ହିଜବ ବିବାଦ ଆଳରେ ବିଜେପି ସମାନ ନାଗରିକ ସଂହିତା ଆଡକୁ ଅଗ୍ରସର ହେଉଛି କି ?

କର୍ଣ୍ଣାଟକରେ ହିଜବ ବିବାଦ ଭିତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ବୟାନ ଆଉ ଗୋଟିଏ ଦୀଗ ଆଡକୁ ଇଂଗିତ କରୁଛି । ଧାମୀ କହିଛନ୍ତି ଯେ, ତାଙ୍କ ଦଳ ଯଦି ପୁନଃ କ୍ଷମତାକୁ ଆସେ ତେବେ ସମାନ ନାଗରିକ ସଂହିତା ଲାଗୁ କରାଯିବ । ସମାନ ନାଗରିକ ସଂହିତା ରାମ ମନ୍ଦିର ଓ ଧାରା ୩୭୦ ଭଳି ବିଜେପିର ମୁଳ ଏଜେଣ୍ଡାରେ ଆଗରୁ ରହିଛି । ଏମିତିରେ ଧାମୀଙ୍କ ବୟାନକୁ ଗୁରୁତ୍ୱ ଏଥିପାଇଁ ଦିଆଯାଉଛି ଯେ, ଧାମୀ କେନ୍ଦ୍ରୀୟ ନେତୃତ୍ୱର ବିନା ଅନୁମତିରେ ଏତେ ବଡ଼ କଥା କହିନଥିବେ । ଧାରା ୩୭୦ ଉଛେଦ ହୋଇ ସାରିଛି । ରାମ ମନ୍ଦିରର ନିର୍ମାଣ ସରିବା ଉପରେ । ବାକି ରହିଲା ସମାନ ନାଗରିକ ସଂହିତା । ଏହାକୁ ଯଦି ଆଗକୁ ବିଜେପି ଲାଗୁ କରେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ସମାନ ନାଗରିକ ସଂହିତା ଓ ବିଜେପି

୧୯୯୮ର ଲୋକସଭା ନିର୍ବାଚନ କାଳରେ ଅଟଳ ବିହାରି ବାଜପାୟୀଙ୍କ ନେତୃତ୍ୱରେ ବିଜେପି ୩ ମୁଖ୍ୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିଥିଲା । ଏହି ତିନୋଟି ପ୍ରସଙ୍ଗ ଥିଲା-ଧାରା ୩୭୦ ଉଛେଦ, ରାମ ମନ୍ଦିର ନିର୍ମାଣ ଓ ସମାନ ନାଗରିକ ସଂହିତା । ତେବେ ମେଣ୍ଟ ସରକାରର ବାଧ୍ୟବାଧକତା କାରଣରୁ ବିଜେପିକୁ ସେତେବଳେ ଏହି ତିନି ପ୍ରସଙ୍ଗ ଉପରେ ଚୁପ୍ ରହିବାକୁ ପଡିଥିଲା । କିନ୍ତୁ ୨୦୧୪ରେ ବିଜେପିର ପ୍ରଚଣ୍ଡ ବିଜୟରେ ଆତ୍ମବିଶ୍ୱାସରେ ଭରପୁର ବିଜେପି ନେତୃତ୍ୱ ଦୁଇଟି ବଡ଼ ନିଷ୍ପତ୍ତି ନେଇ ସାରିଛନ୍ତି । ଆଉ କେବଳ ଗୋଟିଏ ପ୍ରସଙ୍ଗ ରହିଛି , ତାହା ହେଉଛି ସମାନ ନାଗରିକ ସଂହିତା ।

ସମାନ ନାଗରିକ ସଂହିତାର ବିବାଦ ୭୦ ବର୍ଷ ପୁରୁଣା । ସମ୍ବିଧାନ ସଭାରେ ଏହାକୁ ନେଇ ଲମ୍ବା ଆଲୋଚନା ହୋଇଥିଲା । ନିଷ୍କର୍ସ ଥିଲା ଧାରା ୩୫ (ସମ୍ବିଧାନ ଗୃହିତ ହେବା ପରେ ଯାହା ପରେ ଧାରା ୪୪ ହୋଇଥିଲା) । ଧାରା ୪୪ ଅନୁସାରେ ସମଗ୍ର ଭାରତର ସବୁ ନାଗରିକଙ୍କ ପାଇଁ ସମାନ ନାଗରିକ ସଂହିତା ଲାଗୁ କରିବା ଲାଗି ରାଷ୍ଟ୍ର ଉଦ୍ୟମ କରିବ । କିନ୍ତୁ ଏହାକୁ ମୁସଲମାନ ନେତା ବିରୋଧ କରିଥିଲେ ଓ ଏବେ ମଧ୍ୟ କରୁଛନ୍ତି । ସେମାନଙ୍କ କହିବା ହେଉଛି ଏହାଦ୍ୱାରା ମୁସଲିମ୍ ପର୍ସନାଲ ଲ’ ପ୍ରଭାବିତ ହେବ

Uniform Civil Code: ରାଜ୍ୟଙ୍କ ପାଖରେ ସମାନ ନାଗରିକ ସଂହିତା ଲାଗୁ କରିବା ଅଧିକାର ଅଛି କି ?

୧୯୫୫ରେ ଯେତେବେଳେ ହିନ୍ଦୁ କୋଡ୍ ବିଲ୍ ଆସିଲା ସେତେବେଳେ ହିନ୍ଦୁ ସାଂସଦ ଏହାକୁ ବିରୋଧ କରିଥିଲେ । ସେମାନଙ୍କ ଯୁକ୍ତି ଥିଲା ଯେ, ଯଦି ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ପାଇଁ ସମାନ ନାଗରିକ ସଂହିତା ଲାଗୁ ହେଉ ନାହିଁ ତେବେ ଖାଲି ହିନ୍ଦୁଙ୍କ ପାଇଁ କାହିଁକି ? ଏହାର ଉତ୍ତରରେ ଜୱାହରଲାଲ୍ ନେହେରୁ କହିଥିଲେ ଯେ, ମୁସଲମାନ ସମ୍ପ୍ରଦାୟ ଏବେ ଏଥିପାଇଁ ପ୍ରସ୍ତୁତ ନାହିଁ । ଜେବି କୃପାଲିନି ସେତେବଳେ ନେହେରୁଙ୍କୁ କଟାକ୍ଷ କରି କହିଥିଲେ ଯେ, କେବଳ ହିନ୍ଦୁ ମହାସଭା ସାମ୍ପ୍ରଦାୟିକ ନୁହେଁ । ଏହି ସରକାର ମଧ୍ୟ ସାମ୍ପ୍ରଦାୟିକ । ଏହାକୁ ଆପଣ ଯାହା କୁହନ୍ତୁ ନା କାହିଁକି ଏହି ସରକାର ଗୋଟିଏ ସାମ୍ପ୍ରଦାୟିକ ପଦକ୍ଷେପ ନେଇଛି । ମୁଁ ଆପଣଙ୍କ ଉପରେ ସାମ୍ପ୍ରଦାୟିକତାର ଆରୋପ ଆଣୁଛି କାରଣ ଆପଣ କେବଳ ହିନ୍ଦୁ ସମ୍ପ୍ରଦାୟ ପାଇଁ ଏକ ବିବାହ ଆଇନ ଆଣୁଛନ୍ତି । ମୁଁ କହୁଛି ଯେ, ମୁସଲିମ୍ ସମ୍ପ୍ରଦାୟ ଏଥିପାଇଁ ପ୍ରସ୍ତୁତ ଅଛି କିନ୍ତୁ ଆପଣଙ୍କର ସାହସ ନାହିଁ ।

Uniform Civil Code: ସମାନ ନାଗରିକ ସଂହିତାରେ ସରକାରଙ୍କ ଭୂମିକା

ସମାନ ନାଗରିକ ସଂହିତାକୁ ନେଇ ନେହେରୁବାଦୀଙ୍କ ମଧ୍ୟରେ ଏବେ ମଧ୍ୟ ସେହି ପୁରୁଣା ଡର ରହିଛି । ମୌଲାନା ମାନେ ଏହା ବିରୋଧରେ ମୁଖର ଅଛନ୍ତି । ସମାନ ନାଗରିକ ସଂହିତା ସେମାନଙ୍କ ଧର୍ମୀୟ ଭାବନାର ଉଲ୍ଲଂଘନ ବୋଲି କହୁଛନ୍ତି । ଦଶକ ଦଶକଧରି ସୁପ୍ରିମ କୋର୍ଟ୍ ମଧ୍ୟ ସରକାରଙ୍କୁ ଏଥିପାଇଁ ସମାଲୋଚନା କରିଛନ୍ତି । ସରକାରଙ୍କ ଭୟକୁ ସୁପ୍ରିମକୋର୍ଟ ତାତ୍ସଲ୍ୟ କରିଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ କହିବା ହେଉଛି ସମାନ ନାଗରିକ ସଂହିତା ଆମ ଲକ୍ଷ୍ୟ । କିନ୍ତୁ ଲକ୍ଷ୍ୟ ହାସଲ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସରକାର କିଛି ମଧ୍ୟ କରିନାହାନ୍ତି । ହିନ୍ଦୁ ପର୍ସନାଲ ଲ’ ର କୋଡିଫିକେସନ୍ ଆସିବାର ତିନି ଦଶକ ପରେ ଶାହାବାନୁ ମାମଲାରେ ସୁପ୍ରିମକୋର୍ଟ୍ ଭାରତୀୟ ପିଙ୍ଗଳ କୋଡର ଧାରା ୧୨୫ ଅନ୍ତର୍ଗତରେ ଛାଡପତ୍ର ପାଇଥିବା ମୁସଲିମ୍ ମହିଳା ଦ୍ୱିତୀୟ ବିବାହ ନକରିବା ପର୍ଯ୍ୟନ୍ତ ସ୍ୱାମୀଙ୍କଠାରୁ ଭରଣ ପୋଷଣ ପାଇବେ ବୋଲି ରାୟ ଦେଇଥିଲେ । କିନ୍ତ ରାଜୀବ ଗାନ୍ଧୀ ସରକାର ମୁସଲିମ୍ ଭୋଟ୍ ହରାଇବା ଭୟରେ ମୁସଲିମ୍ ଓମେନ୍ ପ୍ରୋଟେକ୍ସନ ଆଇନ୍ ୧୯୮୬ ଆଣି ସୁପ୍ରିମକୋର୍ଟଙ୍କ ରାୟକୁ ପଲଟାଇ ଦେଇଥିଲେ. । ଏବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟାନ ପଛରେ କେନ୍ଦ୍ରୀୟ ବିଜେପି ନେତୃତ୍ୱର ସମର୍ଥନ ଅଛି ଓ ଆଗକୁ ସମାନ ନାଗରିକ ସଂହିତା ଆସିପାରେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଛି ।

1998 loksabha elections୧୯୯୮ର ଲୋକସଭା ନିର୍ବାଚନarticle 370atal bihari bajpayeehijab controversyhindu code billkarnataka hijab controversymuslim personal lawRam mandiruniform civil codeuttarakhand cm pushkar singh dhamiଅଟଳ ବିହାରି ବାଜପାୟୀଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀକର୍ଣ୍ଣାଟକରେ ହିଜବ ବିବାଦଧାରା ୩୭୦ଧାରା ୩୭୦ ଉଛେଦମୁସଲିମ୍ ପର୍ସନାଲ ଲରାମ ମନ୍ଦିରସମାନ ନାଗରିକ ସଂହିତାହିନ୍ଦୁ କୋଡ୍ ବିଲ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami