ଗୋଟିଏ ସମୟରେ ୪୦ ଦେଶରେ ପ୍ରକୃତିର ରୌଦ୍ର ରୂପ, କ’ଣ ସତ ହେଉଛି ଜଳବାୟୁ ପରିବର୍ତ୍ତନ ଆଶଙ୍କା ?

Above Post Content

କରୋନା ଭୂତାଣୁ ଆକ୍ରମଣ ଭିତରେ ପୃଥିବୀ ଆଉ ଗୋଟିଏ ବିପଦ ସହ ମୁହାଁମୁହିଁ ହୋଇଛି । ଏବେ ବିଶ୍ୱର ବିଭିନ୍ନ ଦେଶଙ୍କୁ ପ୍ରକୃତିର ରୌଦ୍ରରୂପର ସମ୍ମୁଖୀନ ହେବାକୁ ପଡୁଛି । କରୋନାକୁ ଟିକା ହୁଏତ ନିପାତ କରିପାରେ କିନ୍ତୁ ପାଣିପାଗ ବିଜ୍ଞାନୀ ଏବେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତିତ ଅଛନ୍ତି । ଏସିଆ, ୟୁରୋପ, ଆମେରିକା ଓ ଆଫ୍ରିକାରେ ଜଳବାୟୁର ରୌଦ୍ରରୂପ ବୈଜ୍ଞାନିକଙ୍କୁ ଚକିତ କରିଦେଇଛି । କେଉଁଠି ମରୁଡି, କେଉଁଠି ଭୀଷଣ ବର୍ଷାରୁ ବନ୍ୟା ପୁଣି ବରଫାବୃତ ଅଂଚଳରେ ଭୀଷଣ ଗରମ । ଏସବୁ ଆଗକୁ ଆସୁଥିବା ବିପଦ ଆଡକୁ ଅଙ୍ଗୁଳୀ ନିର୍ଦ୍ଦେଶ କରୁଛି । ଯେଉଁମାନେ ଜଳବାୟୁ ପରିବର୍ତ୍ତନକୁ ଭବିଷ୍ୟତର ବିପଦ ବୋଲି ମନେ କରୁଥିଲେ ସେମାନେ ଏବେ ଦିନକୁ ଦିନ ପାଣିପାଗର ପରିବର୍ତ୍ତିତ ରୂପକୁ ଦେଖି ଚକିତ ହେଉଛନ୍ତି । ଜଳବାୟୁ ପରିବର୍ତ୍ତନ ଆର୍କଟିକ ପର୍ଯ୍ୟନ୍ତ ପହଂଚି ସାରିଛି । ଯେଉଁଠାରେ ମେରୁ ଭାଲୁକୁ ବରଫ ତରଳିବା ପରେ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି

ଗୋଟିଏ ଦିନରେ ୪ଟି ଦେଶରେ ଆସିଲା ବିପଦ

After 2nd paragraph post ads

ଦୁନିଆର ଅନେକ ଦେଶରେ ଗତ କେଇ ସପ୍ତାହ ଧରି ପାଣିପାଗରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ପରିବର୍ତ୍ତନ କେବଳ ଗୋଟିଏ ମହାଦେଶରେ ସୀମିତ ନାହିଁଏସିଆରୁ ୟୁରୋପ ପୁଣି ଉତ୍ତର ଆମେରିକା, ସବୁଠି ଏହି ବିପଦ ଦେଖିବାକୁ ମିଳିଛି । କେଉଁଠି ପ୍ରବଳ ବର୍ଷା ହେଉଛି ତ କେଉଁଠି ବୁନ୍ଦାଏ ପାଣି ପାଇଁ ଆକାଶକୁ ଉଣ୍ଡିଛନ୍ତି ଚାଷୀଋଷରେ ହିଟ୍ ୱେଭ୍ ଦେଖିବାକୁ ମିଳିଛି । ଜର୍ମାନୀରେ ଭୀଷଣ ବନ୍ୟା । ସେହିଭଳି ଚୀନରେ ବର୍ଷା ତା’ର ପୁରୁଣା ରେକର୍ଡ୍ ଭାଙ୍ଗି ପ୍ରଳୟଙ୍କାରୀ ବନ୍ୟା ଆଣିଛି । ମଙ୍ଗଳବାର ଦିନ ଏକା ସମୟରେ ବିଶ୍ୱର ଚାରିଟି ଦେଶରେ ପାଣିପାଗର ଅଲଗା ରୂପ ଦେଖିବାକୁ ମିଳିଥିଲା । ଋଷ, ଚୀନ୍, ଆମେରିକା ଓ ନ୍ୟୁଜଲାଣ୍ଡରେ ଲୋକ ଗରମ, ବନ୍ୟା ଓ ଜଙ୍ଗଲ ନିଆଁକୁ ନେଇ ଅସ୍ତବ୍ୟସ୍ତ ହୋଇଛନ୍ତି ।

ବର୍ଷା ନେଲା ୧୮୮ ଜୀବନ

Middle post content

ପଶ୍ଚିମ ୟୁରୋପରେ ବର୍ଷା ପାଇଁ ୧୮୮ ଜଣ ପ୍ରାଣ ହରାଇଛନ୍ତି । କୁହାଯାଉଛି ଗତ ଶହେ ବର୍ଷ ଭିତରେ ୟୁରୋପ ଏଭଲି ବନ୍ୟା ଦେଖିନଥିଲା । ବେଲଜିୟମ, ଲଗଜମବର୍ଗ, ଜର୍ମାନୀ ଓ ନେଦରଲ୍ୟାଣ୍ଡରେ ଦୁଇ ଦିନରେ ସେତିକି ବର୍ଷା ହୋଇଥିଲା ଯେତିକି ଦୁଇ ମାସରେ ହେବା କଥା । ୧୪ ଓ ୧୫ ଜୁଲାଇରେ ହୋଇଥିବା ଏହି ବର୍ଷା ପଶ୍ଚିମ ୟୁରୋପର ପ୍ରାୟ ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ ଉତ୍ତର ୟୁରୋପର ଫିନଲ୍ୟାଣ୍ଡରେ ପାଣିପାଗର ଅଲଗା ମିଜାଜ୍ ଦେଖିବାକୁ ମିଳିଛି । ଫିନଲ୍ୟାଣ୍ଡରେ କେବେ ମଧ୍ୟ ଗରମ ହୁଏନାହିଁ । କିନ୍ତୁ ଚଳିତ ବର୍ଷ ଫିନଲ୍ୟାଣ୍ଡର ବାସିନ୍ଦା ଝାଳ ପୋଛିବାକୁ ବାଧ୍ୟ ହୋଇଛନ୍ତି । ଦେଶ ଅନେକ ସ୍ଥାନରେ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା । ଫିନଲାଣ୍ଡ୍ ପାଣିପାଗ ବିଭାଗ ଆଗକୁ ଆହୁରି ଗରମ ହେବ ବୋଲି ସତର୍କ କରାଇ ଦେଇଛି ।

ସାଇବେରିଆରେ ତାପମାତ୍ରା ବଢିଲା

ଋଷର ସାଇବେରିଆ ଏମିତି ଗୋଟିଏ ସ୍ଥାନ, ଯେଉଁଠାରେ ଗରମ ଶବ୍ଦ କ’ଣ କେହି ଜାଣିନଥିଲେ । କିନ୍ତୁ ଚଳିତ ବର୍ଷ ସେଠାକାର ବାସିନ୍ଦା ଗରମରେ ସିଝିଛନ୍ତି । ସେଠାରେ ତାପମାତ୍ରା ଏତେ ବଢିଗଲା ଯେ, ଜଙ୍ଗଲରେ ନିଆଁ ଲାଗିଲା । ମେ ୨୦୨୧ରେ ସରକାରଙ୍କ ପକ୍ଷରୁ ଜାରି ତଥ୍ୟାରେ କୁହାଯାଇଛି ଯେ, ଗରମ କାରଣରୁ ସାଇବେରିଆର ଅନେକ ଜଙ୍ଗଲରେ ନିଆଁ ଲାଗିଛି । ଏବେ ମଧ୍ୟ ସାଇବେରିଆର ୨୧୬ରୁ ଅଧିକ ଜଙ୍ଗଲ ନିଆଁରେ ଜଳୁଛି ।

ଏସିଆର ଅନେକ ଦେଶ ମଧ୍ୟ ପ୍ରଭାବିତ

World Meteorological Organization (WMO) ତରଫରୁ କୁହାଯାଇଛି ଯେ, ହିଟ୍ ୱେଭ୍ କାରଣରୁ ଏସିଆର ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି । ଭାରତ, ଚୀନ ଓ ଇଣ୍ଡୋନେସିଆର କିଛି ଅଚଂଳରେ ଅଦିନିଆ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୌସୁମୀ ଆସି ସାରିଥିଲେ ମଧ୍ୟ ବର୍ଷା ଦେଖିବାକୁ ମିଳୁନି । ସେହିଭଳି ଆମେରିକାର କାର୍ଲିଫର୍ଣ୍ଣିଆ, ଉଟା ଓ ପଶ୍ଚିମ କାନାଡାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । କାର୍ଲିଫର୍ଣ୍ଣିଆର ଡେଥ୍ ଭ୍ୟାଲିରେ ତାପମାତ୍ରା ୫୪.୪ ଡିଗ୍ରୀରେ ପହଂଚିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami