ଭାରତ ବିରୋଧରେ ବ୍ୟବହାର ପାଇଁ ୨ ଶହ ପରମାଣୁ ବୋମା ରଖିଛି ପାକିସ୍ତାନ

Above Post Content

ତାଲିବାନ ସହିତ ମିଶି ଭାରତର ଧ୍ୱଂସ ପାଇଁ ସ୍ୱପ୍ନ ଦେଖୁଥିବା ପାକିସ୍ତାନ ଏବେ ନିଜ ପରମାଣୁ ଅସ୍ତ୍ର ଷ୍ଟକକୁ ବଢାଇବାରେ ଲାଗିଛି । ବୁଲେଟିନ୍ ଅଫ୍ ଅଟୋମିକ୍ ସାଇଣ୍ଟିଷ୍ଟର ତାଜା ରିପୋର୍ଟ ଅନୁସାରେ ପାକିସ୍ତାନ ଯେଉଁ ଗତିରେ ଏବେ ପରମାଣୁ ବୋମା ତିଆରି କରୁଛି, ଯଦି ତାହା ଜାରି ରଖେ ତେବେ ୨୦୨୫ ସୁଧା ତା’ ପାଖରେ ୨ଶହ ୱାରହେଡ୍ ଜମା ହୋଇଯିବ । ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ଶତ୍ରୁ ପାକିସ୍ତାନ ପାଖରେ ୧୬୫ ପରମାଣୁ ଅସ୍ତ୍ର ରହିଛି । କେବଳ ଯେ, ପାକିସ୍ତାନ ପରମାଣୁ ବୋମା ତିଆରି କରୁଛି ତାହା ନୁହେଁ, ଏହା ମଧ୍ୟ ପରମାଣୁ ବୋମା ପକାଇବା ପାଇଁ କ୍ଷପଣାସ୍ତ୍ରର ବିକାଶ କରୁଛି ।

ସାଟେଲାଇଟ୍ ଫଟୋ ସାହଯ୍ୟରେ ପାକିସ୍ତାନୀ ସେନାର ଆଡ୍ଡା ଓ ଏୟାରଫୋର୍ସ ବେସର ତଦନ୍ତରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଚିତ୍ର ସବୁରୁ ସ୍ପଷ୍ଟ ହେଉଛି ଯେ, ଜେନରାଲ କମର ବାଜବାଙ୍କ ସେନା ନୂଆ ଲଂଚର ଓ ସୁବିଧାର ବିକାଶ କରୁଛି । ଆମେରିକା ପ୍ରତିରକ୍ଷା ବିଭାଗର ଗୁଇନ୍ଦା ଏଜେନ୍ସୀ ମଧ୍ୟ ଏପ୍ରିଲ ମାସରେ ଆମେରିକା କଂଗ୍ରେସ ସମ୍ମୁଖରେ ପାକିସ୍ତାନ ୨୦୨୧ରେ ନିଜ ପରମାଣୁ ଅସ୍ତ୍ର କ୍ଷମତା ବୃଦ୍ଧି ପାଇଁ ଉଦ୍ୟମ କରୁଥିବା କଥା କହିଥିଲା । ପାକିସ୍ତାନ ଏଭଳି ଅସ୍ତ୍ରର ବିକାଶ କରୁଛି ଯାହା ପରମାଣୁ ଆକ୍ରମଣରେ ବ୍ୟବହୃତ ହୋଇ ପାଇପାରିବ ।

After 2nd paragraph post ads

୨ଶହ ପର୍ଯ୍ୟନ୍ତ ହେବ ପାକ୍ ପରମାଣୁ ବୋମା ସଂଖ୍ୟା

Middle post content

ରିପୋର୍ଟ ଅନୁସାରେ ପାକିସ୍ତାନ ପାଖରେ ୪ଟି ପ୍ଲୁଟୋନିୟମ ପ୍ରଡକ୍ସନ ରିଆକ୍ଟର ରହିଛି ଓ ଏହା ନିଜର ୟୁରାନିୟମ ସମ୍ବର୍ଦ୍ଧନ କ୍ଷମତାରେ ବୃଦ୍ଧି କରୁଛି । ପାକିସ୍ତାନ ଆସନ୍ତା ୧୦ ବର୍ଷରେ ନିଜର ପରମାଣୁ ଅସ୍ତ୍ର ଭଣ୍ଡାରରେ ଷ୍ଟକକୁ ଅଧିକ ବଢାଇ ପାରେ । ତେବେ ଏହା ଭାରତର ପରମାଣୁ କ୍ଷମତା ଉପରେ ନିର୍ଭର କରେ । ଭାରତ ଯଦି ଅଧିକ ପରମାଣୁ ଅସ୍ତ୍ର ନିର୍ମାଣ କରେ ତେବେ ପାକିସ୍ତାନ ମଧ୍ୟ ଭାରତକୁ ଟକ୍କର ଦେବାକୁ ଅଧିକ ଅସ୍ତ୍ର ତିଆରି କରିବ । ବୈଜ୍ଞାନିକଙ୍କ ଅନୁସାରେ ଆସନ୍ତା ୧୦ ବର୍ଷ ମଧ୍ୟରେ ପାକିସ୍ତାନ ବିଶ୍ୱର ତିନି ନମ୍ବର ପରମାଣୁ ଶକ୍ତି (ପରମାଣୁ ବୋମା ସଂଖ୍ୟା) ହୋଇପାରେ ।

ବୈଜ୍ଞାନିକଙ୍କ ଅନୁସାରେ ୨୦୨୫ ସୁଧା ପାକିସ୍ତାନ ପାଖରେ ୨ ଶହ ପରମାଣୁ ବୋମା ଥିବ । ପାକିସ୍ତାନ ନିଜ ପରମାଣୁ କାର୍ଯ୍ୟକ୍ରମକୁ ବେସ ଗୋପନ ଭାବେ ଚଳାଉଛି । ନିଜ ପାଖରେ କେତେ ପରମାଣୁ ବୋମା ରଖିଛି ସେବାବଦରେ ପାକିସ୍ତାନ କେବେ ମଧ୍ୟ କିଛି କହିନାହିଁ । ପାକିସ୍ତାନର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଭାରତକୁ ଲକ୍ଷ୍ୟ ରଖି ଚାଲିଛି । ଏଥିପାଇଁ ପାକିସ୍ତାନ ବିଭିନ୍ନ ଧରଣର କ୍ଷେପଣାସ୍ତ୍ର ନିର୍ମାଣ କରିଛି ଏହା ସହିତ ପାକିସ୍ତାନ ମଧ୍ୟ ପରମାଣୁ ବୋମା ବାହକ ଲଢୁଆ ବିମାନ କ୍ରୟ କରିଛି ।

ଭାରତର କୋଲ୍ଡ ଷ୍ଟାର୍ଟ ରଣନୀତିର ଉତ୍ତର ହେଉଛି ପାକିସ୍ତାନର ପରମାଣୁ ରଣନୀତି

ଭାରତର କୋଲ୍ଡ୍ ଷ୍ଟାର୍ଟ୍ ରଣନୀତିର ଯବାବ ହେଉଛି ପାକିସ୍ତାନୀ ପରମାଣୁ ରଣନୀତି ବୋଲି ପାକିସ୍ତାନୀ ସେନାର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି । ତାଙ୍କ ଅନୁସାରେ ଭାରତ ଯଦି ପାକିସ୍ତାନର ବଡ ଭାଗ ଉପରେ ଯୁଦ୍ଧ ପରିସ୍ଥିତିରେ କବଜା କରିନିଏ, ତେବେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବ । ପାକିସ୍ତାନ ପାଖରେ ପରମାଣୁ ହମଲା ପାଇଁ ମିରାଜ ଲଢୁଆ ବିମାନ, ଅବଦାଲୀ, ଗଜନୀ, ଶାହିନ, ଘୋରି, ନସ, ଅବାବିଲ ଭଳି କ୍ଷପଣାସ୍ତ୍ର ରହିଛି । ଏହା ସହିତ ପାକିସ୍ତାନ ପାଖରେ ବାବର କ୍ରୁଇସ୍ ମିଶାଇଲ ମଧ୍ୟ ରହିଛି । ଯାହା ପରମାଣୁ ଆକ୍ରମଣ କରିବାରେ ସକ୍ଷମ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami