‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ

ମହାମାରୀ ସମୟରେ ଗୃହବନ୍ଦୀ ହୋଇ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିବାର ସୁଯୋଗ ଆଣିଦେଇଛି । ଏହାର ସୁଯୋଗ ନେଇ ସାଇ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ଦୀପ୍ତିରଂଜନ ରାଉତ ଅତି ଚମତ୍କାର ଭାବେ କରୁଛନ୍ତି ରାପ୍କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଶୁଦ୍ଧ ଓଡ଼ିଆ ଓ ହିନ୍ଦୀ ଭାଷାରେ ଝାରପଡ଼ା ଅଂଚଳର ଦୀପ୍ତିଙ୍କ ଦ୍ୱାରା ପ୍ରସ୍ତୁତ ରାପ୍ ବେଶ ମନମୁଗ୍ଧକର ହୋଇଛି । ଗତ ବର୍ଷେ ହେବ ସାମାଜିକ କଥାବସ୍ତୁକୁ ନେଇ ତାଙ୍କର ଏହି ରାପ୍ ଆରମ୍ଭ ହୋଇଥିଲା । ଏହାସହିତ ବହୁ ପ୍ରେରଣାଦାୟୀ ବିଷୟବସ୍ତୁକୁ ନେଇ ରାପ୍ ପ୍ରସ୍ତୁତ କରିଛନ୍ତି । କେତେବେଳେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ବିଭିନ୍ନ ଓଡ଼ିଆ ରାପ୍ ତ ଆଉ କେତେବେଳେ ମହାମାରୀ, ଗରିବ ଅସହାୟଙ୍କୁ ନେଇ ରାପ୍ ଗାଇଛନ୍ତି । ପାଠପଢ଼ା ବ୍ୟତୀତ ସଙ୍ଗୀତ ପ୍ରତି ଆଗ୍ରହ ଥିବା ଦୀପ୍ତିରଂଜନ ଏବେ ରାପ୍ ଦୁନିଆରେ ନିଜର ପାଦ ଥାପିଛନ୍ତି । ଆଉ ଏସବୁକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏବେସୁଦ୍ଧା ୮ରୁ ଊର୍ଦ୍ଧ୍ୱ ରାପ୍ ପ୍ରସ୍ତୁତ କରିଛନ୍ତି । କୋଭିଡ୍ ସମୟରେ ସମସ୍ତେ ଘରେ ଥିବାବେଳେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଏହି ରାପ୍ ପ୍ରସ୍ତୁତ କରି ବାର୍ତା ଦେଇଛନ୍ତି । ଓଡ଼ିଆ ଓ ହିନ୍ଦୀରେ ଗାଇଥିବା ରାପ୍ ତାଙ୍କୁ ଶ୍ରୋତାଙ୍କ ମହଲରେ ବେଶ୍ ପରିଚୟ ଦେଇଛି । ହାସ୍ ଟ୍ୟାଗ୍ ମହାମାରୀକୁ ନେଇ ଘରେ ରୁହନ୍ତୁ ସୁସ୍ଥ ହୁଅନ୍ତୁ’ର ବାର୍ତା ଦେବା ସହ ପୁଲିସ ଓ ଗଣମାଧ୍ୟମ ଏହି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ବାହାରେ ବୁଲି କାମ କରୁଥିବାଠାରୁ ଆରମ୍ଭ କରି ଡାକ୍ତର ନର୍ସଙ୍କ ମହାମାରୀ ସମୟରେ ଅନବରତ ସେବାକୁ ରାପ୍‌ରେ ସଜାଇଛନ୍ତି । କରୋନା ସମୟରେ ସମ୍ପୂର୍ଣ୍ଣ ବିଶ୍ୱ ତଥା ଓଡ଼ିଶାର ଚିତ୍ରକୁ ସେ ରାପ୍ ମାଧ୍ୟମରେ ଉପସ୍ଥାପନା କରିଛନ୍ତି । ଏଥିସହିତ ଲକ୍‌ଡାଉନ୍ ନିୟମକୁ ନ ମାନି ବାହାରେ ବୁଲୁଥିବା ଅମାନିଆଙ୍କୁ ମଧ୍ୟ ସେ ତାଙ୍କ ରାପ୍ ମାଧ୍ୟମରେ ଚେତାବନୀ ଦେଇଛନ୍ତି । ନିଜେ ଗୀତ ଲେଖି ସେସବୁକୁ ରାପ୍‌ରେ ସଜାଇଥାନ୍ତି । ଏଥିପାଇଁ ତାଙ୍କୁ ୫ରୁ ୬ ଘଂଟା ସମୟ ଲାଗିଥାଏ ବୋଲି ସେ କହନ୍ତି । ସେ ଆହୁରି ମଧ୍ୟ କୁହନ୍ତି, ସାମାଜିକ କଥାବସ୍ତୁକୁ ନେଇ ଲୋକମାନେ ବୁଝିପାରିଲା ଭଳି ଶବ୍ଦ ବ୍ୟବହାର କରି ରାପ୍ ଗାଆନ୍ତି । ଏଥିପାଇଁ ବାପାମା’ ଏବଂ ପରିବାର ସଦସ୍ୟଙ୍କର ପ୍ରେରଣା ମିଳିଛି । ରାପ୍‌କୁ ନେଇ ଅଧିକ ଗବେଷଣା କରି ଆହୁରି ଅଧିକ ରାପ୍ ପ୍ରସ୍ତୁତ ଯୋଜନା କରିଥିବା ଦୀପ୍ତି କୁହନ୍ତି । ଲକ୍‌ଡାଉନ୍ ଯୋଗୁ ଏହି ସୃଜନଶୀଳତାର ସୁଯୋଗ ମିଳିପାରିଛି ବୋଲି ସେ କହିଛନ୍ତି ।

bhubaneswarcovid warriorsdeepti ranjandeepti ranjan routdoctors and nursesjharpadalockdownodisha covid pictureodisha cultureodisha rapperrap songssai international school studentshutdownstay at home stay safetribute to covid warriorsଓଡ଼ିଶାର କଳାଓଡ଼ିଶାର ଚିତ୍ରକୋଭିଡ୍ ଯୋଦ୍ଧାକୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନଗରିବ ଅସହାୟଘରେ ରୁହନ୍ତୁ ସୁସ୍ଥ ହୁଅନ୍ତୁଝାରପଡ଼ାଡାକ୍ତର ନର୍ସଦୀପ୍ତିରଂଜନ ରାଉତପୁଲିସ ଓ ଗଣମାଧ୍ୟମମହାମାରୀରାପ୍ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟସଙ୍ଗୀତସଂସ୍କୃତି ଓ ଐତିହ୍ୟସାଇ ଇଂଟରନ୍ୟାସନାଲ ସ୍କୁଲସାମାଜିକ କଥାବସ୍ତୁ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami