ଆଫଗାନିସ୍ତାନର ମହାଭାରତ କନେକ୍ସନ, ଗାନ୍ଧାର କେମିତି ହୋଇଗଲା କାନ୍ଦାହାର, ଜାଣନ୍ତୁ

ଆଫଗାନିସ୍ତାନରେ ଏବେ ସ୍ଥିତି ଗମ୍ଭୀର । ତାଲିବାନର ଲେଉଟାଣିକୁ ନେଇ ସେଠାକାର ବାସିନ୍ଦାଙ୍କ ସହିତ ବାକି ବିଶ୍ୱ ମଧ୍ୟ ଶଙ୍କିତ ଅଛି । ତେବେ ଆପଣ ଆଜି ଯେଉଁ ଆଫଗାନିସ୍ତାନକୁ ଦେଖୁଛନ୍ତି ପାଖାପାଖି ହଜାରରୁ ଅଧିକ ବର୍ଷ ତଳେ ତାହା ଅଲଗା ଥିଲା । ସେତେବଳେ ଆଫଗାନିସ୍ତାନ ଥିଲା ହିନ୍ଦୁ ଓ ବୌଦ୍ଧ ବହୁଳ । ଆଫଗାନିସ୍ତାନର ଶେଷ ହିନ୍ଦୁରାଜାଙ୍କ ୧୦୦୦ ମସିହାରେ ମୃତ୍ୟୁ ଓ ପରାଜୟ ସହିତ ଆରମ୍ଭ ହୋଇଥିଲା ମୁସଲିମ ରାଜ ଆଫଗାନିସ୍ତାନର ମହାଭାରତ ସହିତ ସମ୍ପର୍କ ରହିଛି । ଆଫଗାନିସ୍ତାନର ପେଶାବର ଉପତ୍ୟକା ଓ କାବୁଲ ନଦୀ ଉପତ୍ୟକା ପର୍ଯ୍ୟନ୍ତ ମହାଭାରତର ଇତିହାସ ବ୍ୟପ୍ତ ଥିଲା । ନଭେମ୍ବର ୨୦୧୩ ରେ ଏସିଆ ଓ ଆଫ୍ରିକା ପଟୁ ହୋଇଥିବା ଏକ ଷ୍ଟଡିରେ ଏହା ପ୍ରମାଣିତ ହୋଇଛି ।

ଗାନ୍ଧାର ହେଉଛି ଆଜିର କାନ୍ଦାହାର

ମହାଭାରତ କାଳୀନ ଗାନ୍ଧାର ସାମ୍ରାଜ୍ୟ ବର୍ତ୍ତମାନର ଆଫଗାନିସ୍ତାନରେ ଥିଲା । ସେତେବଳେ ଯାହାକୁ ଗାନ୍ଧାର କୁହାଯାଉଥିଲା ଏବେ ତାହା କାନ୍ଦାହାର ନାମରେ ପରିଚିତ । ଗାନ୍ଧାରର ଏକ ବଡ଼ ଭାଗ ଉତ୍ତର ପାକିସ୍ତାନ ଓ କିଛି ଭାଗ ପୂର୍ବ ଆଫଗାନିସ୍ତାନରେ ରହିଛି । ଗାନ୍ଧାର ସାମ୍ରାଜ୍ୟ ପୋଥୋହାର, ପେଶାବର ଉପତ୍ୟକା ଓ କାବୁଲ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ବେଦରେ ମଧ୍ୟ ଗାନ୍ଧାର ଶବ୍ଦର ଉଲ୍ଲେଖ ରହିଛି ।

ଗାନ୍ଧାର ଗନ୍ଧ ଶବ୍ଦରୁ ଆସିଛି । ଗନ୍ଧ ଅର୍ଥାତ ପୃଥିବୀର ବାସ୍ନା । ଗାନ୍ଧାର ମଧ୍ୟ ଭଗବାନ ଶିବଙ୍କର ଅନ୍ୟ ଏକ ନାମ ବୋଲି କୁହାଯାଏ । କାବୁଲ ନଦୀର ତଟରେ ଜନବସତି ଥିଲା ବୋଲି ବିଶ୍ୱାସ କରାଯାଏ । ଅନେକ ଐତିହାଶିକଙ୍କ ମତ ଯେ, ଉତ୍ତର-ପଶ୍ଚିମ ପାକିସ୍ତାନ ମଧ୍ୟ ଗୋଟିଏ ସମୟରେ ଗାନ୍ଧାର ସାମ୍ରାଜ୍ୟର ଅଙ୍ଗ ଥିଲା । ଗାନ୍ଧାର ହିଁ ଇରାନ, ଭାରତ ଓ ମଧ୍ୟ ଏସିଆ ମଧ୍ୟରେ ସମ୍ପର୍କର ସେତୁ ଥିଲା ।

ଶକୁନି ହାତକୁ ଆସିଥିଲା ସାମ୍ରାଜ୍ୟ

ପ୍ରାୟ ୫ ହଜାର ୫ଶହ ବର୍ଷ ତଳେ ଗାନ୍ଧାରରେ ରାଜା ସୁବାଲାଙ୍କ ଶାସନ ଥିଲା । ତାଙ୍କ ଝିଅର ନାମ ଥିଲା ଗାନ୍ଧାରୀ । ଗାନ୍ଧାରୀଙ୍କ ବିବାହ ହସ୍ତିନାପୁରର ରାଜପୁତ୍ର ଧୃତରାଷ୍ଟ୍ରଙ୍କ ସହିତ ହୋଇଥିଲା । ଶକୁନି ଥିଲେ ଗାନ୍ଧାରୀଙ୍କ ଭାଇ । ପିତା ସୁବାଲଙ୍କ ମୃତ୍ୟୁ ପରେ ଶକୁନି ଗାନ୍ଧାର ସାମ୍ରାଜ୍ୟର ରାଜା ହୋଇଥିଲେଆଉ ଶକୁନିଙ୍କ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା । ମହାଭାରତ ଯୁଦ୍ଧରେ କୌରବ ଶହେ ଭାଇଙ୍କ ସହିତ ଶକୁନି ମଧ୍ୟ ନିହତ ହୋଇଥିଲେ । ଅନେକଙ୍କ ବିଶ୍ୱାସ ଯେ, ମହାଭାରତ ଯୁଦ୍ଧ ପରେ କୌରବ ବଂଶର ଅନେକ ଗାନ୍ଧାରର ଶରଣ ନେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ପରେ ଧିରେ ଧିରେ ଇରାକ ଓ ସାଉଦି ଆରବକୁ ପଳାୟନ କରିଥିଲେ । ଆଫଗାନିସ୍ତାନରେ ଯେମିତି ଯେମିତି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ହେଲା ସେମିତି ଭଗବାନ ଶିବଙ୍କ ପୂଜା ମଧ୍ୟ ବନ୍ଦ ହେଲା ।

କେମିତି ଆଫାଗନିସ୍ତାନ ହେଲା ମୁସଲିମ ବହୁଳ ?

ମୌର୍ଯ୍ୟ ସାମ୍ରାଜ୍ୟର ପତନ ସହିତ ଆଫଗାନିସ୍ତାନ ଉପରେ ଭାରତର ନିୟନ୍ତ୍ରଣ ହୁଗୁଳା ପଡିଥିଲା । ସେଠାରେ ସ୍ଥାନୀୟ ଶାସକ ମାନେ ସ୍ୱତନ୍ତ୍ରତା ଘୋଷଣା କରିଥିଲେ । ହିନ୍ଦୁ ଶାହି ବଂଶ ଆଫଗାନିସ୍ତାନ ଉପରେ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲା । ତୁର୍କ ଆକ୍ରମଣରେ ହିନ୍ଦୁ ଶାହି ବଂଶର ପତନ ଘଟିଥିଲା । ଏହା ସହିତ ଆଫଗାନିସ୍ତାନରେ ଆରମ୍ଭ ହୋଇଥିଲା ଇସଲାମିକ ଶାସନ । ଏହି ଇସଲାମିକ ଶାସନ କାରଣରୁ ଆଫଗାନିସ୍ତାନର ସଂଖ୍ୟାଧିକ ହିନ୍ଦୁ ନିଜ ଧର୍ମ ତ୍ୟାଗ କରିଥିଲେ କିମ୍ବା ପଳାୟନ କରିଥିଲେ ।

୫ ହଜାର ୫ଶହ ବର୍ଷ ତଳେ5000 years agoafghanistanbuddhist religion spreadseast afghanistangandhargandhar king subalagandhar kingdomgandhar means smell of earthhastinapur prince dhrutarashtraislam countryislamic statekabul riverkandaharkauravs and pandavLord ShivaMahabharatmahabharat and afghanistan linkmahabharat war was due to shakunimouryan dynastymuslim rulenorth pakistannorth west pakistanshakuni was gandharis brothersubala daughter name was gandharitalibanturk attackvyasaଆଫଗାନିସ୍ତାନଆଫଗାନିସ୍ତାନର ମହାଭାରତ କନେକ୍ସନଇସଲାମିକ ଶାସନଉତ୍ତର ପାକିସ୍ତାନଉତ୍ତର-ପଶ୍ଚିମ ପାକିସ୍ତାନକାନ୍ଦାହାରକାବୁଲ ନଦୀଗନ୍ଧ ଅର୍ଥାତ ପୃଥିବୀର ବାସ୍ନାଗାନ୍ଧାରଗାନ୍ଧାର ସାମ୍ରାଜ୍ୟଗାନ୍ଧାରରେ ରାଜା ସୁବାଲାତାଲିବାନତୁର୍କ ଆକ୍ରମଣପୂର୍ବ ଆଫଗାନିସ୍ତାନବୌଦ୍ଧ ଧର୍ମର ପ୍ରଚାରଭଗବାନ ଶିବମୁସଲିମ ରାଜମୌର୍ଯ୍ୟ ସାମ୍ରାଜ୍ୟର ପତନଶକୁନି ଥିଲେ ଗାନ୍ଧାରୀଙ୍କ ଭାଇଶକୁନିଙ୍କ ପାଇଁ ମହାଭାରତ ଯୁଦ୍ଧହସ୍ତିନାପୁରର ରାଜପୁତ୍ର ଧୃତରାଷ୍ଟ୍ର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami