ଦୁନିଆର ନ’ ଦେଶ ଯେଉଁଠି ଟଙ୍କା ଖର୍ଚ୍ଚ କଲେ ମିଳିଯିବ ନାଗରିକତା

Above Post Content

କୌଣସି ଦେଶର ନାଗରିକତା ପାଇବାକୁ ହେଲେ ଅନେକ ପ୍ରକ୍ରିୟା ଦେଇ ଯିବାକୁ ପଡେ । ପ୍ରଥମତଃ କିଛି ଦିନ ଧରି ସେଠାରେ ରହିବା ସହିତ ଅନ୍ୟ ବହୁତ କିଛି ଫାଇଲ କାମ କରିବାକୁ ହୁଏ । କିନ୍ତୁ ବିଶ୍ୱରେ ଏମିତି କିଛି ଦେଶ ଅଛନ୍ତି ଯେଉଁଠାରେ ଆପଣଙ୍କୁ ନାଗରିକତା ପାଇବା ପାଇଁ କେବଳ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ଓ ଆପଣ ସେହି ଦେଶର ବ୍ୟବସାୟରେ ନିବେଶ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ନାଗରିକତା ମିଳିବାରେ କିଛି ଅସୁବିଧା ନାହିଁ । ଏହି ଦେଶ ଗୁଡିକରେ ନାଗରିକତା ପାଇଁ ପାସପୋର୍ଟ କିମ୍ବା ଭିଜା ଝଞ୍ଜଟ ନାହିଁ ଆସନ୍ତୁ ସେହିଭଳି ୯ ଟି ଦେଶ ସମ୍ପର୍କରେ ଜାଣିବା ଯେଉଁଠି ନାଗରିକତା ପାଇଁ ଆପଣଙ୍କୁ କବେଳ ଟଙ୍କା ଖର୍ଚ୍ଚ କରିବାକୁ ପଡେ ।

ଆସନ୍ତୁ ସେହିଭଳି ୯ ଟି ଦେଶ ସମ୍ପର୍କରେ ଜାଣିବା

After 2nd paragraph post ads

1) ସେଣ୍ଟ୍ କିଟସ୍ ଆଣ୍ଡ୍ ନେଭିସ୍

ଆପଣ ଏହି ଦେଶରେ ଦୈତ ନାଗରିକତା ନେଇ ରହି ପାରିବେ । ଅର୍ଥାତ ଆପଣ ଏହି ଦେଶର ନାଗରିକତା ସହିତ ଆଉ ଗୋଟିଏ ଦେଶର ନାଗରିକତା ମଧ୍ୟ ନେଇପାରିବେ । ସେଠାକାର ସରକାରଙ୍କର ଆପଣ ଆଉ କେଉଁ ଦେଶର ନାଗରିକ ହୋଇଥିଲେ ମଧ୍ୟ କିଛି ସମସ୍ୟା ନାହିଁ । ବାସ ଆପଣଙ୍କ ବୟସ ୧୮ରୁ ଅଧିକ ହୋଇଥିବା ଆବଶ୍ୟକ ଓ ଆପଣଙ୍କୁ ସେହି ଦେଶରେ ୨ ଲକ୍ଷ ଆମେରିକା ଡଲାରର ପ୍ରପର୍ଟି କିଣିବାକୁ ପଡିବ କିମ୍ବା ଦେଶର ଗ୍ରୋଥ ଫଣ୍ଡରେ ୧ ଲକ୍ଷ ୫୦ ହଜାର ଡଲାର ନିବେଶ କରିବାକୁ ପଡିବ୧୫୭ ଦେଶର ନାଗରିକ ଏଠାକୁ ବିନା ଭିଜାରେ ଆସି ପାରିବେ ।

2) ସେଣ୍ଟ ଲୁସିଆ

ସେଣ୍ଟ୍ ଲୁସିଆ ଦୁନିଆର ୧୪୬ ଦେଶକୁ ଫ୍ରି ପାସପୋର୍ଟର ସୁବିଧା ଦେଇଛି । ଜଣେ ସେଠାରେ ପହଂଚି ମଧ୍ୟ ପାସପୋର୍ଟ ତିଆରି କରିପାରିବେ । ନାଗରିକତା ନେବା ପାଇଁ ସେଣ୍ଟ ଲୁସିଆରେ ରହିବା ବାଧ୍ୟତାମୁଳକ ନୁହେଁ । ଯିଏ ନାଗରିକତା ନେବାକୁ ଚାହାନ୍ତି ସେ ନିଜର ୩୧ ବର୍ଷ ପର୍ଯ୍ୟନ୍ତ ସନ୍ତାନ, ୧୮ ବର୍ଷର ଭାଇ ଭଉଣି ଓ ୫୬ ବର୍ଷର ମାତା-ପିତାଙ୍କ ପାଇଁ ମଧ୍ୟ ନାଗରିକତା ଆବେଦନ କରିପାରିବେ । ୩ଶହ ହଜାର ଡଲାର ପର୍ଯ୍ୟନ୍ତର ପ୍ରପର୍ଟି କିଣି ଏଠାରେ ଜଣେ ନାଗରିକତା ପାଇ ପାରିବେ । ତେବେ ଏହି ପ୍ରପର୍ଟିକୁ ତାଙ୍କୁ ଅତିକମରେ ୫ ବର୍ଷ ପର୍ଯ୍ୟନ୍ତ ନିଜ ନାମରେ ରଖିବାକୁ ପଡିବ । କୌଣସି ପ୍ରୋଜେକ୍ଟରେ ୩.୫ ମିଲିୟନ ଡଲାର ନିବେଶ କରି ମଧ୍ୟ ଜଣେ ନାଗରିକତା ପାଇ ପାରିବେ ।

3) ଡୋମିନିକା

ଏଠାରେ ଜଣେ ୧ ଲକ୍ଷ ଡଲାର ଡୋନେସନ୍ ଦେଇ ନାଗରିକତା ନେଇ ପାରିବେ । ନାଗରିକତା ପାଇଁ ପ୍ରୋସେସିଂ ଟାଇମ୍ ୩ ମାସ ହୋଇଥାଏ । ୧୫୨ ଦେଶଙ୍କୁ ଏହା ଫ୍ରି ଭିଜା ଦେଇଥାଏ । ଡୋମିନିକା ୧୯୯୩ରେ ନିବେଶ ଜରିଆରେ ନାଗରିକତା ସୁବିଧା ଦେବା ଆରମ୍ଭ କରିଥିଲା ।

4) ଗ୍ରେନେଡା

ଗ୍ରେନେଡାର ନାଗରିକତା ପାଇଁ ଅତିକମରେ ଦେଢ ଲକ୍ଷ ଡଲାର ଡୋନେସନ୍ ଦେବାକୁ ପଡିବ । କୌଣସି ସରକାରୀ ମାନ୍ୟତାପ୍ରାପ୍ତ ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ନିବେଶ କରି ଜଣେ ନାଗରିକତା ନେଇ ପାରିବେ । ତେବେ ଏହି ପ୍ରପର୍ଟିକୁ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖିବାକୁ ପଡିବ । ଆବେଦନର ୩ରୁ ୪ ମାସ ପରେ ଗ୍ରେନେଡା ନାଗରିକତା ଦେଇଥାଏ

Middle post content

5) ଆଣ୍ଟିଗା-ବରମୁଡା

ଆଣ୍ଟିଗା ନ୍ୟାସନାଲ ଡେଭଲପମେଣ୍ଟ୍ ଫଣ୍ଡରେ ଯଦି କୌଣସି ବ୍ୟକ୍ତି ଏକ ଲକ୍ଷ ଡଲାର ନିବେଶ କରନ୍ତି ତେବେ ସେ ନାଗରିକତା ପାଇ ପାରିବେ । କୌଣସି ସ୍ଥାୟୀ ବ୍ୟବସାୟରେ ୧.୫ ମିଲିୟନ ଡଲାର ନିବେଶ କରି ମଧ୍ୟ ଜଣେ ନାଗରିକତା ନେଇ ପାରିବେ । ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ୪ ଲକ୍ଷ ଡଲାର ନିବେଶ କରି ମଧ୍ୟ ଜଣେ ନାଗରିକତା ନେଇ ପାରିବେ ।

6) ତୁର୍କି

ଦୁନିଆର ୧୧୧ ଦେଶର ଲୋକ ତୁର୍କିରେ ଅନ୍ ଆରାଇଭାଲ କିମ୍ବା ଫ୍ରି ଭିସା ପାଇ ପାରିବେ । ଏହି ଦେଶର କୌଣସି ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ୨ଲକ୍ଷ ୫୦ ହଜାର ଡଲାର ନିବେଶ କରି ଜଣେ ନାଗରିକତା ନେଇ ପାରିବେ । ଆବେଦନ କରିବାର ୬ରୁ ୯ ମାସ ମଧ୍ୟରେ ନାଗରିକତା ମିଳିଥାଏ ।

7) ମଣ୍ଟିନିଗ୍ରୋ

ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ୟୁରୋପର ଏହି ଛୋଟ ଦେଶରେ ଜଣେ ଚାହିଁଲେ ୩ ଲକ୍ଷ ୫୦ ହଜାର ୟୁରୋ ନିବେଶ କରି ନାଗରିକତା ନେଇ ପାରିବେ । ଆବେଦନ କରିବାର ୩ ମାସ ମଧ୍ୟରେ ନାଗରିକତା ମିଳିଯାଇଥାଏ ।

8) ମାଲ୍ଟା

ଏହି ଦେଶ ମଧ୍ୟ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏଠାରେ ଅପରାଧ ହାର ଶୁନ୍ୟ କହିଲେ ଭୁଲ ହେବନାହିଁ । ଅତି ଶାନ୍ତିପ୍ରିୟ ଏହି ଦେଶରେ ଜଣେ ୭ ଲକ୍ଷ ୩୮ ହଜାର ୟୁରୋ ଖର୍ଚ୍ଚ କରି ନାଗରିକତା ନେଇ ପାରିବେ । ତେବେ ଗୋଟିଏ ସର୍ତ୍ତ ହେଉଛି ନାଗରିକତା ପାଇଁ ସେଠାରେ ବର୍ଷକରୁ ୩ ବର୍ଷ ପର୍ଯ୍ୟନ୍ତ ରହିବାକୁ ପଡିବ । ୩ ବର୍ଷର ରେସିଡେନ୍ସ ପ୍ରୁଫ୍ ଥିଲେ ଖୁବଶୀଘ୍ର ନାଗରିକତା ମିଳିଯାଇଥାଏ ।

9) ଅଷ୍ଟ୍ରିୟା

ଏହା ପଶ୍ଚିମ ୟୁରୋପର ଏକମାତ୍ର ଦେଶ ଯେଉଁଠାରେ ନିବେଶ ଜରିଆରେ ନାଗରିକତା ମିଳିଯାଏ । ଯଦି ୟୁରୋପିଆନ୍ ୟୁନିୟନର ପାସପୋର୍ଟ ଆପଣଙ୍କ ପାଖରେ ଥିବ ତେବେ ଅଷ୍ଟ୍ରିୟାରେ ନରହି ମଧ୍ୟ ଆପଣଙ୍କୁ ନାଗରିକତା ମିଳିଯିବ । ୩ ମିଲିୟନ ୟୁରୋ ନିବେଶ ଦ୍ୱାରା ନାଗରିକତା ମିଳିଯାଏ । ୨୪ ମାସରୁ ୩୬ ମାସ ମଧ୍ୟରେ ନାଗରିକତା ମିଳିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami