ସବୁଠି ଖୋଜା ପଡ଼ନ୍ତି ବାପୁନ

କରୋନାର କରୁଣ ପରିସ୍ଥିତିରେ ଜନମାନସ ଛଟପଟ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଶ୍ୱାସନାର ଠିକଣା ପାଲଟିଛନ୍ତି ବାପୁନ ଭାଇ ।  ପୂରା ନାମ ସୁଶାନ୍ତ କୁମାର ଦାସ । ସେ କୌଣସି ପ୍ରଶାସନିକ ଅଧିକାରୀ ନୁହଁନ୍ତି କି କୌଣସି ବରିଷ୍ଠ ପଦପଦବୀରେ ବି ନାହାନ୍ତି । ହେଲେ ଜିଲ୍ଲାରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ୱାନ୍‌ଟାଇମ୍ ସଲ୍ୟୁସନ୍ ହେଲେ ବାପୁନ୍ । ଯାହାଙ୍କ ଉପସ୍ଥିତି ବୁଦ୍ଧି ଓ କର୍ମନିଷ୍ଠ ଦକ୍ଷତା ଯୋଗୁ ଜିଲ୍ଲା କରୋନା ଭଳି ମହାମାରୀରେ ବି ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହୋଇପାରିଛି ।

ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଯେକୌସସି କାମ ହେଲେ ଖୋଜାପଡ଼ନ୍ତି ବାପୁନ । ପୁଲିସ୍ କନେଷ୍ଟବଳ ଭାବରେ ମେଡିକାଲ ଫାଣ୍ଡିରେ ୪ ବର୍ଷର ଚାକିରି କାଳରେ ସେ ଲୋକଙ୍କର ଏତେ ନିଜର ହୋଇପାରିଛିନ୍ତି ଯେ ସାମାନ୍ୟ ଅସୁବିଧା ହେଲେ ଲୋକେ ବାପୁନ୍‌ଙ୍କୁ ଖୋଜୁଛନ୍ତି ।  ନିଜର ନିଃସ୍ୱାର୍ଥପର ସେବା ପାଇଁ ସେ ଉଭୟ ସ୍ୱାସ୍ଥ୍ୟ ଓ ଆଇନଶୃଙ୍ଖଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେବଳ ବାରିପଦା ସହର ପାଇଁ ନୁହେଁ, ବରଂ ପୂରା ଜିଲ୍ଲାବାସୀଙ୍କର ପିଆର୍‌ଏମ୍ ମେଡିକାଲରେ ଯେକୌଣସି ପ୍ରକାର କାମ ପଡ଼ିଲେ ବାପୁନଙ୍କୁ ଲୋଡ଼ାହୁଏ । ସକାଳୁ ରାତି ଯାଏଁ ୨୪ ଘଂଟା ସେ କରୋନା ରୋଗୀଙ୍କ ସେବାରେ ।

ଆମ୍ବୁଲାନ୍ସ ପଠାଇବା ହେଉ କି କାଜୁଆଲିଟିରେ ରୋଗୀଙ୍କୁ ଭର୍ତି କରିବା, ଡାକ୍ତରଙ୍କ ନିକଟକୁ ରୋଗୀ ପହଂଚାଇବା, ରୋଗୀ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା, ଔଷଧ ଯୋଗାଣ, ରୋଗୀ ଓ ସହାୟକଙ୍କ ଖାଇବା ବ୍ୟବସ୍ଥା ବୁଝିବା ଭଳି ଟିକିନିକି କାମରେ ବାପୁନ ହିଁ ଏକମାତ୍ର ଭରସା ।

କରୋନାର ପ୍ରଥମ ଲହରରେ ବାପୁନ ନିଜେ ସଂକ୍ରମିତ ହୋଇସାରିଛନ୍ତି । ଏଥିରେ ତାଙ୍କ ଫୁସ୍‌ଫୁସ୍ ୭୦ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସେପ୍ଟେମ୍ବର ମାସ ୧୯ ତାରିଖରେ ମୟୂରଭଞ୍ଜ ଏସ୍‌ପିସ୍ଥିତ ପି. ପରମାର୍‌ଙ୍କ ସ୍ୱତନ୍ତ୍ର ବ୍ୟବସ୍ଥାରେ ବାପୁନଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା । ଅକ୍ସିଜେନ ଶଯ୍ୟା ସାହାଯ୍ୟରେ ସେ ୭ ଦିନ ରହିବା ପରେ ସେଠାରୁ ଆରୋଗ୍ୟ ହୋଇ ଫେରିଥିଲେ । ନିଜେ କରୋନା ସହ ଲଢ଼ିଥିବାରୁ ଏହା କେତେ କଷ୍ଟ ତାହାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ବାପୁନ । ବାପୁନ କାର୍ଯ୍ୟରେ ଥିବା ସମୟରେ ବହୁ ବଡ଼ ବଡ଼ ସମସ୍ୟାକୁ ସମାଧାନ କରିବାର କ୍ଷମତା ରଖିଥିବାରୁ ଜିଲ୍ଲାପାଳ, ଏସ୍‌ପିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଖରେ ତିଆରି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ । ୪୩ ବର୍ଷୀୟ ବାପୁନ ୧୯୯୯ ମସିହାରେ କନେଷ୍ଟବଳ ପରୀକ୍ଷାରେ ସମସ୍ତଙ୍କୁ ପଛରେ ପକାଇ ଚୟନ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲା ରିଜର୍ଭ ପୁଲିସରୁ କାର୍ଯ୍ୟ ଆରମ୍ଭ କରି କୁଆମରା ଫାଣ୍ଡି ଓ ପରେ ମେଡିକାଲ ଫାଣ୍ଡିରେ କାର୍ଯ୍ୟ କରୁଛନ୍ତି ବାପୁନ । ସରଳ ଜୀବନ ଜିଉଁଥିବା ବାପୁନଙ୍କ ଏହି ସେବା ପଛରେ ପତ୍ନୀ ସସ୍ମିତା ଓ ପୁଅ ଆଦତ୍ୟାଙ୍କ ସମସ୍ତ ସହଯୋଗ ରହିଛି ବୋଲି କହନ୍ତି ବାପୁନ ।      

ambulance servicebapunbapun bhaibaripadabhubaneswar kims covid hospitalcasualty servicedistrict reserve policeFood Distributionmayurbhanj districtoxygen cylinder servicepandit raghunath murmu medical college and hospitalpolice constablePRM mayurbhanjprovide medicinessushant kumar dasଆମ୍ବୁଲାନ୍ସ ପଠାଇବାଔଷଧ ଯୋଗାଣକରୋନା ରୋଗୀଙ୍କ ସେବାକାଜୁଆଲିଟିରେ ରୋଗୀଙ୍କୁ ଭର୍ତି କରିବାଖାଇବା ବ୍ୟବସ୍ଥାଡାକ୍ତରଙ୍କ ନିକଟକୁ ରୋଗୀ ପହଂଚାଇବାନିଃସ୍ୱାର୍ଥପର ସେବାପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟପୁଲିସ୍ କନେଷ୍ଟବଳ ଚାକିରିବାପୁନ ଭାଇବାରିପଦାଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲମୟୂରଭଞ୍ଜ ଜିଲ୍ଲାରୋଗୀ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାସୁଶାନ୍ତ କୁମାର ଦାସସ୍ୱାସ୍ଥ୍ୟସେବାର ୱାନ୍‌ଟାଇମ୍ ସଲ୍ୟୁସନ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami