ଘରେ ଲାଗିଥିବା ବିଦ୍ୟୁତ୍ ମିଟର ଆପଣଙ୍କ ଉପରେ ନଜର ରଖିଛି କି ?

Above Post Content

ଘରେ ବିଦ୍ୟୁତ ମିଟର, ଗ୍ୟାସ୍ ମିଟର କିମ୍ବା ପାଣି ମିଟର ଲାଗିବା ସାଧାରଣ କଥା । ଏବେ ଅନେକ ସ୍ଥାନରେ ପୁରୁଣା ମିଟରର ଯାଗା ନେଉଛନ୍ତି ସ୍ମାର୍ଟ ମିଟର । ତେବେ ସ୍ମାର୍ଟ ମିଟରକୁ ନେଇ ଏମିତି ଖବର ଆସୁଛି ଯାହା ଶୁଣିଲା ପରେ ଆପଣ ଚିନ୍ତାରେ ପଡିବେ । କୁହାଯାଉଛି ଯେ, ଏହି ସ୍ମାର୍ଟ ମିଟର ଆପଣଙ୍କ ଉପରେ ନଜର ରଖୁଛି । ଅର୍ଥାତ ସ୍ମାର୍ଟ ମିଟର ଆପଣ କ’ଣ କରୁଛନ୍ତି ତା’ର ଖବର ନିଜ ସର୍ଭରକୁ ପଠାଉଛି । ଯାହାର ସିଧା ଅର୍ଥ ହେଲା ଆପଣଙ୍କ ଘର ଉପରେ ବାହାର ଲୋକଙ୍କ ନଜର ଅଛି । ନିକଟରେ ଆମେରିକାରେ ଘଟିଥିବା କିଛି ଘଟଣା ଏହି ଦୀଗକୁ ଇଶାରା କରୁଛି ।

ସ୍ମାର୍ଟ ମିଟର କ’ଣ ?

After 2nd paragraph post ads

ସ୍ମାର୍ଟ ମିଟର ଆମ ଘରେ ବ୍ୟବହୃତ ହେଉଥିବା ବିଜୁଳି, ପାଣି ଆଦିର ହିସାବ ରଖିଥାଏ । ଏଥିରେ ହାର୍ଡୱେୟାର, ସଫ୍ଟୱେୟାର, ସଂଚାର, ଡିସପ୍ଲେ ଓ କଣ୍ଟ୍ରୋଲର୍ସ, ମିଟର ଡାଟା ମ୍ୟାନେଜମେଣ୍ଟ୍ ସଫ୍ଟୱେୟାର, ସପ୍ଲାୟର ବିଜନେସ୍ ସିଷ୍ଟମ ଭଳି ବ୍ୟବସ୍ଥା ଥାଏ । ଏସବୁ ଏକ ବଡ ସ୍ମାର୍ଟ୍ ଗ୍ରିଡ୍ ବ୍ୟବସ୍ଥାର ଅଂଗ ହୋଇଥାନ୍ତି ।

ଗତ କିଛି ବର୍ଷ ଧରି ଦୁନିଆର ପ୍ରାୟ ସବୁ ଦେଶରେ ଏହି ସ୍ମାର୍ଟ ମିଟରର ବ୍ୟବହାର ବଢିଛି । ତେବେ କୁହାଯାଉଛି ଯେ, ଏହି ନୁଆ କିସମର ସ୍ମାର୍ଟ ମିଟର ଆମ ଘର ସହ ବ୍ୟବସାୟିକ ଓ ଶିଳ୍ପ ପ୍ରତିଷ୍ଠାନର ଗୁଇନ୍ଦାଗିରି କରୁଛନ୍ତି । ଏହି ସ୍ମାର୍ଟ ମିଟର ଜରିଆରେ କିଛି ଅସାଧୁ ବ୍ୟକ୍ତି ଆମ ଗୁପ୍ତ ତଥ୍ୟକୁ ଗ୍ରିଡରୁ ସଂଗ୍ରହ କରୁଥିବା କୁହାଯାଉଛି । ୨୦୧୯ରେ ଆମେରିକାରେ ୯ କୋଟି ସ୍ମାର୍ଟ ମିଟର ଲାଗିଥିଲା । ଅନ୍ୟପକ୍ଷରେ ୨୦୨୨ ସୁଧା ୟୁରୋପିୟ ସଂଘରେ ୧୨ କୋଟି ୫୦ଲକ୍ଷ ସ୍ମାର୍ଟ ମିଟର (AMI-advance monitoring infrastructure ) ଲଗାଇବା ଲକ୍ଷ୍ୟ ରଖିଛି ।

ଏହି ସିଷ୍ଟମର ବିଶେତା କ’ଣ ?

Middle post content

AMI ପୂର୍ବରୁ ଅଟୋମେଟିକ୍ ମିଟର ରିଡିଂ ସିଷ୍ଟମ କାମ କରୁଥିଲା । ଯାହା ଏବେ ମଧ୍ୟ କିଛି ଦେଶରେ ବ୍ୟବଦୃତ ହେଉଛି । ଏଥିରେ କେବଳ ଏକ ପାଖିଆ କମ୍ୟୁନିକେଶନ୍ ହୋଇଥାଏ । ଅର୍ଥାତ ମିଟରରୁ ମିଟର ପର୍ଯ୍ୟନ୍ତ । କିନ୍ତୁ AMIରେ ଦୁଇ ତରଫା କମ୍ୟୁନିକେଶନ ହୋଇଥାଏ । ଫଳରେ ଏହାକୁ ଗ୍ରୀଡରୁ ଆଦେଶ ମଧ୍ୟ ଦିଆଯାଇ ପାରିବ । ଏହି ବ୍ୟବସ୍ଥାରେ ଦୁରରୁ ସେବା ରଦ୍ଦ କରାଯାଇ ପାରେ । ଏହି ସିଷ୍ଟମ କୌଣସି ପ୍ରକାରର ବେତାର ସଂଚାର କିମ୍ବା ତାର ଜରିଆରେ ଅନ୍ୟତ୍ର ସଂପର୍କ କରିପାରେ ।

ଏମିତି ହେଲା ସନ୍ଦେହ ?

ଏହି ନୂଆ ସିଷ୍ଟମରେ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳିଛି । ଫେବ୍ରୁଆରି ୨୦୨୧ରେ ଟେକ୍ସାସରେ ପ୍ରଥମ ଥର ପାଇଁ ବରଫପାତ ହୋଇଥିଲା । ଏଥିରେ ୧୫୦ ଜଣ ପ୍ରାଣ ହରାଇଥିଲେ । ବରଫପାତ କାରଣରୁ ପୁରା ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ବାଧିତ ହୋଇଥିଲା । ତେବେ ଯେତେବେଳେ ଜଣେ ଏଥିକାଲ ହ୍ୟାକର କେଉଁ କେଉଁ ଅଂଚଳରେ ଲାଇନ୍ ନାହିଁ ଜାଣିବାକୁ ଚାହିଁଥିଲେ, ସେତେବେଳେ କମ୍ପାନୀ ସୂଚନା ଦେବାକୁ ଏହା କହି ମନା କରିଥିଲା ଯେ, ଏହା ସମ୍ବେଦନଶୀଳ ପ୍ରସଙ୍ଗ ।

କମ୍ପାନୀ କେଉଁ ସ୍ମାର୍ଟ ମିଟର ବ୍ୟବହାର କରୁଛି ତାହା ହ୍ୟାସ ନାମକ ଏହି ହ୍ୟାକର ଜାଣିଥିଲେ । ସେ ନିଜ କାରରୁ ବିଜୁଳି କମ୍ପାନୀର ସିଷ୍ଟମ ହ୍ୟାକ କରି ଜାଣିବାକୁ ପାଇଥିଲେ ଯେ, କମ୍ପାନୀ କେବଳ କଳା ଲୋକ ରହୁଥିବା ଅଂଚଳରେ ବିଜୁଳି କାଟ କରିଥିଲା ।

କେବଳ ଏତିକି ନୁହେଁ ଏହି ସ୍ମାର୍ଟ ମିଟର ଦ୍ୱାରା ଦୂରରୁ ଘରେ ଲାଗିଥିବା ଥର୍ମୋସ୍ଟେଟର ତାପମାନକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଯାହାର ଅର୍ଥ ହେଉଛି ହ୍ୟାକର ଚାହିଁଲେ ଏହି ମିଟର ଦ୍ୱାରା ଆପଣଙ୍କ ଘରର ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣକୁ ନିଜ କଣ୍ଟ୍ରୋଲକୁ ନେବା ସହିତ ଏହାର ଅପବ୍ୟବହାର କରିପାରିବେ । ଏମିତିକି ସେମାନେ ଆପଣଙ୍କ ଘରର ତଥ୍ୟ ଚୋରି କରି ବଜାରରେ ବିକ୍ରି କରି ପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami