‘ଏକ ଶିଶୁ‘ ନୀତି ଆପଣାଇଲେ ଭାରତ ପାଇଁ କ’ଣ ରହିବ ସାଇଡ୍ ଇଫେକ୍ଟ ?

ଉତ୍ତର ପ୍ରଦେଶ ରାଜ୍ୟ ଆଇନ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଚିଠା ଉପରେ ଲୋକଙ୍କ ମତାମତ ମାଗିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂଆ ଜନସଂଖ୍ୟା ନୀତିର ଘୋଷଣା ହୋଇଛି । ଏହି ନୀତି ଅନୁସାରେ ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ସହିତ ସ୍ଥାନୀୟ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲାଗୁ ପାଇଁ କୁହାଯାଇଛି । ଏହା ସହିତ ଏଥିରେ ଗୋଟିଏ ପରିବାର ଗୋଟିଏ ଶିଶୁ ଉପରେ ଜୋର ଦିଆଯାଇଛି । ତେବେ ଏହି ଏକ ଶିଶୁ ନୀତିକୁ ନେଇ ଚାରିପଟୁ ବିରୋଧ ଆରମ୍ଭ ହୋଇଛି । ବାକି ବିରୋଧୀଙ୍କୁ ଛାଡନ୍ତୁ ଖୋଦ ସଂଘ ପରିବାରର ସବୁଠାରୁ ମୁଖର ସଦସ୍ୟ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଏହି ନୀତି ବିରୋଧରେ ମୋର୍ଚ୍ଚା ଖୋଲି ସାରିଲାଣି ।

1) ନୀତିକୁ ବିରୋଧ

ଗୋଟିଏ ଶିଶୁ ନୀତିକୁ ଅନେକ ରାଜନୈତିକ ଦଳ ବିରୋଧ କରୁଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ ଜନସଂଖ୍ୟା ନିୟନ୍ତ୍ରଣ ଆଇନରୁ ଏହାକୁ ବାଦ ଦେବା ପାଇଁ ଦାବି କରିଛି । ବିଶ୍ୱ ହିନ୍ଦୁ ପରିଷଦ ଦୁଇ ଶିଶୁ ନୀତି ସପକ୍ଷରେ ମୁହଁ ଖୋଲିଛି । ପରିଷଦର କହିବା ହେଉଛି ସମାଜର ବିଭିନ୍ନ ବର୍ଗର ଜନସଂଖ୍ୟାକୁ ନେଇ ଅଲଗା ଅଲଗା ଧାରଣା ରହିଛି । ଏମିତିରେ ଏକ ଶିଶୁ ନୀତି ଦ୍ୱାରା ଜନସଂଖ୍ୟାରେ ଅସନ୍ତୁଳନତା ପରିଲକ୍ଷିତ ହେବ । ଯେମିତି ଗୋଟିଏ ସମ୍ପ୍ରଦାୟର ପିଲାଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇବ । ଅନ୍ୟପକ୍ଷରେ କୌଣସି ସମ୍ପ୍ରଦାୟର ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇବ

2) ଏକ ଶିଶୁ ନୀତିର ଅଲଗା ନକରାତ୍ମକ ପ୍ରଭାବ ରହିବ

ଏକ ଶିଶୁ ନୀତିର ସବୁଠୁ ବଡ କୁପ୍ରଭାବ ହେଉଛି ଏହା ଦ୍ୱାରା ଆୟକାରୀଙ୍କ ସଂଖ୍ୟା କମିବ । ଅନ୍ୟପକ୍ଷରେ ଜଣକ ଆୟ ଉପରେ ଅନେକ ନିର୍ଭରଶୀଳ ହେବେ । ଗୋଟିଏ ସନ୍ତାନ ଜନ୍ମର ଦୁଇ ପୀଢି ପରେ ହିଁ ପରିବାରର ଜଣେ ଯୁବକଙ୍କ ଉପରେ ନିଜ ମାତାପିତା ଓ ଜେଜେବାପା-ଜେଜେ ମା’ଙ୍କ ଦାୟିତ୍ୱ ପଡିବ

3) ଟୋଟାଲ ଫର୍ଟିଲିଟି ରେଟ୍ ହ୍ରାସ ମଧ୍ୟ ବଡ ବିପଦ

ବର୍ତ୍ତମାନ ଦେଶ ହାରାହାରି ଟିଏଫଆର ୨.୧ । କିନ୍ତୁ ଅନେକ ରାଜ୍ୟରେ ଏହା ଦୃତଗତିରେ ହ୍ରାସ ପାଉଛି । ଏପରିକିକ ଯୁବବର୍ଗ ବିବାହ କରିବାକୁ କିମ୍ବା ସନ୍ତାନ ଜନ୍ମ ପାଇଁ ଅନିଛୁକ ହେଉଛନ୍ତିଆନ୍ଧ୍ରପ୍ରଦେଶରେ ଟୋଟାଲ ଫର୍ଟିଲିଟି ରେଟ୍ ସବୁଠାରୁ କମ ୧.୭ ରହିଛି । ଫଳରେ ଏହି ସବୁ ରାଜ୍ୟ ଗୁଡିକ ଆଗକୁ ଅନେକ କାମ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେବେ

4) ଦେଶରେ ମଧ୍ୟ ଏଭଳି ସ୍ଥିତି ଉତ୍ପନ ହୋଇପାରେ

ବର୍ତ୍ତମାନ ଭାରତରେ ସବୁଠାରୁ ଅଧିକ ଯୁବକ ରହୁଛନ୍ତି । ଜାପାନ, ଚୀନ ଭଳି ଦେଶରେ ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭାରତରେ ସ୍ଥିତି ଓଲଟା ରହିଛି । କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଯଦି ଏକକ ଶିଶୁ ନିୟମକୁ ଲାଗୁ କରାଯାଏ ତେବେ ଭାରତରେ ମଧ୍ୟ ଚୀନ ସ୍ଥିତି ସୃଷ୍ଟି ହୋଇପାରେ । ଚୀନ୍ ନିକଟରେ ଦୁଇ ସନ୍ତାନ ନୀତିକୁ ଫେରିଛି । ଏହାର ଗୋଟିଏ ପରିବାର ଗୋଟିଏ ସନ୍ତାନ ନୀତି ଦେଶ ପାଇଁ ହାନିକାରକ ସାବ୍ୟସ୍ତ ହୋଇଛି । ତେଣୁ ଚୀନ ଏବେ ନିଜ ନାଗରିକଙ୍କୁ ଦୁଇ ସନ୍ତାନ ପାଇଁ ପ୍ରେରିତ କରୁଛି । ଜାପାନ ଭଳି ଦେଶ ନିଜ ଭବିଷ୍ୟତ ପାଇଁ ଯୁବ ଦମ୍ପତ୍ତିଙ୍କୁ ଏକରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଇନସେଣ୍ଟିଭ୍ ପ୍ରଦାନ କରୁଛି । ଚୀନ୍, ଜାପାନ ଓ ଦ.କୋରିଆ ଭଳି ଦେଶରେ ସ୍ଥିତି ସଂଗୀନ । ଜାପାନକୁ ତ’ କାମ ପାଇଁ ବାହାର ଦେଶରୁ ଲୋକଙ୍କ ଆମଦାନୀ କରିବାକୁ ପଡୁଛି ।

5) ଧାର୍ମିକ ଅସନ୍ତୁଳନତା ବଢିବା ଡର

ଭାରତରେ ଯଦି ଜନସଂଖ୍ୟାରେ ଅସନ୍ତୁଳନତା ସୃଷ୍ଟି ହୁଏ ତେବେ ଏହାର ପ୍ରଭାବ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପଡିପାରେ । ବର୍ତ୍ତମାନ ଯାହା ସ୍ଥିତି ଅଛି, ସେଥିରେ ଧର୍ମ ଆଧାରରେ ବିଦ୍ରୋହର ଆଶଙ୍କା ରହିଛି । ଏମିତିରେ ଯଦି କୌଣସି ଗୋଟିଏ ସମ୍ପ୍ରଦାୟର ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବ ତେବେ ଆର ପକ୍ଷ ଅସୁରକ୍ଷା ବାତବରଣ ଭିତରେ ରହିବାକୁ ବାଧ୍ୟ ହେବ । ଯାହାକି ଠିକ୍ ପାକିସ୍ତାନ ସ୍ଥିତି ଭଳି ହେବ । ଯେଉଁଠି ହିନ୍ଦୁ ସବୁବେଳେ ମୁସଲମାନଙ୍କ ସଂଖ୍ୟା କାରଣରୁ ଦବିକରି ଓ ଭୟଭିତ ହୋଇ ରହୁଛନ୍ତି ।

andhra pradesh total fertility rate is lowchina two child policygovernment jobsjapanone child policy in Indiaone family one child policypopulation control billreligious imbalancesouth koreatfr of indiaThe Vishva Hindu Parishadtotal fertility ratetotal fertility rate in indiatwo child policytwo-child normUP’s proposed population policyYogi governmentଆନ୍ଧ୍ରପ୍ରଦେଶରେ ଟୋଟାଲ ଫର୍ଟିଲିଟି ରେଟ୍ଉତ୍ତର ପ୍ରଦେଶ ରାଜ୍ୟଏକ ଶିଶୁ ନୀତିଗୋଟିଏ ପରିବାର ଗୋଟିଏ ସନ୍ତାନ ନୀତିଚୀନ୍ ଦୁଇ ସନ୍ତାନ ନୀତିଜନସଂଖ୍ୟା ନିୟନ୍ତ୍ରଣ ବିଲ୍ଟିଏଫଆର ୨.୧ଦୁଇ ଶିଶୁ ନୀତିଦୁଇରୁ ଅଧିକ ସନ୍ତାନଧାର୍ମିକ ଅସନ୍ତୁଳନତାନୀତି ବିରୋଧବିଶ୍ୱ ହିନ୍ଦୁ ପରିଷଦସରକାରୀ ଚାକିରି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami