ସାମ୍ନାକୁ ଆସିଲା ଆମେରିକାର ‘ଅଦୃଷ୍ୟ’ ପରମାଣୁ ବୋମା ବର୍ଷକ ବିମାନ B-21 Raider Stealth Bomber ର ଚିତ୍ର

ୱାସିଂଟନ: ଚୀନ୍ ଓ ଋଷ ସହିତ ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ଭିତରେ ଆମେରିକା ନିଜ ସେନାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରୁଛି । କିଛିଦିନ ତଳେ ଖବର ଆସିଥିଲା ଯେ, ଆମେରିକା ତାର ସବୁଠାରୁ ମାରକ ଓ ଆଧୁନିକ ପରମାଣୁ ବୋମାବର୍ଷକ ବିମାନ B-21 Raider Stealth Bomber ର ନିର୍ମାଣ ଶେଷ କରିଛି । ଏବେ ସେହି ଅତ୍ୟାଧୁନିକ ଓ ମାରାତ୍ମକ ଲଢୁଆ ବିମାନର ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରୁ ଜଣା ପଡୁଛି ଯେ, ଏହି ଯୁଦ୍ଧ ବିମାନ ଭବିଷ୍ୟତର ଗେମ୍ ଚେଂଜର ହୋଇପାରେ

ପରମାଣୁ ଅସ୍ତ୍ର ନେଇପାରିବ ଏହି ବିମାନ

ଦୁନିଆର ସବୁଠାରୁ ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମକୁ ମାତ୍ ଦେବା ଲକ୍ଷ୍ୟରେ ଆମେରିକା ଏହି ବିମାନ ତିଆରି କରିଛି । ଏହି ବିମାନକୁ ରାଡାରରେ ଧରିବା ସହଜ ନୁହେଁ । ଗତ ମାସରେ ବିମାନ ନିର୍ମାଣ ଶେଷ ହୋଇଥିବା ଖବର ଆସିଥିଲା । ଆମେରିକାର ଦାବି ଯେ, ଏହି ବିମାନକୁ ଋଷର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ଧରି ପାରିବ ନାହିଁ । ଏହା ମଧ୍ୟ ପରମାଣୁ ଅସ୍ତ୍ର ନେଇ ଆକ୍ରମଣ କରିପାରିବ ।

ଚିତ୍ର କହୁଛି କେତେ ଭୟଙ୍କର

ମିଲିଟାରି ଡଟ୍ କମ୍ ନାମକ ୱେବସାଇଟ୍ ଅନୁସାରେ Northrop Grummanଙ୍କ ଦ୍ୱାରା ତିଆରି ଏହି ବିମାନର ଲୁକ୍ ଅତ୍ୟନ୍ତ ସ୍ଲିକ୍ । ଏହା ପୂର୍ବରୁ ବିମାନର ଯେଉଁ କନସେପ୍ଟ ସାମ୍ନାକୁ ଆସିଥିଲା ନୂଆ ଫଟୋ ତା’ଠାରୁ ସମ୍ପୂର୍ଣ୍ଣ ଅଲଗା । ନୂଆ ଚିତ୍ରରେ ଏହାର ସମ୍ମୁଖ ଭାବ ଅଧିକ ସଠିକତାର ସହିତ ଦୃଷ୍ୟମାନ ହେଉଛି । ଏହାଛଡା କକପିଟରେ ତେରଛା ଝରକା ଦେଖିବାକୁ ମିଳିଛି । ବଡ଼ ବିମାନରେ ୪ ଝରକା ରହିଛି, ଯାହାକି କକପିଟ୍ ସାମ୍ନାରେ ରହିଛି ।

ଗୋଟିଏ ବିମାନର ଦାମ ୪ ହଜାର ୫ଶହ କୋଟି ଟଙ୍କା

ଆମେରିକା ନିଜ ସାମ୍ରାଜ୍ୟକୁ ଅଭେଦ୍ୟ କରିବା ପାଇଁ ଏହି ବିମାନ ତିଆରି କରିଛି । ଏଥିରେ ଆମେରିକା ହଜାର ହଜାର କୋଟି କେବଳ ଗବେଷଣାରେ ଖର୍ଚ୍ଚ କରିଛିଡେଲି ମେଲ୍ ରିପୋର୍ଟ ଅନୁସାରେ ଏହି ଅଦୃଷ୍ୟ ବିମାନ ସବୁଠୁ ଦାମୀ ଲଢୁଆ ବିମାନ ହେବାକୁ ଯାଉଛି । ଗୋଟିଏ ବିମାନର ଦାମ ୬୦ କୋଟି ଡଲାର ପଡିବ । ଅର୍ଥାତ ଭାରତ ଯଦି ଗୋଟିଏ ବିମାନ କିଣିବାକୁ ଚାହିଁବ ତେବେ ତାକୁ ଗୋଟିଏ ବିମାନ ପାଇଁ ଦେବାକୁ ପଡିବ ୪ ହଜାର ୫ଶହ କୋଟି ।

୧୦୦ ବିମାନ ତିଆରି କରିବ ଆମେରିକା

ଆମେରିକାର ଯୋଜନା ହେଉଛି ଚୀନ୍ ଓ ଋଷକୁ ମାତ୍ ଦେବାକୁ ଅତିକମରେ ୧ଶହ ବିମାନ ତିଆରି କରିବା । ଆଗାମୀ ୫ ବର୍ଷ ମଧ୍ୟରେ ଏହି ଶହେ ବିମାନ ଆମେରିକା ବାୟୁସେନାରେ ସାମିଲ ହେବେ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁସାରେ ଦୁଇଟି ବି-୨୧ କାର୍ଲିଫର୍ଣ୍ଣିଆର ପାମଡେଲ ପ୍ଲାଣ୍ଟ ୪୨ ତିଆରି ସରିଛି । ମୁଳ ଯୋଜନା ଅନୁସାରେ ଏହି ଦୁଇ ବିମାନକୁ ୨୦୨୧ ଶେଷ ସୁଧା ଉଡାଇବାର ଲକ୍ଷ୍ୟ ଥିଲା । ତେବେ କରୋନା ମହାମାରୀ କାରଣରୁ ଏଥିରେ ବିଳମ୍ବ ହେବାର ସମ୍ଭାବନା ଥିଲା । କିନ୍ତୁ ଆମେରିକା ବାୟୁସେନା ବର୍ତ୍ତମାନ ଏହି ଦୁଇଟି ବିମାନକୁ ନେଇ କ’ଣ କରିବ ସେନେଇ କୌଣସି ସୂଚନା ମିଳିନାହିଁ ।

100 fighter planes୪ ହଜାର ୫ଶହ କୋଟି60 crore dollar in USA୬୦ କୋଟି ଡଲାରair defense systemAmerica fighter planeatomic bombB21 raider stealth bombercaliforniamilitarydotcom websiteNorthrop Grummanprice 4500 crore INRrussia s-400 air defense systemUSAଅଦୃଷ୍ୟ ପରମାଣୁ ବୋମା ବର୍ଷକ ବିମାନଆମେରିକାଆମେରିକା ବାୟୁସେନାଋଷର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମଏୟାର ଡିଫେନ୍ସ ସିଷ୍ଟମକାର୍ଲିଫର୍ଣ୍ଣିଆର ପାମଡେଲ ପ୍ଲାଣ୍ଟଚୀନ୍ ଓ ଋଷକୁ ମାତ୍ଡେଲି ମେଲ୍ ରିପୋର୍ଟମିଲିଟାରି ଡଟ୍ କମ୍ଯୁଦ୍ଧ ବିମାନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami