ଭାରତ ବିରୋଧରେ ବ୍ୟବହାର ପାଇଁ ୨ ଶହ ପରମାଣୁ ବୋମା ରଖିଛି ପାକିସ୍ତାନ

ତାଲିବାନ ସହିତ ମିଶି ଭାରତର ଧ୍ୱଂସ ପାଇଁ ସ୍ୱପ୍ନ ଦେଖୁଥିବା ପାକିସ୍ତାନ ଏବେ ନିଜ ପରମାଣୁ ଅସ୍ତ୍ର ଷ୍ଟକକୁ ବଢାଇବାରେ ଲାଗିଛି । ବୁଲେଟିନ୍ ଅଫ୍ ଅଟୋମିକ୍ ସାଇଣ୍ଟିଷ୍ଟର ତାଜା ରିପୋର୍ଟ ଅନୁସାରେ ପାକିସ୍ତାନ ଯେଉଁ ଗତିରେ ଏବେ ପରମାଣୁ ବୋମା ତିଆରି କରୁଛି, ଯଦି ତାହା ଜାରି ରଖେ ତେବେ ୨୦୨୫ ସୁଧା ତା’ ପାଖରେ ୨ଶହ ୱାରହେଡ୍ ଜମା ହୋଇଯିବ । ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ଶତ୍ରୁ ପାକିସ୍ତାନ ପାଖରେ ୧୬୫ ପରମାଣୁ ଅସ୍ତ୍ର ରହିଛି । କେବଳ ଯେ, ପାକିସ୍ତାନ ପରମାଣୁ ବୋମା ତିଆରି କରୁଛି ତାହା ନୁହେଁ, ଏହା ମଧ୍ୟ ପରମାଣୁ ବୋମା ପକାଇବା ପାଇଁ କ୍ଷପଣାସ୍ତ୍ରର ବିକାଶ କରୁଛି ।

ସାଟେଲାଇଟ୍ ଫଟୋ ସାହଯ୍ୟରେ ପାକିସ୍ତାନୀ ସେନାର ଆଡ୍ଡା ଓ ଏୟାରଫୋର୍ସ ବେସର ତଦନ୍ତରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଚିତ୍ର ସବୁରୁ ସ୍ପଷ୍ଟ ହେଉଛି ଯେ, ଜେନରାଲ କମର ବାଜବାଙ୍କ ସେନା ନୂଆ ଲଂଚର ଓ ସୁବିଧାର ବିକାଶ କରୁଛି । ଆମେରିକା ପ୍ରତିରକ୍ଷା ବିଭାଗର ଗୁଇନ୍ଦା ଏଜେନ୍ସୀ ମଧ୍ୟ ଏପ୍ରିଲ ମାସରେ ଆମେରିକା କଂଗ୍ରେସ ସମ୍ମୁଖରେ ପାକିସ୍ତାନ ୨୦୨୧ରେ ନିଜ ପରମାଣୁ ଅସ୍ତ୍ର କ୍ଷମତା ବୃଦ୍ଧି ପାଇଁ ଉଦ୍ୟମ କରୁଥିବା କଥା କହିଥିଲା । ପାକିସ୍ତାନ ଏଭଳି ଅସ୍ତ୍ରର ବିକାଶ କରୁଛି ଯାହା ପରମାଣୁ ଆକ୍ରମଣରେ ବ୍ୟବହୃତ ହୋଇ ପାଇପାରିବ ।

୨ଶହ ପର୍ଯ୍ୟନ୍ତ ହେବ ପାକ୍ ପରମାଣୁ ବୋମା ସଂଖ୍ୟା

ରିପୋର୍ଟ ଅନୁସାରେ ପାକିସ୍ତାନ ପାଖରେ ୪ଟି ପ୍ଲୁଟୋନିୟମ ପ୍ରଡକ୍ସନ ରିଆକ୍ଟର ରହିଛି ଓ ଏହା ନିଜର ୟୁରାନିୟମ ସମ୍ବର୍ଦ୍ଧନ କ୍ଷମତାରେ ବୃଦ୍ଧି କରୁଛି । ପାକିସ୍ତାନ ଆସନ୍ତା ୧୦ ବର୍ଷରେ ନିଜର ପରମାଣୁ ଅସ୍ତ୍ର ଭଣ୍ଡାରରେ ଷ୍ଟକକୁ ଅଧିକ ବଢାଇ ପାରେ । ତେବେ ଏହା ଭାରତର ପରମାଣୁ କ୍ଷମତା ଉପରେ ନିର୍ଭର କରେ । ଭାରତ ଯଦି ଅଧିକ ପରମାଣୁ ଅସ୍ତ୍ର ନିର୍ମାଣ କରେ ତେବେ ପାକିସ୍ତାନ ମଧ୍ୟ ଭାରତକୁ ଟକ୍କର ଦେବାକୁ ଅଧିକ ଅସ୍ତ୍ର ତିଆରି କରିବ । ବୈଜ୍ଞାନିକଙ୍କ ଅନୁସାରେ ଆସନ୍ତା ୧୦ ବର୍ଷ ମଧ୍ୟରେ ପାକିସ୍ତାନ ବିଶ୍ୱର ତିନି ନମ୍ବର ପରମାଣୁ ଶକ୍ତି (ପରମାଣୁ ବୋମା ସଂଖ୍ୟା) ହୋଇପାରେ ।

ବୈଜ୍ଞାନିକଙ୍କ ଅନୁସାରେ ୨୦୨୫ ସୁଧା ପାକିସ୍ତାନ ପାଖରେ ୨ ଶହ ପରମାଣୁ ବୋମା ଥିବ । ପାକିସ୍ତାନ ନିଜ ପରମାଣୁ କାର୍ଯ୍ୟକ୍ରମକୁ ବେସ ଗୋପନ ଭାବେ ଚଳାଉଛି । ନିଜ ପାଖରେ କେତେ ପରମାଣୁ ବୋମା ରଖିଛି ସେବାବଦରେ ପାକିସ୍ତାନ କେବେ ମଧ୍ୟ କିଛି କହିନାହିଁ । ପାକିସ୍ତାନର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଭାରତକୁ ଲକ୍ଷ୍ୟ ରଖି ଚାଲିଛି । ଏଥିପାଇଁ ପାକିସ୍ତାନ ବିଭିନ୍ନ ଧରଣର କ୍ଷେପଣାସ୍ତ୍ର ନିର୍ମାଣ କରିଛି ଏହା ସହିତ ପାକିସ୍ତାନ ମଧ୍ୟ ପରମାଣୁ ବୋମା ବାହକ ଲଢୁଆ ବିମାନ କ୍ରୟ କରିଛି ।

ଭାରତର କୋଲ୍ଡ ଷ୍ଟାର୍ଟ ରଣନୀତିର ଉତ୍ତର ହେଉଛି ପାକିସ୍ତାନର ପରମାଣୁ ରଣନୀତି

ଭାରତର କୋଲ୍ଡ୍ ଷ୍ଟାର୍ଟ୍ ରଣନୀତିର ଯବାବ ହେଉଛି ପାକିସ୍ତାନୀ ପରମାଣୁ ରଣନୀତି ବୋଲି ପାକିସ୍ତାନୀ ସେନାର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି । ତାଙ୍କ ଅନୁସାରେ ଭାରତ ଯଦି ପାକିସ୍ତାନର ବଡ ଭାଗ ଉପରେ ଯୁଦ୍ଧ ପରିସ୍ଥିତିରେ କବଜା କରିନିଏ, ତେବେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବ । ପାକିସ୍ତାନ ପାଖରେ ପରମାଣୁ ହମଲା ପାଇଁ ମିରାଜ ଲଢୁଆ ବିମାନ, ଅବଦାଲୀ, ଗଜନୀ, ଶାହିନ, ଘୋରି, ନସ, ଅବାବିଲ ଭଳି କ୍ଷପଣାସ୍ତ୍ର ରହିଛି । ଏହା ସହିତ ପାକିସ୍ତାନ ପାଖରେ ବାବର କ୍ରୁଇସ୍ ମିଶାଇଲ ମଧ୍ୟ ରହିଛି । ଯାହା ପରମାଣୁ ଆକ୍ରମଣ କରିବାରେ ସକ୍ଷମ ।

200 warheads୨ଶହ ୱାରହେଡ୍ ଜମାAbabilAbdaliamerica congressarmy launcheratomic bombsbabur cruise missileBulletin of the Atomic Scientistdeveloping missilesGhazniGhoriMirage fighter aircraftNaspakistani army adda and airforceplutonium production reactorsShahinଅବଦାଲୀଅବାବିଲଆମେରିକା କଂଗ୍ରେସକ୍ଷପଣାସ୍ତ୍ରର ବିକାଶଗଜନୀଘୋରିନସପରମାଣୁ ବୋମାପରମାଣୁ ବୋମା ସଂଖ୍ୟାପାକିସ୍ତାନ ପାଖରେ ୪ଟି ପ୍ଲୁଟୋନିୟମ ପ୍ରଡକ୍ସନ ରିଆକ୍ଟରପାକିସ୍ତାନୀ ସେନାର ଆଡ୍ଡା ଓ ଏୟାରଫୋର୍ସବାବର କ୍ରୁଇସ୍ ମିଶାଇଲବୁଲେଟିନ୍ ଅଫ୍ ଅଟୋମିକ୍ ସାଇଣ୍ଟିଷ୍ଟର ତାଜା ରିପୋର୍ଟମିରାଜ ଲଢୁଆ ବିମାନଶାହିନସେନା ନୂଆ ଲଂଚର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami