ଶରଣାର୍ଥୀଙ୍କ ଆଢୁଆଳରେ କରୋନା ସଂକ୍ରମିତଙ୍କୁ ଶତ୍ରୁ ଦେଶକୁ ପଠାଇବା ପାଇଁ ପାକ୍ ଷଡ଼ଯନ୍ତ୍ର

ତିନି ଲକ୍ଷର ସୈନିକ ଓ ତିନି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପରେ ବି ଆଫଗାନିସ୍ତାନରେ କ୍ଷମତା ଦଖଲ କରିଛି ତାଲିବାନ । ତାଲିବାନର କ୍ଷମତା ଦଖଲ ସହିତ ସେହି ଦେଶରୁ ଶରଣାର୍ଥୀ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି । ତାଲିବାନ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଏହି ଶରଣାର୍ଥୀ ନିଜ ଦେଶ ଛାଡି ପଳାୟନ କରୁଥିବାବେଳ ଏବେ ଆଶଙ୍କା ସୃଷ୍ଟି ହେଲାଣି ଯେ, ଶରଣାର୍ଥୀଙ୍କୁ ନେଇ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇ ଏସ ଆଇ ଏକ ଭୟଙ୍କର ଷଡ଼ଯନ୍ତ୍ର କରୁଛି । ଆଇଏସଆଇ କରୋନା ସଂକ୍ରମିତଙ୍କ ଶରଣାର୍ଥୀ ଭାବେ ଭାରତ ପଠାଇ କରୋନାକୁ ଆତଙ୍କର ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି କୁହାଯାଉଛି ।

ପାକିସ୍ତାନ ପାଇଁ ଆତଙ୍କବାଦ ବ୍ୟବସାୟ

ପାକିସ୍ତାନ ପାଇଁ ଆତଙ୍କବାଦ ଏକ ବ୍ୟବସାୟ କହିଲେ ଭୁଲ ହେବ ନାହିଁ । ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ଘରପାକିସ୍ତାନରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ମିଳିବା ସହିତ ସୁରକ୍ଷିତ ରହିବାର ଗ୍ୟାରେଣ୍ଟି ମିଳିଥାଏ । ପାକିସ୍ତାନ ବଦଳରେ ଲାଡେନ ଭଳି ଆତଙ୍କବାଦୀଠାରୁ ଟଙ୍କା ନେଉଥିଲା । ଏବେ ମଧ୍ୟ ତାହା ଜାରି ରହିଛି । ପାକିସ୍ତାନ ପାଇଁ ଅସ୍ଥିର ଆଫଗାନିସ୍ତାନ ନିଜ ଅର୍ଥନୀତିକୁ ସଜାଡିବାର ଏକ ଭଲ ସୁଯୋଗ ହୋଇପାରେ ।

ବାଂଲାଦେଶରେ ଅସ୍ଥିରତା ପାକିସ୍ତାନର ଆଗାମୀ ଲକ୍ଷ୍ୟ

୧୯୭୧ ଯୁଦ୍ଧର ପ୍ରତିଶୋଧ ନେବାକୁ ପାକିସ୍ତାନର ଏଜେନ୍ସୀ ଆଇଏସଆଇ ବାଂଲାଦେଶରେ ସକ୍ରୀୟ ଅଛି । ଏବେ ଆଫଗାନିସ୍ତାନରେ ଅସ୍ଥିରତା ବାଂଲାଦେଶରେ ସକ୍ରୀୟ ଥିବା ମୁସଲିମ ମୌଳବାଦୀଙ୍କୁ ସୁହାଇବ । ଆଇଏସଆଇ ସେହି ମୁସଲିମ ମୌଳବାଦୀ ସଂଗଠନକୁ ନିଜ ପଟକୁ ନେଇ ସେଠାରେ ବିଦ୍ରୋହ କରିପାରେ । ଅସ୍ଥିର ବାଂଲାଦେଶ ଭାରତର ସୁରକ୍ଷା ପାଇଁ ବିପଦ । ଆଫଗାନିସ୍ତାନରୁ ଶରଣାର୍ଥୀ ବେଶରେ ଯଦି ଆତଙ୍କବାଦୀ ବାଂଲାଦେଶକୁ ପ୍ରବେଶ କରନ୍ତି ତେବେ ଏହା କେବଳ ସେହି ଦେଶ ପାଇଁ ନୁହେଁ ଭାରତ ପାଇଁ ମଧ୍ୟ ବିପଜ୍ଜନକ ହୋଇପାରେ ।

ଶରଣାର୍ଥୀ ରୂପରେ ଭାରତକୁ ପଠାଇପାରେ ଏଜେଣ୍ଟ୍

ଆଫଗାନିସ୍ତାନରେ ସରକାରକୁ କ୍ଷମତାଚ୍ୟୁତ କରିବା ଆଇଏସଆଇର ବିଜୟ । ଏଥିରେ ସନ୍ଦେହ ନାହିଁ । ଆଫଗାନିସ୍ତାନୀ ସୈନିକଙ୍କ ଦ୍ୱାରା ନିହତ ତାଲିବାନୀ ଆତଙ୍କବାଦୀଙ୍କ ନିକଟରୁ ପାକ୍ ସୈନିକଙ୍କ ଆଇକାର୍ଡ ମିଳିଛି । ସୁରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ପାକିସ୍ତାନ ଏବେ ଆଫଗାନିସ୍ତାନରୁ ଶରଣାର୍ଥୀ ଭାବେ ନିଜ ଏଜେଣ୍ଟଙ୍କୁ ବିଶ୍ୱର ବିଭିନ୍ନ ଦେଶକୁ ପଠାଇ ପାରେ । ଏହି ଦେଶଙ୍କ ତାଲିକାରେ ସଭା ଉପରେ ଭାରତ ଯଦି ଥିବ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଆଇ ଏସ ଆଇର କରୋନା ଷଡ଼ଯନ୍ତ୍ର

ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ଆଇଏସଆଇ ଏହି ସମୟରେ ଏହାକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ମନ ବନାଇ ସାରିଛି । ଆଫଗାନିସ୍ତାନରୁ ଭାରତ ଯାଉଥିବା ଶରଣାର୍ଥୀଙ୍କୁ କରୋନା ସଂକ୍ରମିତ କରାଇ ସେମାନଙ୍କୁ ଭାରତ ପଠାଇବା ପାଇଁ ଆଇଏସଆଇ ଉଦ୍ୟମ କରୁଛି ବୋଲି କୁହାଯାଉଛି । ଯଦି ଏହା ହୁଏ ତେବେ ସେପ୍ଟେମ୍ବରରେ କରୋନାର ତୃତୀୟ ଲହର ଭାରତରେ କରାଳ ରୂପ ଦେଖାଇବା ଆଶଙ୍କା ରହିଛି ।

afghan armyafghanistan instabilitybangladesh instabilityBiological weaponscorona infected peoplesCoronas third wave in Septemberinternational terroristsMuslim fundamentalist organizationpak army identity cardpakistan conspiracypakistan intelligence agency ISIRefugees from Afghanistantalibani terroriststerrorism is a business for Pakistanweapon of terrorଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀଆଫଗାନିସ୍ତାନରୁ ଶରଣାର୍ଥୀଆଫଗାନିସ୍ତାନରେ ଅସ୍ଥିରତାଆଫଗାନିସ୍ତାନୀ ସୈନିକକରୋନା ସଂକ୍ରମିତଙ୍କ ଶରଣାର୍ଥୀଜୈବିକ ଅସ୍ତ୍ରତାଲିବାନୀ ଆତଙ୍କବାଦୀପାକିସ୍ତାନ ପାଇଁ ଆତଙ୍କବାଦ ଏପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇ ଏସ ଆଇପାକ୍ ସୈନିକଙ୍କ ଆଇକାର୍ଡବାଂଲାଦେଶରେ ଅସ୍ଥିରତାମୁସଲିମ ମୌଳବାଦୀ ସଂଗଠନଲାଡେନଶରଣାର୍ଥୀଙ୍କୁ ନେଇ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇ ଏସ ଆଇ ଏକ ଭୟଙ୍କର ଷଡ଼ଯନ୍ତ୍ର କରୁଛି । ଆଇଏସଆଇ କରୋନା ସଂକ୍ରମିତଙ୍କ ଶରଣାର୍ଥୀ ଭାବେ ଭାରତ ପଠାଇ କରୋନାକୁ ଆତଙ୍କ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami