ଘରେ ଲାଗିଥିବା ବିଦ୍ୟୁତ୍ ମିଟର ଆପଣଙ୍କ ଉପରେ ନଜର ରଖିଛି କି ?

ଘରେ ବିଦ୍ୟୁତ ମିଟର, ଗ୍ୟାସ୍ ମିଟର କିମ୍ବା ପାଣି ମିଟର ଲାଗିବା ସାଧାରଣ କଥା । ଏବେ ଅନେକ ସ୍ଥାନରେ ପୁରୁଣା ମିଟରର ଯାଗା ନେଉଛନ୍ତି ସ୍ମାର୍ଟ ମିଟର । ତେବେ ସ୍ମାର୍ଟ ମିଟରକୁ ନେଇ ଏମିତି ଖବର ଆସୁଛି ଯାହା ଶୁଣିଲା ପରେ ଆପଣ ଚିନ୍ତାରେ ପଡିବେ । କୁହାଯାଉଛି ଯେ, ଏହି ସ୍ମାର୍ଟ ମିଟର ଆପଣଙ୍କ ଉପରେ ନଜର ରଖୁଛି । ଅର୍ଥାତ ସ୍ମାର୍ଟ ମିଟର ଆପଣ କ’ଣ କରୁଛନ୍ତି ତା’ର ଖବର ନିଜ ସର୍ଭରକୁ ପଠାଉଛି । ଯାହାର ସିଧା ଅର୍ଥ ହେଲା ଆପଣଙ୍କ ଘର ଉପରେ ବାହାର ଲୋକଙ୍କ ନଜର ଅଛି । ନିକଟରେ ଆମେରିକାରେ ଘଟିଥିବା କିଛି ଘଟଣା ଏହି ଦୀଗକୁ ଇଶାରା କରୁଛି ।

ସ୍ମାର୍ଟ ମିଟର କ’ଣ ?

ସ୍ମାର୍ଟ ମିଟର ଆମ ଘରେ ବ୍ୟବହୃତ ହେଉଥିବା ବିଜୁଳି, ପାଣି ଆଦିର ହିସାବ ରଖିଥାଏ । ଏଥିରେ ହାର୍ଡୱେୟାର, ସଫ୍ଟୱେୟାର, ସଂଚାର, ଡିସପ୍ଲେ ଓ କଣ୍ଟ୍ରୋଲର୍ସ, ମିଟର ଡାଟା ମ୍ୟାନେଜମେଣ୍ଟ୍ ସଫ୍ଟୱେୟାର, ସପ୍ଲାୟର ବିଜନେସ୍ ସିଷ୍ଟମ ଭଳି ବ୍ୟବସ୍ଥା ଥାଏ । ଏସବୁ ଏକ ବଡ ସ୍ମାର୍ଟ୍ ଗ୍ରିଡ୍ ବ୍ୟବସ୍ଥାର ଅଂଗ ହୋଇଥାନ୍ତି ।

ଗତ କିଛି ବର୍ଷ ଧରି ଦୁନିଆର ପ୍ରାୟ ସବୁ ଦେଶରେ ଏହି ସ୍ମାର୍ଟ ମିଟରର ବ୍ୟବହାର ବଢିଛି । ତେବେ କୁହାଯାଉଛି ଯେ, ଏହି ନୁଆ କିସମର ସ୍ମାର୍ଟ ମିଟର ଆମ ଘର ସହ ବ୍ୟବସାୟିକ ଓ ଶିଳ୍ପ ପ୍ରତିଷ୍ଠାନର ଗୁଇନ୍ଦାଗିରି କରୁଛନ୍ତି । ଏହି ସ୍ମାର୍ଟ ମିଟର ଜରିଆରେ କିଛି ଅସାଧୁ ବ୍ୟକ୍ତି ଆମ ଗୁପ୍ତ ତଥ୍ୟକୁ ଗ୍ରିଡରୁ ସଂଗ୍ରହ କରୁଥିବା କୁହାଯାଉଛି । ୨୦୧୯ରେ ଆମେରିକାରେ ୯ କୋଟି ସ୍ମାର୍ଟ ମିଟର ଲାଗିଥିଲା । ଅନ୍ୟପକ୍ଷରେ ୨୦୨୨ ସୁଧା ୟୁରୋପିୟ ସଂଘରେ ୧୨ କୋଟି ୫୦ଲକ୍ଷ ସ୍ମାର୍ଟ ମିଟର (AMI-advance monitoring infrastructure ) ଲଗାଇବା ଲକ୍ଷ୍ୟ ରଖିଛି ।

ଏହି ସିଷ୍ଟମର ବିଶେତା କ’ଣ ?

AMI ପୂର୍ବରୁ ଅଟୋମେଟିକ୍ ମିଟର ରିଡିଂ ସିଷ୍ଟମ କାମ କରୁଥିଲା । ଯାହା ଏବେ ମଧ୍ୟ କିଛି ଦେଶରେ ବ୍ୟବଦୃତ ହେଉଛି । ଏଥିରେ କେବଳ ଏକ ପାଖିଆ କମ୍ୟୁନିକେଶନ୍ ହୋଇଥାଏ । ଅର୍ଥାତ ମିଟରରୁ ମିଟର ପର୍ଯ୍ୟନ୍ତ । କିନ୍ତୁ AMIରେ ଦୁଇ ତରଫା କମ୍ୟୁନିକେଶନ ହୋଇଥାଏ । ଫଳରେ ଏହାକୁ ଗ୍ରୀଡରୁ ଆଦେଶ ମଧ୍ୟ ଦିଆଯାଇ ପାରିବ । ଏହି ବ୍ୟବସ୍ଥାରେ ଦୁରରୁ ସେବା ରଦ୍ଦ କରାଯାଇ ପାରେ । ଏହି ସିଷ୍ଟମ କୌଣସି ପ୍ରକାରର ବେତାର ସଂଚାର କିମ୍ବା ତାର ଜରିଆରେ ଅନ୍ୟତ୍ର ସଂପର୍କ କରିପାରେ ।

ଏମିତି ହେଲା ସନ୍ଦେହ ?

ଏହି ନୂଆ ସିଷ୍ଟମରେ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳିଛି । ଫେବ୍ରୁଆରି ୨୦୨୧ରେ ଟେକ୍ସାସରେ ପ୍ରଥମ ଥର ପାଇଁ ବରଫପାତ ହୋଇଥିଲା । ଏଥିରେ ୧୫୦ ଜଣ ପ୍ରାଣ ହରାଇଥିଲେ । ବରଫପାତ କାରଣରୁ ପୁରା ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ବାଧିତ ହୋଇଥିଲା । ତେବେ ଯେତେବେଳେ ଜଣେ ଏଥିକାଲ ହ୍ୟାକର କେଉଁ କେଉଁ ଅଂଚଳରେ ଲାଇନ୍ ନାହିଁ ଜାଣିବାକୁ ଚାହିଁଥିଲେ, ସେତେବେଳେ କମ୍ପାନୀ ସୂଚନା ଦେବାକୁ ଏହା କହି ମନା କରିଥିଲା ଯେ, ଏହା ସମ୍ବେଦନଶୀଳ ପ୍ରସଙ୍ଗ ।

କମ୍ପାନୀ କେଉଁ ସ୍ମାର୍ଟ ମିଟର ବ୍ୟବହାର କରୁଛି ତାହା ହ୍ୟାସ ନାମକ ଏହି ହ୍ୟାକର ଜାଣିଥିଲେ । ସେ ନିଜ କାରରୁ ବିଜୁଳି କମ୍ପାନୀର ସିଷ୍ଟମ ହ୍ୟାକ କରି ଜାଣିବାକୁ ପାଇଥିଲେ ଯେ, କମ୍ପାନୀ କେବଳ କଳା ଲୋକ ରହୁଥିବା ଅଂଚଳରେ ବିଜୁଳି କାଟ କରିଥିଲା ।

କେବଳ ଏତିକି ନୁହେଁ ଏହି ସ୍ମାର୍ଟ ମିଟର ଦ୍ୱାରା ଦୂରରୁ ଘରେ ଲାଗିଥିବା ଥର୍ମୋସ୍ଟେଟର ତାପମାନକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଯାହାର ଅର୍ଥ ହେଉଛି ହ୍ୟାକର ଚାହିଁଲେ ଏହି ମିଟର ଦ୍ୱାରା ଆପଣଙ୍କ ଘରର ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣକୁ ନିଜ କଣ୍ଟ୍ରୋଲକୁ ନେବା ସହିତ ଏହାର ଅପବ୍ୟବହାର କରିପାରିବେ । ଏମିତିକି ସେମାନେ ଆପଣଙ୍କ ଘରର ତଥ୍ୟ ଚୋରି କରି ବଜାରରେ ବିକ୍ରି କରି ପାରିବେ ।

୨୦୨୧ରେ ଟେକ୍ସାସAdvanced metering infrastructureAMIautomatic meter readingDallas-based white-hat hardware hackerelectric meterethical hackergas meterHashhow do smart meters communicatemeter data management softwaresmart gridsmart metering systems in indiasmart meterssmart meters indiasmart meters problemsTexasThermostatswater meterwhat is a smart meterଅଟୋମେଟିକ୍ ମିଟର ରିଡିଂ ସିଷ୍ଟମଇଲେକ୍ଟ୍ରୋନିକ୍ ଉପକରଣଏଥିକାଲ ହ୍ୟାକରଗୁପ୍ତ ତଥ୍ୟଗ୍ୟାସ୍ ମିଟରଥର୍ମୋସ୍ଟେଟର ତାପମାନପାଣି ମିଟରବିଜୁଳି କମ୍ପାନୀର ସିଷ୍ଟମ ହ୍ୟାକବିଦ୍ୟୁତ ବ୍ୟବସ୍ଥା ବାଧିତବିଦ୍ୟୁତ୍ ମିଟରମିଟର ଡାଟା ମ୍ୟାନେଜମେଣ୍ଟ୍ ସଫ୍ଟୱେୟାରସ୍ମାର୍ଟ ମିଟରସ୍ମାର୍ଟ ମିଟର କ’ଣସ୍ମାର୍ଟ୍ ଗ୍ରିଡ୍ହ୍ୟାକର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami