ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି

ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ । ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍ଥର୍ମୋମିଟରଟିଏ ଧରି ଏମାନେ ପହଂଚିଯାଉଛନ୍ତି ଏ ଘରରୁ ସେ ଘର । ଆଉ ବିନା ସଙ୍କୋଚରେ ବାଂଟିଯାଉଛନ୍ତି କରୋନା ସଚେତନତାର ଅଭୟ ବାଣୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ବାଙ୍କପଲାଶ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ପୂର୍ଣ୍ଣମୀ ଭୋଇ ଗତବର୍ଷରୁ ହିଁ ଏହି ଅଭିଯାନରେ ସାମିଲ ହୋଇ ଆଜି ଯାଏ ତାଙ୍କର ସେବା ଅବ୍ୟାହତ ରଖିଛନ୍ତି ।

ପୂର୍ଣ୍ଣମୀଙ୍କ କରୋନା ସଚେତନତା ଅଭିଯାନ ଯୋଗୁ ଆଜି ବାଙ୍କପଲାଶ ଅଙ୍ଗନବାଡ଼ି କେନ୍ଦ୍ର ଅଧୀନରେ ଥିବା ୧୯୪ ପରିବାରର ୮୨୭ ଘର କରୋନାମୁକ୍ତ ହୋଇ ରହିଛନ୍ତି । ଗୋଟିଏ ହେଲେ ପରିବାରରେ କାହାଠି କରୋନା ଲକ୍ଷଣ ନାହିଁ କି କେହି ସଙ୍ଗରୋଧ ହୋଇ ଜୀବନ କାଟୁନାହାନ୍ତି । ଏସବୁ ସମ୍ଭବ ହୋଇଛି ପୂର୍ଣ୍ଣମୀ ଓ ତାଙ୍କ ସାଥୀ ସହକର୍ମୀମାନଙ୍କ ଯୋଗୁ । ଗତବର୍ଷର ଅଭିଜ୍ଞତାକୁ ଭିତି କରି ମାର୍ଚ୍ଚ ମାସରୁ ହିଁ ଗାଁରେ ପୂର୍ଣ୍ଣମୀ ନିଜସ୍ୱ ଉଦ୍ୟମରେ କରୋନା ସଚେତନତା କାମ ଚଳାଇଥିଲେ । ସକାଳ ୬ଟା ୩୦ରୁ ଦିନ ୯ଟା୩୦ ଯାଏଁ ଘରକୁ ଘର ବୁଲି ଲୋକଙ୍କ କରୋନା ବାବଦରେ ବୁଝାଇବା, ଗର୍ଭବତୀ ଓ ପ୍ରସୂତୀମାନଙ୍କର ସ୍ଥିତି ପରଖିବା, ସେମାନଙ୍କୁ ଶୁଖିଲା ରାସନ ଦେବା, ପ୍ରାକ୍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଂଟନ, ଗାଁର କିଶୋରୀ ବାଳିକାମାନେ ଯେପରି ବାଲ୍ୟ ବିବାହ ଓ ନିର୍ଯାତନାର ଶିକାର ନ ହୁଅନ୍ତି ସେସବୁ କାମର ତଦାରଖ କରନ୍ତି ଅଙ୍ଗନବାଡ଼ି ଦିଦି ପୂର୍ଣ୍ଣମୀ । ମାସ୍କ ପରିଧାନଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା, ଘରୋଇ ଉପଚାରରେ କରୋନାରୁ ଦୂରେଇ ରହିବାର ବିଭିନ୍ନ ପଦ୍ଧତି, ହାତ ସଫା କରିବାର କୌଶଳ ଆଦି ଘରକୁ ଘର ବୁଲି ଲୋକଙ୍କୁ ଶିଖାଇବାର ଆରମ୍ଭ କରିଥିଲେ । ଯାହାକି ଏପ୍ରିଲ ମାସରୁ ପୁଣି ଥରେ ଜୋରସୋରରେ ଆରମ୍ଭ ହେଲା । ସବୁଥିରେ ସାମାଜିକ ଦୂରତା ଓ କରୋନା ଗାଇଡ୍‌ଲାଇନ୍‌କୁ ଅନୁପାଳନ କରି ଗାଁ ଲୋକ ନିଜର କାମ କରୁଛନ୍ତି ।

ନିଜର ଅଭିଜ୍ଞତା ସମ୍ପର୍କରେ ପୂର୍ଣ୍ଣମୀ କହନ୍ତି, ପ୍ରଥମେ ପ୍ରଥମେ ଏସବୁ ଏତେ ସହଜ ନଥିଲା ଆମମାନଙ୍କ ପାଇଁ । ଡିଜିଟାଲ ଦୁନିଆ ସହ ଯୋଡ଼ିହେବା, ପୁଣି ସେ ଥର୍ମାଲ ସ୍କ୍ରିନିଂ ଓ ଥର୍ମୋମିଟର ଭଳି ସାମଗ୍ରୀ ସହ ପରିଚୟ ହେବା ସବୁ କିଛି ନୂଆ ଥିଲା । ହେଲେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ଲୋକଙ୍କ ସଂସ୍ପର୍ଶରେ ଆସି ଆମେ ଏସବୁ କାମ ଶିଖିଲୁ ।

anganwadi didianganwadi workersASHA didiChief Minister Naveen Patnaikchild marriage and abusecorona awarenesscorona guidelinesFood Distributionhealth checkupsjunagarh block bankapalashkalahandi districtmask usagemedical checkupspoornami bhoipregnant womenration distributionsocial distancingthermal screening machinethermometervoluntary organisationwashing handsଅଙ୍ଗନବାଡ଼ି କର୍ମୀଅଙ୍ଗନବାଡ଼ି କେନ୍ଦ୍ରର ଦିଦିଆଶା ଦିଦିକରୋନା ସଚେତନତାକରୋନାମୁକ୍ତକଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ବାଙ୍କପଲାଶଗର୍ଭବତୀ ଓ ପ୍ରସୂତୀମାନଙ୍କର ସ୍ଥିତି ପରଖିବାଥର୍ମାଲ ସ୍କ୍ରିନିଂ ମେସିନ୍ଥର୍ମୋମିଟରପୂର୍ଣ୍ଣମୀ ଭୋଇବାଲ୍ୟ ବିବାହ ଓ ନିର୍ଯାତନାମାସ୍କ ପରିଧାନମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସଶୁଖିଲା ରାସନ ଦେବାସାମାଜିକ ଦୂରତାସ୍ୱେଚ୍ଛାସେବୀ ସଂଗଠନହାତ ସଫା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami