ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ?

ଜଣେ ରାଷ୍ଟ୍ରପତିଙ୍କୁ ପିଟିପିଟି ହତ୍ୟା କରି ଟ୍ରାଫିକ ପୋଷ୍ଟରେ ଶବକୁ ଝୁଲାଇଥିବା ‘ବିଦ୍ୟାର୍ଥୀ’ଙ୍କ ଦଳ ପୁଣି ଶାସନକୁ ଫେରୁଛି

ଆଫଗାନିସ୍ତାନରୁ ଆମେରିକା ସେନା ଫେରିବା ଦିନ ପାଖେଇ ଆସିବା ସହିତ ସେଠାରେ ତାଲିବାନ କ୍ଷମତା ଦଖଲର ନିକଟତର ହେବାରେ ଲାଗିଛି । ତାଲିବାନ ଗତ କେଇ ସପ୍ତାହ ମଧ୍ୟରେ ୧୦ ଜିଲ୍ଲାର ମୁଖ୍ୟାଳୟ ଉପରେ କବଜା ଜମାଇ ସାରିଲାଣି । ସବୁଠୁ ବଡ କଥା ହେଉଛି ଏଥିପାଇଁ ତାଲିବାନକୁ ବିଶେଷ କିଛି କଷ୍ଟ କରିବାକୁ ପଡିନାହିଁ । କାରଣ ଆଫାଗନୀ ସେନା ତାଲିବାନ ଡରରେ ପଡୋଷୀ ଦେଶକୁ ପଳାୟନ କରିଛନ୍ତି । ଏମିତିରେ ସେହି ଆଶଙ୍କା ସତ ହେବାକୁ ଯାଉଛି ଯାହାକି ସିଆଇଏ ତା’ର ଗୁପ୍ତ ରିପୋର୍ଟରେ କରିଥିଲା । ସିଆଇଏର ଗୁପ୍ତ ରିପୋର୍ଟ ଅନୁସାରେ ଆମେରିକା ସେନା ଆଫଗାନିସ୍ତାନ ଛାଡିବାର ୬ ମାସ ମଧ୍ୟରେ ତାଲିବାନ କ୍ଷମତାକୁ ଆସିବ । ତେବେ ଏବେ ଲାଗୁଛି ଏଥିପାଇଁ ୬ ମାସ ମଧ୍ୟ ଲାଗିବ ନାହିଁ । ଆଫଗାନିସ୍ତାନରେ ତାଲିବାନର ପୁନଃ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ଇରାନ ଓ ଭାରତ ପାଇଁ ଶୁଭ ସଂକେତ ନୁହେଁ । ତାଲିବାନର ଫେରିବା କେବଳ ପାକିସ୍ତାନ ଓ ଚୀନକୁ ସୁହାଇବ ।

ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଆକ୍ରମଣ ପରେ ଆଫାଗନିସ୍ତାନ ଆସିଥିଲା ଅଙ୍କଲ ସାମ୍

୨୦୦୧ ସେପ୍ଚେମ୍ବର ୧୧ ଆକ୍ରମଣ ପରେ ଆମେରିକା ଆଫଗାନିସ୍ତାନରେ ପହଂଚିଥିଲା । ଅଙ୍କଲ ସାମ ଯୁଦ୍ଧ ମୈଦାନକୁ ନଓହ୍ଲାଇ କାର୍ପେଟ୍ ବମିଂ ଦ୍ୱାରା ତାଲିବାନକୁ କ୍ଷମତାଚ୍ୟୁତ କରିଥିଲା । ଆମେରିକାର ଫାୟାର ପାୱାର ଆଗରେ ତିଷ୍ଟି ନପାରି ତାଲିବନା ଅତିଥି ଓସାମା ବିନ୍ ଲାଡେନ ସହିତ ତୋରାବରା ପାହଡ ଓ ସେଠାରୁ ପାକିସ୍ତାନକୁ ପଳାୟନ କରିଥିଲା । ଏହା ପରେ ପାଖାପାଖି ୨୧ ବର୍ଷ ପରେ ଆମେରିକା ସେନା ନିଜ ଦେଶକୁ ଫେରୁଛି । କିନ୍ତୁ ଲାଗୁଛି ଆମେରିକାର ସବୁଠାରୁ ଲମ୍ବା ଯୁଦ୍ଧ ତାଲିବାନକୁ ମୁଳପୋଛ କରିବାରେ ବିଫଳ ହୋଇଛି । କାରଣ ତାଲିବାନ ଏବେ ଆଗ ଅପେକ୍ଷା ଅଧିକ ଶକ୍ତିଶାଳୀ । ଆମେରିକା ଓ ମିତ୍ର ରାଷ୍ଟ୍ର ଆଫଗାନିସ୍ତାନୀ ସେନାର ଆଧୁନିକିକରଣ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏବେ ତାଲିବାନ ଆଗରେ ସେମାନେ ଯେଉଁଭଳି ଛତ୍ରଭଙ୍ଗ ଦେଉଛନ୍ତି ସେଥିରୁ ଲାଗୁଛି ଆଫଗାନିସ୍ତାନରେ ଆମେରିକା ହାରିଛି

ଭାରତ ପାଇଁ ବିପଦ

Rise of Taliban 2.0

ଆର୍ଥିକ ଚାପ ଓ ଘରେ ବିରୋଧ କାରଣରୁ ଆମେରିକା ନିଜ ସେନାକୁ ଆଫଗାନିସ୍ତାନରୁ ଫେରାଇ ନେଉଛି । ତେବେ ଏହାର ପ୍ରଭାବ କେବଳ ଆଫଗାନିସ୍ତାନ ନୁହେଁ ଭାରତ ଉପରେ ମଧ୍ୟ ପଡ଼ିବ । ଯାହା ଭାରତର ଚିନ୍ତା ବଢାଇ ଦେଇଛି । କାରଣ ଆଗରୁ ତାଲିବାନ ଶାସନରେ ଥିବା ବେଳେ ଏହା ଭାରତ ବିରୋଧୀ ଶକ୍ତିଙ୍କ ଆଡ୍ଡା ପାଲଟିଥିଲା । ପାକିସ୍ତାନ ସରକାର ତାଲିବାନର ପ୍ରଧାନ ପୃଷ୍ଠପୋଷକ ଥିଲା । ତାଲିବାନ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଇଙ୍ଗିତରେ ଚାଲୁଥିଲା । ୧୯୯୯ରେ ତାଲିବାନ ପାଇଁ ଭାରତ ଗମ୍ଭୀର ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ୧୯୯୯ରେ ଗୋଟିଏ ଭାରତୀୟ ବିମାନକୁ ପାକ୍ ଆତଙ୍କଦାବୀ ହାଇଜ୍ୟାକ୍ କରିନେଇଥିଲେ । ଅପହୃତ ବିମାନ ଓ ଏହାର ଯାତ୍ରୀଙ୍କ ବଦଳେ ଆତଙ୍କବାଦୀ ୫ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁକ୍ତି ଦାବି କରିଥିଲେ ।

କାନ୍ଦାହାର ବିମାନ ଅପହରଣ କାଣ୍ଡ

Kandahar Hijack, 1999

ଅପହୃତ ଭାରତୀୟ ବିମାନ କାନ୍ଦାହାର ବିମାନ ବନ୍ଦରରେ ଅବତରଣ କରିଥିଲା । ତାଲିବାନ ସୈନିକ ଏହି ବିମାନରେ ଥିବା ଅପହରଣାକରୀଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ । ଭାରତ କମାଣ୍ଡୋ କାର୍ଯ୍ୟାନୁଷ୍ଠାନ ପାଇଁ ଚିନ୍ତା କରିଥିଲା କିନ୍ତୁ ତାଲିବାନ ଏଥିପାଇଁ ଅନୁମତି ଦେଇନଥିଲା । ଶେଷରେ ଭାରତକୁ ଆତଙ୍କବାଦୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ପଡିଥିଲା । ପଣବନ୍ଦୀଙ୍କ ବଦଳରେ ଭାରତ ୫ ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲା । ଯେଉଁମାନଙ୍କ ମଧ୍ୟରେ ଜୈସ-ଏ-ମହମ୍ମଦର ପ୍ରତିଷ୍ଠାତା ମୌଲନା ମସୁଦ ଅଜହରଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟାକାରୀ ଥିଲେ

ପୁଣି ହୋଇପାରେ ଭାରତ ବିରୋଧୀ ଶକ୍ତିଙ୍କ ଚରାଭୂଇଁ

ଆଫଗାନିସ୍ତାନରୁ ତାଲିବାନର ପତନ ପରେ ଭାରତ ସେଠାରେ ଅନେକ ଉନ୍ନତିମୁଳକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲା । କିନ୍ତୁ ଏବେ ଭାରତର ଡର ଯେ, ତାଲିବାନ ଫେରିବା ସହିତ ଆଇଏସଆଇ ସେଠାରେ ପୁଣିଥରେ ନିଜ ବେସ୍ ସ୍ଥାପନ କରି ଭାରତ ବିରୋଧୀ କାର୍ଯ୍ୟକଳାପ ବଢାଇବ । ତାଲିବାନ କ୍ଷମତାକୁ ଫେରିବା ଦ୍ୱାରା ପାକ୍ ସେନା ସମ୍ପୂର୍ଣ୍ଣ ଭାବେ ଜମ୍ମୁକାଶ୍ନୀରରେ ଧ୍ୟାନ କେନ୍ଦ୍ରିତ କରିପାରିବ । ତାଲିବାନ ମଧ୍ୟ ଭାରତୀୟ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବାର ଆଶଙ୍କା ରହିଛି । ପାକିସ୍ତାନ ପ୍ରତି ତାଲିବାନର ନରମ ମନୋଭାବର କାରଣ ହେଉଛି ଏହାର ସୃଷ୍ଟି ପଛରେ ଇସଲାମାବାଦ ରହିଛି

ରାଷ୍ଟ୍ରପତିଙ୍କୁ ମାରି ଟ୍ରାଫିକ୍ ପୋଷ୍ଟରେ ଝୁଲାଇ ଦେଇଥିଲେ

୧୯୯୬ ମସିହାରେ ପାକିସ୍ତାନ ପଟୁ ତାଲିବାନ ଆଫଗାନିସ୍ତାନକୁ ପ୍ରବେଶ କରିଥିଲା । ତାଲିବର ଅର୍ଥ ହେଉଛି ବିଦ୍ୟାର୍ଥୀ । ତାଲିବାନର ପ୍ରତି ସଦସ୍ୟ ମଦ୍ରାସାରୁ ଶିକ୍ଷା ଲାଭ କରିଥାନ୍ତି । ବେନଜିର ଭୁଟ୍ଟୋଙ୍କ ଅମଳରେ ପାକିସ୍ତାନ ତାଲିବାନକୁ ତିଆରି କରିଥିଲା । ଲକ୍ଷ୍ୟ ଥିଲା ତାଲିବାନ ଜରିଆରେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରି ଇରାନ, ଭାରତ ଓ ଋଷକୁ ଟକ୍କର ଦେବା୧୯୯୬ରେ ତାଲିବାନ କାବୁଲ ଦଖଲ କରିଥିଲା । ସେତେବେଳେ ସେଠାରେ ମୁଜାହିଦ୍ଦିନଙ୍କ ସରକାର ଥିଲା । ମୁଜାହିଦ୍ଦିନଙ୍କ ପଳାୟନ ପରେ ପୁର୍ବତନ କମ୍ୟୁନିଷ୍ଟ ରାଷ୍ଟ୍ରପତି ନଜିବଉଲ୍ଲାଙ୍କୁ ତାଲିବାନ ନୃଶଂସତାର ସହ ହତ୍ୟା କରିଥିଲା । ଜାତିସଂଘ ଅଫିସରେ ଶରଣ ନେଇଥିବା ନଜିବଉଲ୍ଲାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ପରେ ତାଙ୍କ ଗୁପ୍ତାଙ୍ଗକୁ କାଟି ଦିଆଯାଇଥିଲା । ଏହା ପରେ ତାଙ୍କ ମୃତଦେହକୁ କାବୁଲର ଗୋଟିଏ ଟ୍ରାଫିକ୍ ପୋଷ୍ଟରେ କିଛି ଦିନ ପାଇଁ ଟଙ୍ଗାଇ ରଖା ଯାଇଥିଲା । ନଜିବଉଲ୍ଲାଙ୍କ ପରିବାରକୁ ଭାରତ ଶରଣ ଦେଇଥିବାରୁ ସେମାନେ ରକ୍ଷା ପାଇଯାଇଥିଲେ ।

afghanistanAfghanistan presidentbenazir bhuttoIndiaindian airlinesISIISISJaish-e-Mohammedkandaharkandahar plane hijackmashood azharMohammad Najibullahosama bin ladenpakistan taliban terroristsplane hijacksuicide bombertalibantaliban armyTaliban resurgenceworld trade centerଅଙ୍କଲ ସାମ୍ଅପହୃତ ବିମାନଆଫଗାନିସ୍ତାନଆଫାଗନୀ ସେନା ତାଲିବାନଆମେରିକାଇରାନ ଓ ଭାରତକମ୍ୟୁନିଷ୍ଟ ରାଷ୍ଟ୍ରପତି ନଜିବଉଲ୍ଲାକାନ୍ଦାହାର ବିମାନ ଅପହରଣକାବୁଲତାଲିବନା ଅତିଥି ଓସାମା ବିନ୍ ଲାଡେନତାଲିବାନର ପୁନଃଉତ୍ଥାନପାକିସ୍ତାନ ସରକାରପାକିସ୍ତାନୀ ଗୁଇନ୍ଦା ଏଜେନ୍ସିଭାରତ ବିରୋଧୀ ଶକ୍ତିଭାରତର ଚିନ୍ତାମୁଜାହିଦ୍ଦିନଙ୍କ ସରକାରୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଆକ୍ରମଣସିଆଇଏର ଗୁପ୍ତ ରିପୋର୍ଟ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami