ଆଫଗାନିସ୍ତାନର ମହାଭାରତ କନେକ୍ସନ, ଗାନ୍ଧାର କେମିତି ହୋଇଗଲା କାନ୍ଦାହାର, ଜାଣନ୍ତୁ

Above Post Content

ଆଫଗାନିସ୍ତାନରେ ଏବେ ସ୍ଥିତି ଗମ୍ଭୀର । ତାଲିବାନର ଲେଉଟାଣିକୁ ନେଇ ସେଠାକାର ବାସିନ୍ଦାଙ୍କ ସହିତ ବାକି ବିଶ୍ୱ ମଧ୍ୟ ଶଙ୍କିତ ଅଛି । ତେବେ ଆପଣ ଆଜି ଯେଉଁ ଆଫଗାନିସ୍ତାନକୁ ଦେଖୁଛନ୍ତି ପାଖାପାଖି ହଜାରରୁ ଅଧିକ ବର୍ଷ ତଳେ ତାହା ଅଲଗା ଥିଲା । ସେତେବଳେ ଆଫଗାନିସ୍ତାନ ଥିଲା ହିନ୍ଦୁ ଓ ବୌଦ୍ଧ ବହୁଳ । ଆଫଗାନିସ୍ତାନର ଶେଷ ହିନ୍ଦୁରାଜାଙ୍କ ୧୦୦୦ ମସିହାରେ ମୃତ୍ୟୁ ଓ ପରାଜୟ ସହିତ ଆରମ୍ଭ ହୋଇଥିଲା ମୁସଲିମ ରାଜ ଆଫଗାନିସ୍ତାନର ମହାଭାରତ ସହିତ ସମ୍ପର୍କ ରହିଛି । ଆଫଗାନିସ୍ତାନର ପେଶାବର ଉପତ୍ୟକା ଓ କାବୁଲ ନଦୀ ଉପତ୍ୟକା ପର୍ଯ୍ୟନ୍ତ ମହାଭାରତର ଇତିହାସ ବ୍ୟପ୍ତ ଥିଲା । ନଭେମ୍ବର ୨୦୧୩ ରେ ଏସିଆ ଓ ଆଫ୍ରିକା ପଟୁ ହୋଇଥିବା ଏକ ଷ୍ଟଡିରେ ଏହା ପ୍ରମାଣିତ ହୋଇଛି ।

ଗାନ୍ଧାର ହେଉଛି ଆଜିର କାନ୍ଦାହାର

After 2nd paragraph post ads

ମହାଭାରତ କାଳୀନ ଗାନ୍ଧାର ସାମ୍ରାଜ୍ୟ ବର୍ତ୍ତମାନର ଆଫଗାନିସ୍ତାନରେ ଥିଲା । ସେତେବଳେ ଯାହାକୁ ଗାନ୍ଧାର କୁହାଯାଉଥିଲା ଏବେ ତାହା କାନ୍ଦାହାର ନାମରେ ପରିଚିତ । ଗାନ୍ଧାରର ଏକ ବଡ଼ ଭାଗ ଉତ୍ତର ପାକିସ୍ତାନ ଓ କିଛି ଭାଗ ପୂର୍ବ ଆଫଗାନିସ୍ତାନରେ ରହିଛି । ଗାନ୍ଧାର ସାମ୍ରାଜ୍ୟ ପୋଥୋହାର, ପେଶାବର ଉପତ୍ୟକା ଓ କାବୁଲ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ବେଦରେ ମଧ୍ୟ ଗାନ୍ଧାର ଶବ୍ଦର ଉଲ୍ଲେଖ ରହିଛି ।

ଗାନ୍ଧାର ଗନ୍ଧ ଶବ୍ଦରୁ ଆସିଛି । ଗନ୍ଧ ଅର୍ଥାତ ପୃଥିବୀର ବାସ୍ନା । ଗାନ୍ଧାର ମଧ୍ୟ ଭଗବାନ ଶିବଙ୍କର ଅନ୍ୟ ଏକ ନାମ ବୋଲି କୁହାଯାଏ । କାବୁଲ ନଦୀର ତଟରେ ଜନବସତି ଥିଲା ବୋଲି ବିଶ୍ୱାସ କରାଯାଏ । ଅନେକ ଐତିହାଶିକଙ୍କ ମତ ଯେ, ଉତ୍ତର-ପଶ୍ଚିମ ପାକିସ୍ତାନ ମଧ୍ୟ ଗୋଟିଏ ସମୟରେ ଗାନ୍ଧାର ସାମ୍ରାଜ୍ୟର ଅଙ୍ଗ ଥିଲା । ଗାନ୍ଧାର ହିଁ ଇରାନ, ଭାରତ ଓ ମଧ୍ୟ ଏସିଆ ମଧ୍ୟରେ ସମ୍ପର୍କର ସେତୁ ଥିଲା ।

Middle post content

ଶକୁନି ହାତକୁ ଆସିଥିଲା ସାମ୍ରାଜ୍ୟ

ପ୍ରାୟ ୫ ହଜାର ୫ଶହ ବର୍ଷ ତଳେ ଗାନ୍ଧାରରେ ରାଜା ସୁବାଲାଙ୍କ ଶାସନ ଥିଲା । ତାଙ୍କ ଝିଅର ନାମ ଥିଲା ଗାନ୍ଧାରୀ । ଗାନ୍ଧାରୀଙ୍କ ବିବାହ ହସ୍ତିନାପୁରର ରାଜପୁତ୍ର ଧୃତରାଷ୍ଟ୍ରଙ୍କ ସହିତ ହୋଇଥିଲା । ଶକୁନି ଥିଲେ ଗାନ୍ଧାରୀଙ୍କ ଭାଇ । ପିତା ସୁବାଲଙ୍କ ମୃତ୍ୟୁ ପରେ ଶକୁନି ଗାନ୍ଧାର ସାମ୍ରାଜ୍ୟର ରାଜା ହୋଇଥିଲେଆଉ ଶକୁନିଙ୍କ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା । ମହାଭାରତ ଯୁଦ୍ଧରେ କୌରବ ଶହେ ଭାଇଙ୍କ ସହିତ ଶକୁନି ମଧ୍ୟ ନିହତ ହୋଇଥିଲେ । ଅନେକଙ୍କ ବିଶ୍ୱାସ ଯେ, ମହାଭାରତ ଯୁଦ୍ଧ ପରେ କୌରବ ବଂଶର ଅନେକ ଗାନ୍ଧାରର ଶରଣ ନେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ପରେ ଧିରେ ଧିରେ ଇରାକ ଓ ସାଉଦି ଆରବକୁ ପଳାୟନ କରିଥିଲେ । ଆଫଗାନିସ୍ତାନରେ ଯେମିତି ଯେମିତି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ହେଲା ସେମିତି ଭଗବାନ ଶିବଙ୍କ ପୂଜା ମଧ୍ୟ ବନ୍ଦ ହେଲା ।

କେମିତି ଆଫାଗନିସ୍ତାନ ହେଲା ମୁସଲିମ ବହୁଳ ?

ମୌର୍ଯ୍ୟ ସାମ୍ରାଜ୍ୟର ପତନ ସହିତ ଆଫଗାନିସ୍ତାନ ଉପରେ ଭାରତର ନିୟନ୍ତ୍ରଣ ହୁଗୁଳା ପଡିଥିଲା । ସେଠାରେ ସ୍ଥାନୀୟ ଶାସକ ମାନେ ସ୍ୱତନ୍ତ୍ରତା ଘୋଷଣା କରିଥିଲେ । ହିନ୍ଦୁ ଶାହି ବଂଶ ଆଫଗାନିସ୍ତାନ ଉପରେ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲା । ତୁର୍କ ଆକ୍ରମଣରେ ହିନ୍ଦୁ ଶାହି ବଂଶର ପତନ ଘଟିଥିଲା । ଏହା ସହିତ ଆଫଗାନିସ୍ତାନରେ ଆରମ୍ଭ ହୋଇଥିଲା ଇସଲାମିକ ଶାସନ । ଏହି ଇସଲାମିକ ଶାସନ କାରଣରୁ ଆଫଗାନିସ୍ତାନର ସଂଖ୍ୟାଧିକ ହିନ୍ଦୁ ନିଜ ଧର୍ମ ତ୍ୟାଗ କରିଥିଲେ କିମ୍ବା ପଳାୟନ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami