ହାଇବ୍ରିଡ୍ ଯୁଦ୍ଧ କ’ଣ ?

ପେଗାସାସ ମଧ୍ୟ ହାଇବ୍ରିଡ୍ ଯୁଦ୍ଧର ଏକ ଅସ୍ତ୍ର, ଜାଣନ୍ତୁ କେମିତି ମାଉସ ଓ କି’ବୋର୍ଡରେ ଲଢାଯାଏ ଯୁଦ୍ଧ

ଆମେରିକା ଓ ଅନ୍ୟ ଦେଶଙ୍କ ସରକାରୀ ତଥା ଘରୋଇ କମ୍ପାନୀଙ୍କ ଉପରେ ହୋଇଥିବା ରେମସୱେୟାର ଆକ୍ରମଣ ପରଠାରୁ ୱାଂସିଟନ ଓ ମସ୍କୋ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିଲାଣି । ଦୁଇ ପକ୍ଷ ଏଥିପାଇଁ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ବିଶେଷଜ୍ଞ ଏହିଭଳି ସାଇବର ଆଟାକକୁ ହାଇବ୍ରିଡ୍ ୱାର ବୋଲି କହିଥାନ୍ତି । ଏହି ହାଇବ୍ରିଡ୍ ଯୁଦ୍ଧର ଲକ୍ଷ୍ୟ ହେଉଛି ଶତ୍ରୁ ଦେଶକୁ ଭିତରୁ ଫମ୍ପା କରିଦେବା ।

ଭାରତ ସମେତ ଅନ୍ୟ କେତେକ ଦେଶରେ ପେଗାସାସ ଗୁଇନ୍ଦା କାଣ୍ଡ ମିଡିଆରେ ହେଡଲାଇନ୍ସ ହୋଇଛି । ଏହା ମଧ୍ୟ ଏକ ପ୍ରକାରର ହାଇବ୍ରିଡ୍ ଯୁଦ୍ଧଆସନ୍ତୁ ଜାଣିବା ହାଇବ୍ରିଡ୍ ୱାର କ’ଣ ହୋଇଥାଏ ଓ କେଉଁ କେଉଁ ଦେଶ ଏଭଳି କାର୍ଯ୍ୟରେ ଲିପ୍ତଥିବା ଅଭିଯୋଗ ହୁଏ ।

ପ୍ରଥମେ ଜାଣନ୍ତୁ ହାଇବ୍ରିଡ୍ ୱାର୍ କ’ଣ ?

ହାଇବ୍ରିଡକୁ ସରଳ ଶବ୍ଦ ହେଉଛି ମିକ୍ସଚର । ଯେମିତି ମିକ୍ସଚର ବା ଚାନାଚୁରରେ ଅଲଗା ଅଲଗା ସାମଗ୍ରୀ ମିଶିଥାଏ, ସେହିଭଳି ହାଇବ୍ରିଡ୍ ୱାର ହେଉଛି ଅଲଗା ଅଲଗା ତରିକାରେ ଯୁଦ୍ଧ ଲଢିବା । ଏହାର ଅର୍ଥ ହେଉଛି ଆପଣ ଶତ୍ରୁ ସହିତ ଖୁଲମଖୁଲା ଯୁଦ୍ଧ ଲଢନ୍ତି ନାହିଁ ବରଂ ଆପଣ ଅପ୍ରତ୍ୟକ୍ଷ ଭାବେ ବିଭିନ୍ନ ଉପାୟରେ ଶତ୍ରୁକ ଦୁର୍ବଳ କରିଥାନ୍ତି

ଉଦାହରଣ ସ୍ୱରୁପ ଆପଣଙ୍କ ଶତ୍ରୁ ଦେଶରେ ଜନ ଅସନ୍ତୋଷ ରହିଛି । ଲୋକ ରାସ୍ତା ଉପରକୁ ଆସି ବିରୋଧ ପ୍ରଦର୍ଶନ କରୁଛନ୍ତି । ଏମିତିରେ ଆପଣ ମିଥ୍ୟା ସୂଚନା ଦେଇ ବିଦ୍ରୋହ ବା ବିକ୍ଷୋଭକୁ ଅଧିକ ଉତ୍ସକାଇ ପାରିବେ । ବିକ୍ଷୋଭକାରୀଙ୍କୁ ଏଭଳି ଉତ୍ସକାଇ ଗୋଟିଏ ଦେଶ ଆଉ ଗୋଟିଏ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିପାରିବ । ଏହିଭଳି ସୋସିଆଲ ମିଡିଆ, ସାଇବର ଆଟାକ, ଫେକ୍ ନ୍ୟୁଜ୍, ଟ୍ରେଡ୍ ରେଷ୍ଟ୍ରିକେସନ୍ସ ଓ ବାକି ଉପାୟ ଦ୍ୱାରା ଶତ୍ରୁ ରାଷ୍ଟ୍ରରେ ଅଶାନ୍ତି ସୃଷ୍ଟି କରାଯାଇ ପାରିବ । ଏଭଳି କରି ଗୋଟିଏ ଦେଶ ଆଉ ଗୋଟିଏ ଦେଶରେ ଦଙ୍ଗା ସୃଷ୍ଟି କରିବା ସହିତ ଅର୍ଥନୀତିକୁ ମଧ୍ୟ ଧ୍ୱଂସ କରି ଦେଇପାରେ । ଦଙ୍ଗା ସୃଷ୍ଟି କରିବା, ଅର୍ଥବ୍ୟବସ୍ଥାକୁ କ୍ଷତି ପହଂଚାଇବା ହେଉଛି ହାଇବ୍ରିଡ୍ ୱାର ।

ହାଇବ୍ରିଡ୍ ୱାରର ଉତ୍ତର ଦେବାରେ ସବୁଠାରୁ ବଡ ସମସ୍ୟା ହେଉଛି ଅପରାଧୀକୁ ଚିହ୍ନଟ କରିବାହାଇବ୍ରିଡ୍ ୱାରଫେୟାରରେ ସରକାର ସାଧାରଣ ଲୋକଙ୍କ ସାହାଯ୍ୟ ନେଇଥାନ୍ତି । ସାଇବର ୱେୟାର ଫେୟାରରେ ଋଷ ଓ ଚୀନ ବଡ଼ ଖେଳାଳୀ ଭାବେ ଉଭା ହୋଇଛନ୍ତି । ଏହି ଦୁଇ ଦେଶଙ୍କ ପରେ ଅଛି ଉତ୍ତର କୋରିଆ

ହାଇବ୍ରିଡ୍ ଯୁଦ୍ଧ ଓ ଋଷ

ଋଷର ସାଇବର ୱେୟାର ଫେୟାର ଡକ୍ଟ୍ରିନକୁ ଆଲେକଜାଣ୍ଡାର ଡୁଗିନଙ୍କ ଭଳି ରାଜନୈତିକ ବିଶାରଦ ରୂପରେକ ଦେଇଥିଲେ । ଡୁଗିନଙ୍କ ପୁତିନଙ୍କ ମସ୍ତିଷ୍କ ବୋଲି କୁହାଯାଇଥାଏ । ସେ ମସ୍କୋ ବିଶ୍ୱବିଦ୍ୟାଳୟର ସୋସିଓଲଜି ପ୍ରଫେସର ଅଛନ୍ତି । ୨୦୧୪ରେ ଆମେରିକା ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

ଋଷ ସହିତ ଚୀନ୍ ଓ ଇରାନ ଏଭଳି ହାଇବ୍ରିଡ୍ ଯୁଦ୍ଧରେ ଲିପ୍ତ ଥିବା ଅଭିଯୋଗ ହେଉଛି । ଚୀନ୍ ୨୦୨୦ରେ ଭାରତ ବିରୋଧରେ ଏଭଳି ଯୁଦ୍ଧ କରିଥିଲା । ଚୀନର କିଛି କମ୍ପାନୀ ଭାରତର ଭିଆଇପିଙ୍କ ଉପରେ ନଜର ରଖିଥିବା ଅଭିଯୋଗ ସେତେବେଳେ ହୋଇଥିଲା । ଋଷ ଆମେରିକା ସମେତ ୟୁକ୍ରେନ୍ ଓ ଜର୍ଜିଆ ବିରୋଧରେ ହାଇବ୍ରିଡ୍ ୱାରଫେୟାରରେ ଲିପ୍ତ ଥିବା ଅଭିଯୋଗ ହୁଏ ।

ହାଇବ୍ରିଡ୍ ଯୁଦ୍ଧ ପାଇଁ ଭାରତ କ’ଣ କରୁଛି ?

ହାଇବ୍ରିଡ୍ ଯୁଦ୍ଧର ମୁକାବିଲା ପାଇଁ ୟୁରୋପିୟାନ ୟୁନିୟନ ହାଇବ୍ରିଡ୍ ଫ୍ୟୁଜନ୍ ସେଲ ତିଆରି କରିଛି । ତେବେ ଭାରତ କଥା କହିଲେ ଦେଖିବାକୁ ମିଳିବ ଯେ, ଏହି ପ୍ରସଙ୍ଗରେ ଭାରତ ଚୀନଠାରୁ ପଛରେ ଅଛି । ଚୀନ୍ ୨୦୧୩ରେ ହିଁ ଥ୍ରି ୱେୟାର ଫେୟାର ଷ୍ଟ୍ରାଟେଜି ବା ଟିଡବ୍ଲୁଏସ୍ ଉପରେ କାମ ଆରମ୍ଭ କରିଥିଲା । ସୁରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ଚୀନର ରଣନୀତି ସ୍ପଷ୍ଟ ରହିଛି । ଚୀନର ରଣନୀତି ହେଉଛି ଦେଶ ଭିତରେ ଓ ବାହାରେ ତା’ ସମର୍ଥନରେ ମନୋଭାବ ସୃଷ୍ଟି କରିବା, ମନୋବୈଜ୍ଞାନିକ ଯୁଦ୍ଧ ଜରିଆରେ ଶତ୍ରୁକୁ ଏହା ବିଶ୍ୱାସ କରିବାକୁ ବାଧ୍ୟ କରିବା ଯେ, ଚୀନ ସେନା ଆଗରେ ସେମାନେ ଦୁର୍ବଳ ଓ ଲିଗାଲ ୱେୟାର ଫେୟାର ଜରିଆରେ ନିଜ ଦାବିକୁ ଶକ୍ତି ପ୍ରଦାନ କରିବା । ତେଣିକି ମାମଲା ଦକ୍ଷୀଣ ଚୀନ ସାଗରର ହେଉ କି ଲଦ୍ଦାଖର ।

ତେବେ ଏହାର ଅର୍ଥ କଦାପି ଏହା ନୁହେଁ ଯେ, ଭାରତ କିଛି ମଧ୍ୟ କରୁନାହିଁ । ଭାରତୀୟ ସୁରକ୍ଷା ଏଜେନ୍ସୀ ମଧ୍ୟ ହାଇବ୍ରିଡ୍ ୱେୟାରଫେୟାର ପାଇଁ ଭିତ୍ତିଭୂମି ତିଆରି କରୁଛନ୍ତି ।

alexander duginChinacivil warcyber attackcyber warfarecyber warfare doctrineEuropean Union Hybrid Fusion Cellfake newshybrid warfareIndian Security Agencynorth koreapegasus spyware attackPsychological warfareransomware attackrussiasocial mediaspying on Indian VIPthree warfares chinatrade restrictionsTWS chinawashington and moscowwhat is htbrid warଆଲେକଜାଣ୍ଡାର ଡୁଗିନଉତ୍ତର କୋରିଆଋଷ ଓ ଚୀନ ବଡ଼ ଖେଳାଳୀଗୃହଯୁଦ୍ଧଟିଡବ୍ଲୁଏସ୍ଟ୍ରେଡ୍ ରେଷ୍ଟ୍ରିକେସନ୍ସଥ୍ରି ୱେୟାର ଫେୟାର ଷ୍ଟ୍ରାଟେଜିପେଗାସାସ ଗୁଇନ୍ଦା କାଣ୍ଡଫେକ୍ ନ୍ୟୁଜ୍ଭାରତଭାରତର ଭିଆଇପିଙ୍କ ଉପରେ ନଜରଭାରତୀୟ ସୁରକ୍ଷା ଏଜେନ୍ସୀୟୁରୋପିୟାନ ୟୁନିୟନ ହାଇବ୍ରିଡ୍ ଫ୍ୟୁଜନ୍ରେମସୱେୟାର ଆକ୍ରମଣୱାଂସିଟନ ଓ ମସ୍କୋସାଇବର ଆଟାକସାଇବର ୱେୟାର ଫେୟାରସାଇବର ୱେୟାର ଫେୟାର ଡକ୍ଟ୍ରିନସୋସିଆଲ ମିଡିଆହାଇବ୍ରିଡ୍ ୱାରହାଇବ୍ରିଡ୍ ୱାର କ’ଣ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami