ପୋଲିସ ଅଧିକାରୀଙ୍କ ବର୍ଦ୍ଦିରେ ଥିବା ଷ୍ଟାର ଦେଖି କେମିତି ଜାଣିବେ ତାଙ୍କ ରାଙ୍କ୍ କ’ଣ ?

ପୋଲିସ ଚାକିରିକୁ ନେଇ ଭାରତରେ ମିଶ୍ରିତ ମନୋଭାବ ରହିଛି । ପୋଲିସ ୟୁନିଫର୍ମ ସହିତ ବ୍ରିଟିଶ ଅମଳର ଭୟ ଜୋଡି ହୋଇ ରହିବା ସହିତ ଏହା ମଧ୍ୟ ଅନେକ ଯୁବକଯୁବତୀଙ୍କୁ ନିଜ ଆଡକୁ ଆକୃଷ୍ଠ କରିଥାଏ । କାରଣ ପୋଲିସ ସେବା ଦ୍ୱାରା ଜଣେ ସମାଜ ପ୍ରତି ନିଜ କର୍ତ୍ତବ୍ୟ ପୁରଣ କରିଥାନ୍ତି । ଭାରତୀୟ ପୋଲିସ ସିଷ୍ଟମ ବିଶ୍ୱର ସବୁଠାରୁ ବଡ ପୋଲିସ ସିଷ୍ଟମ । ଭାରତର ବିଭିନ୍ନ ପ୍ରଦେଶର ନିଜସ୍ୱ ପୋଲିସ ବିଭାଗ ରହିଛି । ଲକ୍ଷାଧିକ କର୍ମଚାରୀଙ୍କୁ ନେଇ ଭାରତୀୟ ପୋଲିସ ସେବା ଗଠିତ । ସେନା ଭଳି ପୋଲିସ ୟୁନିଫର୍ମର ନିଜସ୍ୱ ମହତ୍ୱ ରହିଛି । ଆସନ୍ତୁ ଜାଣିବା ଜଣେ ପୋଲିସ ଅଧିକାରୀଙ୍କ ୟୁନିଫର୍ମରେ ଲାଗିଥିବା ଷ୍ଟାର ବା ତାରକାରୁ ଆମେ କେମିତି ତାଙ୍କ ରାଙ୍କ୍ କ’ଣ ଜାଣିପାରିବ ।

ଭାରତ ପାଖରେ ସବୁଠାରୁ ବଡ଼଼ ପୋଲିସ ଫୋର୍ସ

ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ନିଜସ୍ୱ ପୋଲିସ ଫୋର୍ସ ରହିଛି । ୟୁପିଏସି ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ଜଣେ ଆଇପିଏସ ହେଇ ପାରିବେ । ସେହିଭଳି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପରିକ୍ଷାରେ ପାସ୍ କରି ଜଣେ ରାଜ୍ୟ ପୋଲିସରେ ଅଧିକାରୀ ହୋଇ ପାରିବେ । ସବୁ ଅଧିକାରୀଙ୍କୁ ସେମାନଙ୍କ ରାଙ୍କ ଅନୁସାରେ ଷ୍ଟାର ମିଳିଥାଏ । ଯାହା ତାଙ୍କ ୟୁନିଫର୍ମରେ ଲାଗିଥାଏ ।

1) କନେଷ୍ଟବଲ

ପୋଲିସ ବିଭାଗରେ କନେଷ୍ଟବଲ ପ୍ରାରମ୍ଭିକ ପଦବି । କୌଣସି କନେଷ୍ଟବଲଙ୍କ ୟୁନିଫର୍ମ ଉପରେ ବ୍ୟାଜ୍ କିମ୍ବା ଷ୍ଟାର ନଥାଏ ।

2) ହେଡ୍ କନେଷ୍ଟବଲ

କନେଷ୍ଟବଲ ପଦବୀର ଉପର ପଦବୀ ହେଉଛି ହେଡ୍ କନେଷ୍ଟବଲ । ହେଡ୍ କନେଷ୍ଟବଲଙ୍କ ୟୁନିଫର୍ମ ଉପରେ କଳା ରଙ୍ଗର ପଟି ଥାଏ, ଯାହା ଉପରେ ହଳଦିଆ ରଙ୍ଗର ଦୁଇଟି ପଟ୍ଟି ଲାଗିଥାଏ । ତେବେ ରାଜ୍ୟ ରାଜ୍ୟରେ ଏହି ୟୁନିଫର୍ମ ବଦଳିଥାଏ । କେତେକ ରାଜ୍ୟରେ ହେଡ କନେଷ୍ଟବଲଙ୍କ ୟୁନିଫର୍ମ ଅଲଗା ହୋଇଥାଏ । କିଛି ରାଜ୍ୟରେ ଲାଲ ରଙ୍ଗର ଚୌଡା ପଟ୍ଟି ଉପରେ ତିନୋଟି କଳା ପଟ୍ଟି ଲାଗିଥାଏ ।

3) ସିନିୟର ପୋଲିସ କନେଷ୍ଟବଲ

କନେଷ୍ଟବଲ ଓ ହେଡ୍ କନେଷ୍ଟବଲ ପଦବୀର ଉପରିସ୍ତ ପଦବୀ ହେଉଛି ସିନିୟର କନେଷ୍ଟବଲ ପଦବୀ । ଏମାନଙ୍କ ବ୍ୟାଜ୍ ସ୍ଥାନରେ କଳା ରଙ୍ଗର ପଟି ରହିଥାଏ । ଯାହା ଉପରେ ହଳଦିଆ ରଙ୍ଗର ପଟ୍ଟି ମଧ୍ୟ ରହିଥାଏ । କିନ୍ତୁ କିଛି ରାଜ୍ୟର ସିନିୟର କନେଷ୍ଟଲଙ୍କ ବ୍ୟାଜ୍ ଉପରେ ଲାଲ ରଙ୍ଗର ପଟ୍ଟି ଲାଗିଥାଏ ।

4) ଆସିଷ୍ଟାଣ୍ଟ୍ ସବ ଇନସପେକ୍ଟର

ଆସିଷ୍ଟାଣ୍ଟ୍ ସବ ଇନସପେକ୍ଟର ଅର୍ଥାତ ASI । ଏହା ସିନିୟର କନେଷ୍ଟବଲ ପଦବୀ ଉପରିସ୍ତ ପଦ । ଏହାଙ୍କ ବର୍ଦ୍ଦି ଉପରେ ଏକ ଲାଲ ଓ ନୀଳ ପଟ୍ଟି ସହିତ ଗୋଟିଏ ଷ୍ଟାର ଥାଏ ।

5) ସବ୍ ଇନସପେକ୍ଟର

ଏଏସଆଇ ପଦବୀ ଉପରେ ଥାଏ ସବ ଇନସପେକ୍ଟର ପଦବୀ । ଏହା ଅଫିସର ରାଙ୍କ ପଦବୀ । ପୋଲିସର ସବ ଇନସପେକ୍ଟର ସେନାର ସୁବେଦାର ପଦବୀ ସହ ସମାନ । ସବ ଇନସପେକ୍ଟର ୟୁନିଫର୍ମ ଉପରେ ଲାଲ ଓ ନୀଳ ରଙ୍ଗର ପଟ୍ଟି ଥାଏ । ଏଥିରେ ଦୁଇଟି ଷ୍ଟାର ଲାଗିଥାଏ ।

6) ଇନସପେକ୍ଟର

ଇନସପେକ୍ଟର କୌଣସି ଥାନାର ଇନଚାର୍ଜ୍ ହୋଇଥାନ୍ତି । ପୁରା ଥାନା ଇନସପେକ୍ଟରଙ୍କ ଆଦେଶରେ ଚାଲିଥାଏ । ଇନସପେକ୍ଟର କୌଣସି ଥାନାର ସର୍ବୋଚ୍ଚ ପଦବୀ ହୋଇଥାଏ । ଇନସପେକ୍ଟରଙ୍କ ବର୍ଦ୍ଦିରେ ଏକ ଲାଲ ଓ ନୀଳ ଷ୍ଟ୍ରିପ୍ ଥାଏ, ଯାହା ଉପରେ ତିନୋଟି ଷ୍ଟାର ରହିଥାଏ ।

7) ଡେପୁଟି ସୁପରିଟେଣ୍ଡଣ୍ଟ ଅଫ୍ ପୋଲିସ- DSP

ଡିଏସପି ପଦବୀରେ ନିଯୁକ୍ତ ଅଧିକାରୀ ରାଜ୍ୟ ସରକାରଙ୍କ ପୋଲିସ ପ୍ରତିନିଧି ହୋଇଥାନ୍ତି । ଏହାଙ୍କ ବର୍ଦ୍ଦି ଉପରେ ଲାଲ ଓ ଖାକି ରଙ୍ଗର ବ୍ୟାଜ୍ ଥାଏ, ଯାହା ଉପରେ କୌଣସି ଷ୍ଟ୍ରିପ୍ ନଥାଏ । ବ୍ୟାଜ୍ ଉପରେ ତିନୋଟି ଷ୍ଟାର ଥାଏ ।

8) ଆସିଷ୍ଟାଣ୍ଟ୍ ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ- ASP

ଡିଏସପିଙ୍କ ଉପରିସ୍ତ ରାଙ୍କ୍ । ଏଏସପିଙ୍କ ଆଡିସନାଲ ଡେପୁଟି କମିଶନର ବୋଲି ମଧ୍ୟ କୁହାଯାଏ । ଏଏସପିଙ୍କ ବର୍ଦ୍ଦି ଉପରେ କେବଳ ଅଶୋକ ସ୍ତମ୍ବ ଲାଗିଥାଏ । ଆଇପିଏସ୍ ପାଇଲା ପରେ ଜଣେ ଅଫିସରଙ୍କ ପ୍ରଥମ ରାଙ୍କ୍ ଏହା ହୋଇଥାଏ । ଏହି ରାଙ୍କ୍ ଆଧାରରେ ଜଣେ ଆଇପିଏସ ଅଧିକାରୀଙ୍କ ଟ୍ରେନିଂ ହୋଇଥାଏ । ଏହି ପଦ ସେନାର କ୍ୟାପ୍ଟେନ୍ ରାଙ୍କ ସମାନ ହୋଇଥାଏ ।

9) ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ

ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ ASP ଉପର ରାଙ୍କ୍ ହୋଇଥାଏ । ଏହି ପଦବୀକୁ ମଧ୍ୟ ଡେପୁଟି କମିଶନର ଅଫ୍ ପୋଲିସ ଓ ଏସପି ଭାବେ ଜଣା ଯାଇଥାଏ । ଏସପିଙ୍କ ୟୁନିଫର୍ମ ଉପରେ ଅଶୋକ ସ୍ତମ୍ବ ଓ ଗୋଟିଏ ଷ୍ଟାର ଥାଏ ।

10) ସିନିୟର ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ- SSP

ଏସପିଙ୍କ ଉପର ପଦସ୍ଥ ଅଧିକାରୀଙ୍କ ସିନିୟର ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ ବୋଲି କୁହାଯାଇଥାଏ । ଏହାଙ୍କୁ ମଧ୍ୟ ବରିଷ୍ଠ ପୋଲିସ ଅଧିକ୍ଷକ ବୋଲି କୁହାଯାଇଥାଏ । ବଡ ସହର ଓ ମେଟ୍ରୋରେ ଏହି ପଦବୀ ରହିଥାଏ । ଏହାଙ୍କ ଅଧିନରେ ପୁରା ଜିଲ୍ଲା ରହିଥାଏ । ଏହାଙ୍କ ୟୁନିଫର୍ମରେ ଅଶୋକ ସ୍ତମ୍ବ ଓ ୨ଟି ଷ୍ଟାର ଥାଏ ।

11) ଡେପୁଟି ଇନସପେକ୍ଟର ଜେନରାଲ ଅଫ୍ ପୋଲିସ-DIG

ଏସଏସପିଙ୍କ ଉପରେ ରୁହନ୍ତି DIG । ଏହାଙ୍କୁ ପୋଲିସ ଉପ ମହାନିର୍ଦ୍ଦେଶକ ବୋଲି କୁହାଯାଏ । ଏହାଙ୍କ ବ୍ୟାଜରେ ଆଇପିଏସ ଲେଖାଯାଇଥାଏ । ଏହାସହିତ ଅଶୋକ ସ୍ତମ୍ବ ଓ ତିନୋଟି ଷ୍ଟାର ରହିଥାଏ ।

12) ଇନସପେକ୍ଟର ଜେନରାଲ ଅଫ୍ ପୋଲିସ- IG

ଡିଆଇଜି ଉପରିସ୍ତ ରାଙ୍କ ହେଉଛି ଆଇଜି ବା ପୋଲିସ ମହାନିର୍ଦ୍ଦେଶକ ପଦବୀ । ଏହାଙ୍କ ୟୁନିଫର୍ମରେ ଏକ ଖଣ୍ଡା ଓ ଷ୍ଟାର ରହିଥାଏ । ବ୍ୟାଜରେ ଆଇପିଏସ ଲେଖା ରହିଥାଏ ।

Additional deputy commisonerashoka stambhASIASPAssistant sub inspectorAssistant superintendent of policeconstabledeputy commisioner of policeDeputy inspector general of policeDeputy superintendent of policeDIGDSPhead constableIGindian policeindian police badgesindian police officerindian police ranksindian police serviceIndian police systeminspectorInspector general of policeIPS officerpolice departmentpolice unifromsenior police constableSenior superintendent of policeSPSSPstate police forcestate police officersub inspectorsub inspector uniformsubedaarsuperintendent of policeUPAC examsଅଶୋକ ସ୍ତମ୍ବଆଇଜିଆଇପିଏସଆଡିସନାଲ ଡେପୁଟି କମିଶନରଆସିଷ୍ଟାଣ୍ଟ୍ ସବ ଇନସପେକ୍ଟରଉପ ମହାନିର୍ଦ୍ଦେଶକଏଏସପିକନେଷ୍ଟବଲଡିଏସପି ପଦବୀଡେପୁଟି କମିଶନର ଅଫ୍ ପୋଲିସ ଓ ଏସପିପୋଲିସ ଚାକିରିପୋଲିସ ଫୋର୍ସପୋଲିସ ବିଭାଗପୋଲିସ ମହାନିର୍ଦ୍ଦେଶକ ପଦବୀପୋଲିସ ୟୁନିଫର୍ମପୋଲିସ ସେବାଭାରତୀୟ ପୋଲିସ ସିଷ୍ଟମୟୁପିଏସି ପରିକ୍ଷାରାଜ୍ୟ ପୋଲିସରେ ଅଧିକାରୀସବ ଇନସପେକ୍ଟର ପଦବୀସବ ଇନସପେକ୍ଟର ୟୁନିଫର୍ମସିନିୟର କନେଷ୍ଟବଲ ପଦବୀସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସସୁବେଦାରହେଡ୍ କନେଷ୍ଟବଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami