ରସୂତୀମାନଙ୍କର ସ୍ଥିତି ପରଖିବା, ସେମାନଙ୍କୁ ଶୁଖିଲା ରାସନ ଦେବା, ପ୍ରାକ୍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଂଟନ, ଗାଁର କିଶୋରୀ ବାଳିକାମାନେ ଯେପରି ବାଲ୍ୟ ବିବାହ ଓ ନିର୍ଯାତନାର ଶିକାର ନ ହୁଅନ୍ତି ସେସବୁ କାମର ତଦାରଖ କରନ୍ତି ଅଙ୍ଗନବାଡ଼ି ଦିଦି ପୂର୍ଣ୍ଣମୀ । ମାସ୍କ ପରିଧାନଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା, ଘରୋଇ ଉପଚାରରେ କରୋନାରୁ ଦୂରେଇ ରହିବାର ବିଭିନ୍ନ ପଦ୍ଧତି, ହାତ ସଫା କରିବାର କୌଶଳ ଆଦି ଘରକୁ ଘର ବୁଲି ଲୋକଙ୍କୁ ଶିଖାଇବାର ଆରମ୍ଭ କରିଥିଲେ । ଯାହାକି ଏପ୍ରିଲ ମାସରୁ ପୁଣି ଥରେ ଜୋରସୋରରେ ଆରମ୍ଭ ହେଲା । ସବୁଥିରେ ସାମାଜିକ ଦୂରତା ଓ କରୋନା ଗାଇଡ୍‌ଲାଇନ୍‌କୁ ଅନୁପାଳନ କରି ଗାଁ ଲୋକ ନିଜର କାମ କରୁଛନ୍ତି ।

After 2nd paragraph post ads

ନିଜର ଅଭିଜ୍ଞତା ସମ୍ପର୍କରେ ପୂର୍ଣ୍ଣମୀ କହନ୍ତି, ପ୍ରଥମେ ପ୍ରଥମେ ଏସବୁ ଏତେ ସହଜ ନଥିଲା ଆମମାନଙ୍କ ପାଇଁ । ଡିଜିଟାଲ ଦୁନିଆ ସହ ଯୋଡ଼ିହେବା, ପୁଣି ସେ ଥର୍ମାଲ ସ୍କ୍ରିନିଂ ଓ ଥର୍ମୋମିଟର ଭଳି ସାମଗ୍ରୀ ସହ ପରିଚୟ ହେବା ସବୁ କିଛି ନୂଆ ଥିଲା । ହେଲେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ଲୋକଙ୍କ ସଂସ୍ପର୍ଶରେ ଆସି ଆମେ ଏସବୁ କାମ ଶିଖିଲୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami