ଜେନରାଲ ରାୱତ, ଜଣେ ସୈନିକ ଯାହାଙ୍କ ଧମନୀରେ ବହୁଥିଲା ଯୋଦ୍ଧା ରକ୍ତ

ଭାରତୀୟ ସେନାର ପ୍ରଥମ ସିଡିଏସ ବିପିନ ରାୱତଙ୍କର ହେଲିକପ୍ଟର କ୍ରାସରେ ନିଧନ ହୋଇଛି । ତାମିଲନାଡୁର ନୀଳଗିରି ପର୍ବତମାଳାରେ ଜଣେ ଯୋଦ୍ଧାଙ୍କ ଜୀବନର ଅନ୍ତ ଘଟିଛି । ଏହି ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସମେତ ଅନ୍ୟ ୧୩ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ।

ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକଠାରୁ ଡୋକଲାମରେ ଚୀନକୁ ଚ୍ୟାଲେଂଜ ପଛରେ ଥିଲା ରାୱତଙ୍କ ରଣନୀତି । ରାୱତ ଥିଲେ ଏମିତି ଜଣେ ସୈନିକ ଯାହାଙ୍କ ଡିଏନଏରେ ଥିଲା ଭାରତୀୟ ସେନାତାଙ୍କ ପରିବାରର ରହିଛି ସେନା ସହିତ ପୁରୁଣା ସମ୍ପର୍କ । ରାୱତଙ୍କ ଜନ୍ମ ଉତ୍ତରାଖଣ୍ଡର ଏକ ସୈନିକ ପରିବାରରେ ମାର୍ଚ୍ଚ ୧୬, ୧୯୫୮ରେ ହୋଇଥିଲା ।

ପରିବାରର ସେନା ଇତିହାସ

ବିପିନ ରାୱତଙ୍କ ପରିବାରର ସେନା ସହିତ ସମ୍ପର୍କ ଢେର ପୁରୁଣା । ଅନେକ ପିଢି ଧରି ସେମାନେ ଭାରତୀୟ ସେନାରେ ସାମିଲ ହୋଇ ଆସୁଛନ୍ତି । ରାୱତଙ୍କ ପିତା ଲକ୍ଷ୍ମଣ ସିଂହ ଲେଫ୍ଟନାଣ୍ଟ୍ ଜେନରାଲ ପଦରୁ ଅବସର ନେଇଥିଲେଅନ୍ୟପକ୍ଷରେ ତାଙ୍କ ମା’ ଉତ୍ତରପ୍ରଦେଶ ଉତ୍ତର କାଶୀରୁ ଆସନ୍ତି ଜେନରାଲ ରାୱତଙ୍କର ଦୁଇ ଝିଅ ଅଛନ୍ତି । ଜଣଙ୍କର ନାମ କୃତିକା ହୋଇଥିବା ବେଳେ ଅନ୍ୟଜଣକର ନାମ ବାବଦରେ କୌଣସି ତଥ୍ୟ ନାହିଁ ।

ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତ ଆର୍ମି ୱାଇପ୍ ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ ଥିଲେ । ଏହି ସଂଗଠନ ଭାରତର ସବୁଠାରୁ ବଡ଼ ସ୍ୱେଛାସେବି ମଧ୍ୟରୁ ଗୋଟିଏ । ଏହି ସଂଗଠନ ସେନା ଯବାନଙ୍କ ପତ୍ନୀଙ୍କୁ ନେଇ କାମ କରିଥାଏ । ଏହା ସୈନିକଙ୍କ ପରିବାର ସୁବିଧା ଅସୁବିଧାରେ ଛିଡା ହୋଇଥାଏ ।

ବିପିନ ରାୱତ ଡେରାଡୁନରୁ ଓ ସିମଲାରୁ ପଢା ସାରିବ ପରେ ଏନଡିଏ ଓ ଆଇଏମଏ ଡେରାଡୁନରୁ ସେନାରେ ସାମିଲ ହୋଇଥିଲେ । ୧୯୭୮ରେ ସେ ସେନାରେ ସାମିଲ ହୋଇଥିଲେ । ସେ ମିରଟ ବିଶ୍ୱବିଦ୍ୟାଳୟରୁ ସାମରିକ- ମଡିଆ ଷ୍ଟ୍ରାଟେଜିକ୍ ଷ୍ଟଡିଜରେ ପିଏଚଡି କରିଥିଲେ ।

୧୭ ଡିସେମ୍ବର ୨୦୧୬ରେ ଜେନରାଲ ଦଲବିର ସିଂହ ସୁହାଙ୍କ ପରେ ସେ ସେନାର ୨୭ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜାନୁଆରି ୨୦୨୦ରେ ସେ ପ୍ରଥମ ଥର ପାଇଁ ସୃଷ୍ଟି ହୋଇଥିବା ସିଡିଏସ ପଦର ଦାୟିତ୍ୱ ଗ୍ରହଣ କରିଥିଲେ । ସିଡିଏସ ଭାବରେ ସେ ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ସରକାରଙ୍କୁ ରଣନୈତିକ ପରାମର୍ଶ ଦେଉଥିଲେ ।

ପାର୍ବତ୍ୟ ଯୁଦ୍ଧରେ ଜେନରାଲ ରାୱତ ଥିଲେ ପାରଙ୍ଗମ । ବିଶ୍ୱର ଉଚ୍ଚତମ ଯୁଦ୍ଧକ୍ଷେତ୍ରରେ ଥିଲା ତାଙ୍କର ବେଶ ଅଭିଜ୍ଞତା । ତାଙ୍କ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ତାଙ୍କୁ ‘ପରମ ବିଶିଷ୍ଟ ସେବା ମେଡାଲ’ରେ ସମ୍ମାନିତ କରାଯାଇଥିଲା । ଏହା ସହିତ ତାଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ ଆଦି ସମ୍ମାନ ପ୍ରଦାନ କରାଯାଇଥିଲା.

Army Medalarmy wife welfare associationbipin rawatbipin rawat and his wife and 13 officers diedbipin rawat army lifebipin rawat family historybipin rawat father laxman singhbipin rawat lifestorybipin rawat wife madhulika rawat was chairman of army welfare associationchallenges china in doklamchief defense staff bipin rawatDistinguished Service MedalExcellent War Service Medalhelicopter crashIAF chopper crashindian army first cds bipin rawatrawat was born in uttarakhandsurgical strike in pakistanWar Service Medalଅତି ବିଶିଷ୍ଟ ସେବା ମେଡାଲଆର୍ମି ୱାଇପ୍ ୱେଲଫେୟାର ଆସୋସିଏସନଉତ୍ତମ ଯୁଦ୍ଧ ସେବା ମେଡାଲଡୋକଲାମରେ ଚୀନକୁ ଚ୍ୟାଲେଂଜପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତ ଆର୍ମି ୱାଇପ୍ ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷବିଶିଷ୍ଟ ସେବା ମେଡାଲଭାରତୀୟ ସେନାର ପ୍ରଥମ ସିଡିଏସ ବିପିନ ରାୱତଯୁଦ୍ଧ ସେବା ମେଡାଲରାୱତଙ୍କ ଜନ୍ମ ଉତ୍ତରାଖଣ୍ଡରରାୱତଙ୍କ ପତ୍ନୀଙ୍କ ସମେତ ଅନ୍ୟ ୧୩ ଜଣରାୱତଙ୍କ ପିତା ଲକ୍ଷ୍ମଣ ସିଂହ ଲେଫ୍ଟନାଣ୍ଟ୍ ଜେନରାଲସେନା ମେଡାଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami