ଚର୍ଚ୍ଚାରେ ଶୁଭମ୍‌ଙ୍କ ଛୋଟ ଭ୍ୟାକ୍ୟୁମ୍ କ୍ଲିନର

ପ୍ରତିଭା ଆଗରେ ହାରମାନେ ଦୁନିଆର ସବୁ ପ୍ରତିବନ୍ଧକ । ଏପରି ଏକ ବିରଳ ପ୍ରତିଭାର ଅଧିକାରୀ ମେଧାବୀ ଛାତ୍ରଙ୍କୁ ମିଳିଛି ପୃଥିବୀର କ୍ଷୁଦ୍ରତମ ଭ୍ୟାକ୍ୟୁମ କ୍ଲନର ତିଆରି କରିବାର ପ୍ରଶଂସା ପତ୍ର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଂଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀ ଛାତ୍ର ଛୋଟ ଛୋଟ ଭ୍ୟାକ୍ୟୁମ୍ କ୍ଲିନର ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି ଶୁଭମ୍ । ସଫଳତା ପାଇଁ ପରିବାର ଲୋକ ବେଶ ଖୁସିଥିବାବେଳେ ସେ ଜିଲ୍ଲା ଓ ନିଜ ଅଂଚଳର ସୁନାମ ବଢ଼ାଇଛନ୍ତି । ଶୁଭମ୍ ବାସୁଦେବପୁର ନବୋଦୟ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢ଼ନ୍ତି । ସେ ପାଠ ପଢ଼ିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବା ତାଙ୍କର ନିଶା । ଏହି ଇଣ୍ଡିଆ ବୁକ୍ ରେଡର୍କ ପାଇବା ପାଇଁ ସେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ । ଇଣ୍ଡିଆ ବୁକ୍ ଅଫ୍ ରେଡର୍କ ସଂସ୍ଥା ତରଫରୁ ଭୁବନେଶ୍ୱର ପରେ ଘରେ ରହି ଲାଇଭ୍‌ରେ ଶୁଭମ୍ ତିଆରି କରିଥିବା ସବୁଠାରୁ ଛୋଟ ଛୋଟ ଭ୍ୟାକୁମ୍ କ୍ଲିନର, ଯାହାର ଲମ୍ବା ୧୨୧ ସେଂଟିମିଟର ତାହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଚୟନ ହୋଇଛି । ଫଳରେ ତାଙ୍କୁ ପଦକ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଅଦରକାରୀ ମୋବାଇଲ ଭାଇବ୍ରେଟର, ମୋଟର, ପ୍ଲାଷ୍ଟିକ୍ ସିରିଞ୍ଜ ଓ ଅନ୍ୟାନ୍ୟ ଛୋଟ ଛୋଟ ଅଦରକାରୀ ଜିନିଷ ସବୁକୁ ନେଇ ଏହି ଛୋଟ ଭ୍ୟାକୁମ୍ କ୍ଲିନର ତିଆରି କରିଛନ୍ତି । ଚାନ୍ଦବାଲିର ଶିକ୍ଷୟିତ୍ରୀ ନିର୍ଲିପ୍ତା ମିଶ୍ର କିଛି ଆର୍ଥିକ ସହାୟତା ପ୍ରଦାନ କରିବା ପରେ ଶୁଭମ୍ ଗିନିଜ୍ ବୁକ୍ ଅଫ୍ ରେଡର୍କ ପାଇଁ ପ୍ରସ୍ତୁତ ଜାରି ରଖିଛନ୍ତି ।

basudevpur navodaya schoolbhadrak districtchandbali blockclass 9th standardguiness book of recordindia book of recordsnirlipta mishrashubham bhadrakshubham routsmallest vaccum cleanervaccum cleanerworlds smallest vaccum cleanerଆର୍ଥିକ ସହାୟତାଇଣ୍ଡିଆ ବୁକ୍ ଅଫ୍ ରେକର୍ଡଖେରଙ୍ଗ ପଂଚାୟତଗିନିଜ୍ ବୁକ୍ ଅଫ୍ ରେଡର୍କଚାନ୍ଦବାଲି ବ୍ଲକ୍ଛୋଟ ଭ୍ୟାକ୍ୟୁମ୍ କ୍ଲିନରନବମ ଶ୍ରେଣୀ ଛାତ୍ରବାସୁଦେବପୁର ନବୋଦୟ ବିଦ୍ୟାଳୟଭଦ୍ରକ ଜିଲ୍ଲାଭୁବନେଶ୍ୱରଭ୍ୟାକୁମ୍ କ୍ଲିନରରାଉତ ସାହି ଗାଁଶିକ୍ଷୟିତ୍ରୀ ନିର୍ଲିପ୍ତା ମିଶ୍ରଶୁଭମ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami