ବିିରଳ ବ୍ୟକ୍ତିତ୍ୱ ବିଭୂତି

କରୋନା ସମୟରେ ଗରିବ, ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଂଚଳର ବିଭୂତି ସାହୁ । କେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି, ସେଇଠି ସହାୟତା ନେଇ ପହଂଚିଯାଉଛନ୍ତି ବିଭୂତି । ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତିନି ବିଭୂତି ।

ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ ଗରିବ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି । ପ୍ରଶାସନ ସହାୟତା ପାଇବା ପୂର୍ବରୁ ବିଭୂତି ପହଂଚିଯାଆନ୍ତି ଲୋକଙ୍କ ପାଖରେ । କରୋନାର ଦ୍ୱିତୀୟ ଲହର ଭୟାବହତା ପରେ ବିଭିନ୍ନ ପ୍ରକାରର କଟକଣା ଯୋଗୁ ବିଭିନ୍ନ ବସ୍ତିରେ ଗରିବ, ଅସହାୟ ସରକାରୀ ଯୋଜନା ପାଇ ପାରୁନାହାନ୍ତି । ଏଭଳି ଦୁର୍ଦ୍ଦିନରେ ଲୋକଙ୍କ ସଙ୍କଟ ମୋଚକ ଭାବେ ଠିଆ ହୋଇଛନ୍ତି ବିଭୂତି । ଜନସେବା ପ୍ରତି ଥିବା ତାଙ୍କ ଆଗ୍ରହ ଏବଂ ନିଃସ୍ୱାର୍ଥପର ଗୁଣ ଯୋଗୁ ଏବେ ସେ ଚାରିଆଡେ ଚର୍ଚ୍ଚିତ । ଭୋକିଲା ଲୋକଙ୍କୁ ଖାଦ୍ୟ, ଦିବ୍ୟାଙ୍ଗଙ୍କୁ ସହାୟତା, ସଙ୍ଗରୋଧରେ ଥିବା ଅସହାୟ କରୋନା ରୋଗୀଙ୍କୁ ଖାଦ୍ୟ ପ୍ରଦାନ କୋଭିଡ୍ ଯତ୍ନ କେନ୍ଦ୍ରରେ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ, ବିଭିନ୍ନ ସ୍ଥାନକୁ ବିଶୋଧନ କରିବା ଏଭଳି ଅନେକ କାମ ହାତକୁ ନେଇଛନ୍ତି । ଅନୁଗୁଳ ଜିଲ୍ଲାର ତାଳଚେର ଅଂଚଳ ସମେତ କଣିହାଁ, ଖମାର, ପାଲଲହଡ଼ା, ଛେଣ୍ଡିପଦା, ବନ୍ତଳା ଆଦି ବିଭିନ୍ନ ସ୍ଥାନରେ ବାସ କରୁଥିବା ଏଭଳି ଲୋକମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ଆସୁଛନ୍ତି । ଏହାସହ କରୋନା ମହାମାରୀ ସମୟରେ ନିଜର ଚତଃପାଶ୍ୱର୍କୁ ସାନିଟାଇଜ କରି କରୋନା ଭୂତାଣୁମୁକ୍ତ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଅଭିନବ ପ୍ରୟାସ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଂଚଳରେ କରୋନା ସମ୍ମୁଖ ଯୋଦ୍ଧା, ସମାଜସେବୀ ବନ୍ଧୁମାନଙ୍କୁ ସାନିଟାଇଜର ସିଂଚନ ଯନ୍ତ୍ର, ପିପିଇ କିଟ୍‌, ଅକ୍ସିମିଟର ଆଦି ପ୍ରଦାନ କରୁଛନ୍ତି । ପରିବାରର ସୁଖ ଶାନ୍ତିକୁ ପଛରେ ପକାଇ ଦିନରାତି ଗରିବ, ଅସହାୟ ଲୋକଙ୍କୁ ସହାୟତା କରିବାରେ ତାଙ୍କ ପରି ନିଆରା ବ୍ୟକ୍ତିତ୍ୱ ଆଜି କାଲିର ସମାଜରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।

anugul districtbantalabibhuti sahuchhendipadacorona patientcovid careCovid second wavecovid warriorsdhenkanal districtFood Distributionhelplesskanihakhamarneedy peoplesOxygen cylinder freeOxymeterpallahadapoor peoplesPPE kitsanitizationsanitizersocial workertalcherଅକ୍ସିଜେନ ସିଲିଣ୍ଡର ପ୍ରଦାନଅକ୍ସିମିଟରଅନୁଗୁଳଅସହାୟଙ୍କ ପାଇଁ ଦେବଦୂତକଣିହାଁକରୋନା ରୋଗୀଙ୍କୁ ଖାଦ୍ୟ ପ୍ରଦାନଖମାରଛେଣ୍ଡିପଦାଢେଙ୍କାନାଳ ଜିଲ୍ଲାତାଳଚେର ଅଂଚଳଦିବ୍ୟାଙ୍ଗଙ୍କୁ ସହାୟତାପାଲଲହଡ଼ାପିପିଇ କିଟ୍‌ବନ୍ତଳାବିଭୂତି ସାହୁଭୋକିଲା ଲୋକଙ୍କୁ ଖାଦ୍ୟସାନିଟାଇଜସାନିଟାଇଜର ସିଂଚନ ଯନ୍ତ୍ରସୁସ୍ଥ ସମାଜ ଗଠନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami