ଫୋନରେ ଥିବା ଡ୍ରାଇଭିଂ ଲାଇସେନ୍ସ ପୋଲିସ ଚେକିଂରେ ବୈଧ କି ?

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନରେ ଅଧା କାମ ହୋଇଯାଉଛି । ଏବେ ତ’ କ୍ରେଡିଟ୍ କାର୍ଡ୍, ଡେବିଟ୍ କାର୍ଡର କାମ ମଧ୍ୟ ସ୍ମାର୍ଟ୍ ଫୋନ୍ କଲାଣି । ଅର୍ଥାତ ଏବେ ଆପଣଙ୍କୁ ନିଜ ସହିତ ସବୁବେଳେ ଏଟିଏମ୍ କାର୍ଡ୍ ରଖିବାର ଆବଶ୍ୟକତା ନାହିଁ । ସେହିଭଳି କଥା ଡ୍ରାଇଭିଂ ଲାଇସେନ୍ସକୁ ନେଇ ମଧ୍ୟ କୁହାଯାଉଛି । କୁହାଯାଉଛି ଯେ, ଡ୍ରାଇଭିଂ ଲାଇସେନ୍ସର ହାର୍ଡ୍ କପି ରଖିବାର ଆବଶ୍ୟକତା ନାହିଁ । ଫୋନରେ ଡ୍ରାଇଭିଂ ଲାଇସେନ୍ସର ଫଟୋ ଥିଲେ କାମ ଚଳିଯିବ । ଆସନ୍ତୁ ଜାଣିବା ଡିଜିଟାଲ ରୂପରେ ଡ୍ରାଇଭିଂ ଲାଇସେନ୍ସ ରଖିବାର ନିୟମ କ’ଣ..

ଡିଜିଟାଲ ଡ୍ରାଇଭିଂ ଲାଇସେନ୍ସ ବୈଧ କି ?

ନୂଆ ମୋଟର ଭେହିକଲ ନିୟମ ଅନୁସାରେ ଏବେ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ଡିଜିଟାଲ ଭାବେ ନିଜ ପାଖରେ ରଖି ହେବ । ଦିଲ୍ଲୀ ସରକାର ତ’ ନିକଟରେ ଏକ ନିୟମ ଆଣିଥିଲେ ଓ କହିଥିଲେ ଯେ, ଏବେ ଚାଳକ ନିଜ ପାଖରେ ଆରସି ଓ ସାଇସେନ୍ସକୁ ଡିଜିଟାଲ ରୂପରେ ରଖିପାରିବେ

ଡ୍ରାଇଭିଂ ଲାଇସେନ୍ସର ଫଟୋ ଦ୍ୱାରା କାମ ଚଳିବ କି ?

ନା କେବଳ ଡ୍ରାଇଭିଂ ଲାଇସେନ୍ସର ଫଟୋ ମୋବାଇଲରେ ଥିଲେ କାମ ଚଳିବ ନାହିଁ । ଏଥିପାଇଁ ଆପଣଙ୍କୁ ନିଜ ଡକ୍ୟୁମେଣ୍ଟ୍ ଡିଜି ଲକରରେ ରଖିବାକୁ ପଡିବ କିମ୍ବା m-Parivahan ଆପ୍ଲିକେସନରେ ନିଜ ଦସ୍ତାବିଜ ରଖିବାକୁ ପଡିବ ।

କେବଳ ଡିଜି ଲକର କିମ୍ବା ଏମ-ପରିବହନ ଆପରେ ଥିବା ଦସ୍ତାବିଜ୍ ହିଁ ମାନ୍ୟ ହେବ । ଏଥିପାଇଁ ଦିଲ୍ଲୀ ସରକାର ମୋଟର ଭେହିକିଲ ଆକ୍ଟରେ ପରିବର୍ତ୍ତନ କରିଛନ୍ତି । ତେବେ ଏହାକୁ ନେଇ ଅଲଗା ରାଜ୍ୟରେ ଅଲଗା ନିୟମ ରହିଛି । ତେଣୁ ଆପଣ ଯେଉଁ ରାଜ୍ୟରେ ରହୁଛନ୍ତି ସେହି ରାଜ୍ୟର ନିୟମ କ’ଣ ତାହା ଜାଣି ନିଅନ୍ତୁ ।

ଅଲଗା ଅପରାଧ ପାଇଁ ଅଲଗା ନିୟମ

ପୋଲିସ ଅନୁସାରେ କିଛି ଅପରାଧ ଏମିତି ହୋଇଥାଏ ଯେଉଁଥିପାଇଁ ଡ୍ରାଇଭରଙ୍କୁ ଡ୍ରାଇଭିଂ ଲାଇସେନ୍ସର ହାର୍ଡ୍ କପି ଦେବାକୁ ପଡିଥାଏ । ଯାହାକି ଗାଡି ସିଜ୍ କରିବା ସମୟରେ କାମରେ ଆସିଥାଏ । ତେବେ ସାମାନ୍ୟ ସ୍ଥିତିରେ ଡିଜି ଲକରକୁ ବ୍ୟବହାର କରାଯାଇ ପାରିବ ।

digi lockerdigital driving licensedigital rc and licensedriving licensedriving license hard copydriving license photo in phoneelicensem parivahan applicationm-Parivahanmotor vehicle actnew motor vehicle rulesଆରସି ଓ ସାଇସେନ୍ସକୁ ଡିଜିଟାଲଏମ-ପରିବହନ ଆପଡିଜି ଲକରଡିଜିଟାଲ ରୂପରେ ଡ୍ରାଇଭିଂ ଲାଇସେନ୍ସଡ୍ରାଇଭିଂ ଲାଇସେନ୍ସଡ୍ରାଇଭିଂ ଲାଇସେନ୍ସର ହାର୍ଡ୍ କପିନୂଆ ମୋଟର ଭେହିକଲ ନିୟମ ଅନୁସାରେଫୋନରେ ଡ୍ରାଇଭିଂ ଲାଇସେନ୍ସର ଫଟୋମୋଟର ଭେହିକିଲ ଆକ୍ଟ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami