ଦୁନିଆର ନ’ ଦେଶ ଯେଉଁଠି ଟଙ୍କା ଖର୍ଚ୍ଚ କଲେ ମିଳିଯିବ ନାଗରିକତା

କୌଣସି ଦେଶର ନାଗରିକତା ପାଇବାକୁ ହେଲେ ଅନେକ ପ୍ରକ୍ରିୟା ଦେଇ ଯିବାକୁ ପଡେ । ପ୍ରଥମତଃ କିଛି ଦିନ ଧରି ସେଠାରେ ରହିବା ସହିତ ଅନ୍ୟ ବହୁତ କିଛି ଫାଇଲ କାମ କରିବାକୁ ହୁଏ । କିନ୍ତୁ ବିଶ୍ୱରେ ଏମିତି କିଛି ଦେଶ ଅଛନ୍ତି ଯେଉଁଠାରେ ଆପଣଙ୍କୁ ନାଗରିକତା ପାଇବା ପାଇଁ କେବଳ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ଓ ଆପଣ ସେହି ଦେଶର ବ୍ୟବସାୟରେ ନିବେଶ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ନାଗରିକତା ମିଳିବାରେ କିଛି ଅସୁବିଧା ନାହିଁ । ଏହି ଦେଶ ଗୁଡିକରେ ନାଗରିକତା ପାଇଁ ପାସପୋର୍ଟ କିମ୍ବା ଭିଜା ଝଞ୍ଜଟ ନାହିଁ ଆସନ୍ତୁ ସେହିଭଳି ୯ ଟି ଦେଶ ସମ୍ପର୍କରେ ଜାଣିବା ଯେଉଁଠି ନାଗରିକତା ପାଇଁ ଆପଣଙ୍କୁ କବେଳ ଟଙ୍କା ଖର୍ଚ୍ଚ କରିବାକୁ ପଡେ ।

ଆସନ୍ତୁ ସେହିଭଳି ୯ ଟି ଦେଶ ସମ୍ପର୍କରେ ଜାଣିବା

1) ସେଣ୍ଟ୍ କିଟସ୍ ଆଣ୍ଡ୍ ନେଭିସ୍

ଆପଣ ଏହି ଦେଶରେ ଦୈତ ନାଗରିକତା ନେଇ ରହି ପାରିବେ । ଅର୍ଥାତ ଆପଣ ଏହି ଦେଶର ନାଗରିକତା ସହିତ ଆଉ ଗୋଟିଏ ଦେଶର ନାଗରିକତା ମଧ୍ୟ ନେଇପାରିବେ । ସେଠାକାର ସରକାରଙ୍କର ଆପଣ ଆଉ କେଉଁ ଦେଶର ନାଗରିକ ହୋଇଥିଲେ ମଧ୍ୟ କିଛି ସମସ୍ୟା ନାହିଁ । ବାସ ଆପଣଙ୍କ ବୟସ ୧୮ରୁ ଅଧିକ ହୋଇଥିବା ଆବଶ୍ୟକ ଓ ଆପଣଙ୍କୁ ସେହି ଦେଶରେ ୨ ଲକ୍ଷ ଆମେରିକା ଡଲାରର ପ୍ରପର୍ଟି କିଣିବାକୁ ପଡିବ କିମ୍ବା ଦେଶର ଗ୍ରୋଥ ଫଣ୍ଡରେ ୧ ଲକ୍ଷ ୫୦ ହଜାର ଡଲାର ନିବେଶ କରିବାକୁ ପଡିବ୧୫୭ ଦେଶର ନାଗରିକ ଏଠାକୁ ବିନା ଭିଜାରେ ଆସି ପାରିବେ ।

2) ସେଣ୍ଟ ଲୁସିଆ

ସେଣ୍ଟ୍ ଲୁସିଆ ଦୁନିଆର ୧୪୬ ଦେଶକୁ ଫ୍ରି ପାସପୋର୍ଟର ସୁବିଧା ଦେଇଛି । ଜଣେ ସେଠାରେ ପହଂଚି ମଧ୍ୟ ପାସପୋର୍ଟ ତିଆରି କରିପାରିବେ । ନାଗରିକତା ନେବା ପାଇଁ ସେଣ୍ଟ ଲୁସିଆରେ ରହିବା ବାଧ୍ୟତାମୁଳକ ନୁହେଁ । ଯିଏ ନାଗରିକତା ନେବାକୁ ଚାହାନ୍ତି ସେ ନିଜର ୩୧ ବର୍ଷ ପର୍ଯ୍ୟନ୍ତ ସନ୍ତାନ, ୧୮ ବର୍ଷର ଭାଇ ଭଉଣି ଓ ୫୬ ବର୍ଷର ମାତା-ପିତାଙ୍କ ପାଇଁ ମଧ୍ୟ ନାଗରିକତା ଆବେଦନ କରିପାରିବେ । ୩ଶହ ହଜାର ଡଲାର ପର୍ଯ୍ୟନ୍ତର ପ୍ରପର୍ଟି କିଣି ଏଠାରେ ଜଣେ ନାଗରିକତା ପାଇ ପାରିବେ । ତେବେ ଏହି ପ୍ରପର୍ଟିକୁ ତାଙ୍କୁ ଅତିକମରେ ୫ ବର୍ଷ ପର୍ଯ୍ୟନ୍ତ ନିଜ ନାମରେ ରଖିବାକୁ ପଡିବ । କୌଣସି ପ୍ରୋଜେକ୍ଟରେ ୩.୫ ମିଲିୟନ ଡଲାର ନିବେଶ କରି ମଧ୍ୟ ଜଣେ ନାଗରିକତା ପାଇ ପାରିବେ ।

3) ଡୋମିନିକା

ଏଠାରେ ଜଣେ ୧ ଲକ୍ଷ ଡଲାର ଡୋନେସନ୍ ଦେଇ ନାଗରିକତା ନେଇ ପାରିବେ । ନାଗରିକତା ପାଇଁ ପ୍ରୋସେସିଂ ଟାଇମ୍ ୩ ମାସ ହୋଇଥାଏ । ୧୫୨ ଦେଶଙ୍କୁ ଏହା ଫ୍ରି ଭିଜା ଦେଇଥାଏ । ଡୋମିନିକା ୧୯୯୩ରେ ନିବେଶ ଜରିଆରେ ନାଗରିକତା ସୁବିଧା ଦେବା ଆରମ୍ଭ କରିଥିଲା ।

4) ଗ୍ରେନେଡା

ଗ୍ରେନେଡାର ନାଗରିକତା ପାଇଁ ଅତିକମରେ ଦେଢ ଲକ୍ଷ ଡଲାର ଡୋନେସନ୍ ଦେବାକୁ ପଡିବ । କୌଣସି ସରକାରୀ ମାନ୍ୟତାପ୍ରାପ୍ତ ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ନିବେଶ କରି ଜଣେ ନାଗରିକତା ନେଇ ପାରିବେ । ତେବେ ଏହି ପ୍ରପର୍ଟିକୁ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖିବାକୁ ପଡିବ । ଆବେଦନର ୩ରୁ ୪ ମାସ ପରେ ଗ୍ରେନେଡା ନାଗରିକତା ଦେଇଥାଏ

5) ଆଣ୍ଟିଗା-ବରମୁଡା

ଆଣ୍ଟିଗା ନ୍ୟାସନାଲ ଡେଭଲପମେଣ୍ଟ୍ ଫଣ୍ଡରେ ଯଦି କୌଣସି ବ୍ୟକ୍ତି ଏକ ଲକ୍ଷ ଡଲାର ନିବେଶ କରନ୍ତି ତେବେ ସେ ନାଗରିକତା ପାଇ ପାରିବେ । କୌଣସି ସ୍ଥାୟୀ ବ୍ୟବସାୟରେ ୧.୫ ମିଲିୟନ ଡଲାର ନିବେଶ କରି ମଧ୍ୟ ଜଣେ ନାଗରିକତା ନେଇ ପାରିବେ । ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ୪ ଲକ୍ଷ ଡଲାର ନିବେଶ କରି ମଧ୍ୟ ଜଣେ ନାଗରିକତା ନେଇ ପାରିବେ ।

6) ତୁର୍କି

ଦୁନିଆର ୧୧୧ ଦେଶର ଲୋକ ତୁର୍କିରେ ଅନ୍ ଆରାଇଭାଲ କିମ୍ବା ଫ୍ରି ଭିସା ପାଇ ପାରିବେ । ଏହି ଦେଶର କୌଣସି ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ୨ଲକ୍ଷ ୫୦ ହଜାର ଡଲାର ନିବେଶ କରି ଜଣେ ନାଗରିକତା ନେଇ ପାରିବେ । ଆବେଦନ କରିବାର ୬ରୁ ୯ ମାସ ମଧ୍ୟରେ ନାଗରିକତା ମିଳିଥାଏ ।

7) ମଣ୍ଟିନିଗ୍ରୋ

ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ୟୁରୋପର ଏହି ଛୋଟ ଦେଶରେ ଜଣେ ଚାହିଁଲେ ୩ ଲକ୍ଷ ୫୦ ହଜାର ୟୁରୋ ନିବେଶ କରି ନାଗରିକତା ନେଇ ପାରିବେ । ଆବେଦନ କରିବାର ୩ ମାସ ମଧ୍ୟରେ ନାଗରିକତା ମିଳିଯାଇଥାଏ ।

8) ମାଲ୍ଟା

ଏହି ଦେଶ ମଧ୍ୟ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏଠାରେ ଅପରାଧ ହାର ଶୁନ୍ୟ କହିଲେ ଭୁଲ ହେବନାହିଁ । ଅତି ଶାନ୍ତିପ୍ରିୟ ଏହି ଦେଶରେ ଜଣେ ୭ ଲକ୍ଷ ୩୮ ହଜାର ୟୁରୋ ଖର୍ଚ୍ଚ କରି ନାଗରିକତା ନେଇ ପାରିବେ । ତେବେ ଗୋଟିଏ ସର୍ତ୍ତ ହେଉଛି ନାଗରିକତା ପାଇଁ ସେଠାରେ ବର୍ଷକରୁ ୩ ବର୍ଷ ପର୍ଯ୍ୟନ୍ତ ରହିବାକୁ ପଡିବ । ୩ ବର୍ଷର ରେସିଡେନ୍ସ ପ୍ରୁଫ୍ ଥିଲେ ଖୁବଶୀଘ୍ର ନାଗରିକତା ମିଳିଯାଇଥାଏ ।

9) ଅଷ୍ଟ୍ରିୟା

ଏହା ପଶ୍ଚିମ ୟୁରୋପର ଏକମାତ୍ର ଦେଶ ଯେଉଁଠାରେ ନିବେଶ ଜରିଆରେ ନାଗରିକତା ମିଳିଯାଏ । ଯଦି ୟୁରୋପିଆନ୍ ୟୁନିୟନର ପାସପୋର୍ଟ ଆପଣଙ୍କ ପାଖରେ ଥିବ ତେବେ ଅଷ୍ଟ୍ରିୟାରେ ନରହି ମଧ୍ୟ ଆପଣଙ୍କୁ ନାଗରିକତା ମିଳିଯିବ । ୩ ମିଲିୟନ ୟୁରୋ ନିବେଶ ଦ୍ୱାରା ନାଗରିକତା ମିଳିଯାଏ । ୨୪ ମାସରୁ ୩୬ ମାସ ମଧ୍ୟରେ ନାଗରିକତା ମିଳିଥାଏ ।

1 lakh dollar amount donation for citizenship in dominica୧ ଲକ୍ଷ ଡଲାର ଡୋନେସନ୍18 years or above2 lakh american dollar property purchase୨ ଲକ୍ଷ ଆମେରିକା ଡଲାରର ପ୍ରପର୍ଟି3 lakh 50 thousand euro investment for montenegro citizenship3 lakh dollar property purchase in st lucia3 million euro investment for austria citizenship୩ ମିଲିୟନ ୟୁରୋ ନିବେଶ୩ ଲକ୍ଷ ୫୦ ହଜାର ୟୁରୋ ନିବେଶ3.5 million dollar investment୩.୫ ମିଲିୟନ ଡଲାର ନିବେଶ୩ଶହ ହଜାର ଡଲାର ପର୍ଯ୍ୟନ୍ତର ପ୍ରପର୍ଟି7 lakhs 38 thousand euro investments in malta for citizenship୭ ଲକ୍ଷ ୩୮ ହଜାର ୟୁରୋ9 countries in the world for citizenship୯ ଟି ଦେଶ ସମ୍ପର୍କରେ ଜାଣିବା ଯେଉଁଠି ନାଗରିକତାAntigua and Barbudaantigua bermuda citizenshipantigua national development fundaustria citizenshipaustria in western europecitizenshipcitizenship for family members in st luciacitizenships with investmentscrime rate is zero in maltadominicaDual citizenshipeurope montenegroEuropean union passportfree passportGrenadagrenada citizenshipgrowth fund investmentinvesting moneymaltamalta citizenship by investmentMontenegro citizenshipon arrival or free visa in turkeyone and half lakh dollar donation for grenada citizenshipone lakh dollar investmentpassportreal estate project investmentSaint Kitts and NevisSaint Luciaturkeyturkey citizenshipvisaଅପରାଧ ହାର ଶୁନ୍ୟଅଷ୍ଟ୍ରିୟାଆଣ୍ଟିଗା ନ୍ୟାସନାଲ ଡେଭଲପମେଣ୍ଟ୍ ଫଣ୍ଡଆଣ୍ଟିଗା-ବରମୁଡାଏକ ଲକ୍ଷ ଡଲାର ନିବେଶଗ୍ରେନେଡାଗ୍ରେନେଡାର ନାଗରିକତାଗ୍ରୋଥ ଫଣ୍ଡଟଙ୍କା ଖର୍ଚ୍ଚଡୋମିନିକାତୁର୍କିତୁର୍କିରେ ଅନ୍ ଆରାଇଭାଲ କିମ୍ବା ଫ୍ରି ଭିସାଦେଢ ଲକ୍ଷ ଡଲାର ଡୋନେସନ୍ଦେଶର ନାଗରିକତାଦୈତ ନାଗରିକତାପଶ୍ଚିମ ୟୁରୋପଫ୍ରି ପାସପୋର୍ଟବୟସ ୧୮ରୁ ଅଧିକମଣ୍ଟିନିଗ୍ରୋମାଲ୍ଟାୟୁରୋପିଆନ୍ ୟୁନିୟନର ପାସପୋର୍ଟରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ନିବେଶସେଣ୍ଟ୍ କିଟସ୍ ଆଣ୍ଡ୍ ନେଭିସ୍ସେଣ୍ଟ୍ ଲୁସିଆ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami