ପୋଲିସ ଅଧିକାରୀଙ୍କ ବର୍ଦ୍ଦିରେ ଥିବା ଷ୍ଟାର ଦେଖି କେମିତି ଜାଣିବେ ତାଙ୍କ ରାଙ୍କ୍ କ’ଣ ?

Above Post Content

ପୋଲିସ ଚାକିରିକୁ ନେଇ ଭାରତରେ ମିଶ୍ରିତ ମନୋଭାବ ରହିଛି । ପୋଲିସ ୟୁନିଫର୍ମ ସହିତ ବ୍ରିଟିଶ ଅମଳର ଭୟ ଜୋଡି ହୋଇ ରହିବା ସହିତ ଏହା ମଧ୍ୟ ଅନେକ ଯୁବକଯୁବତୀଙ୍କୁ ନିଜ ଆଡକୁ ଆକୃଷ୍ଠ କରିଥାଏ । କାରଣ ପୋଲିସ ସେବା ଦ୍ୱାରା ଜଣେ ସମାଜ ପ୍ରତି ନିଜ କର୍ତ୍ତବ୍ୟ ପୁରଣ କରିଥାନ୍ତି । ଭାରତୀୟ ପୋଲିସ ସିଷ୍ଟମ ବିଶ୍ୱର ସବୁଠାରୁ ବଡ ପୋଲିସ ସିଷ୍ଟମ । ଭାରତର ବିଭିନ୍ନ ପ୍ରଦେଶର ନିଜସ୍ୱ ପୋଲିସ ବିଭାଗ ରହିଛି । ଲକ୍ଷାଧିକ କର୍ମଚାରୀଙ୍କୁ ନେଇ ଭାରତୀୟ ପୋଲିସ ସେବା ଗଠିତ । ସେନା ଭଳି ପୋଲିସ ୟୁନିଫର୍ମର ନିଜସ୍ୱ ମହତ୍ୱ ରହିଛି । ଆସନ୍ତୁ ଜାଣିବା ଜଣେ ପୋଲିସ ଅଧିକାରୀଙ୍କ ୟୁନିଫର୍ମରେ ଲାଗିଥିବା ଷ୍ଟାର ବା ତାରକାରୁ ଆମେ କେମିତି ତାଙ୍କ ରାଙ୍କ୍ କ’ଣ ଜାଣିପାରିବ ।

ଭାରତ ପାଖରେ ସବୁଠାରୁ ବଡ଼଼ ପୋଲିସ ଫୋର୍ସ

After 2nd paragraph post ads

ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ନିଜସ୍ୱ ପୋଲିସ ଫୋର୍ସ ରହିଛି । ୟୁପିଏସି ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ଜଣେ ଆଇପିଏସ ହେଇ ପାରିବେ । ସେହିଭଳି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପରିକ୍ଷାରେ ପାସ୍ କରି ଜଣେ ରାଜ୍ୟ ପୋଲିସରେ ଅଧିକାରୀ ହୋଇ ପାରିବେ । ସବୁ ଅଧିକାରୀଙ୍କୁ ସେମାନଙ୍କ ରାଙ୍କ ଅନୁସାରେ ଷ୍ଟାର ମିଳିଥାଏ । ଯାହା ତାଙ୍କ ୟୁନିଫର୍ମରେ ଲାଗିଥାଏ ।

1) କନେଷ୍ଟବଲ

ପୋଲିସ ବିଭାଗରେ କନେଷ୍ଟବଲ ପ୍ରାରମ୍ଭିକ ପଦବି । କୌଣସି କନେଷ୍ଟବଲଙ୍କ ୟୁନିଫର୍ମ ଉପରେ ବ୍ୟାଜ୍ କିମ୍ବା ଷ୍ଟାର ନଥାଏ ।

2) ହେଡ୍ କନେଷ୍ଟବଲ

କନେଷ୍ଟବଲ ପଦବୀର ଉପର ପଦବୀ ହେଉଛି ହେଡ୍ କନେଷ୍ଟବଲ । ହେଡ୍ କନେଷ୍ଟବଲଙ୍କ ୟୁନିଫର୍ମ ଉପରେ କଳା ରଙ୍ଗର ପଟି ଥାଏ, ଯାହା ଉପରେ ହଳଦିଆ ରଙ୍ଗର ଦୁଇଟି ପଟ୍ଟି ଲାଗିଥାଏ । ତେବେ ରାଜ୍ୟ ରାଜ୍ୟରେ ଏହି ୟୁନିଫର୍ମ ବଦଳିଥାଏ । କେତେକ ରାଜ୍ୟରେ ହେଡ କନେଷ୍ଟବଲଙ୍କ ୟୁନିଫର୍ମ ଅଲଗା ହୋଇଥାଏ । କିଛି ରାଜ୍ୟରେ ଲାଲ ରଙ୍ଗର ଚୌଡା ପଟ୍ଟି ଉପରେ ତିନୋଟି କଳା ପଟ୍ଟି ଲାଗିଥାଏ ।

3) ସିନିୟର ପୋଲିସ କନେଷ୍ଟବଲ

କନେଷ୍ଟବଲ ଓ ହେଡ୍ କନେଷ୍ଟବଲ ପଦବୀର ଉପରିସ୍ତ ପଦବୀ ହେଉଛି ସିନିୟର କନେଷ୍ଟବଲ ପଦବୀ । ଏମାନଙ୍କ ବ୍ୟାଜ୍ ସ୍ଥାନରେ କଳା ରଙ୍ଗର ପଟି ରହିଥାଏ । ଯାହା ଉପରେ ହଳଦିଆ ରଙ୍ଗର ପଟ୍ଟି ମଧ୍ୟ ରହିଥାଏ । କିନ୍ତୁ କିଛି ରାଜ୍ୟର ସିନିୟର କନେଷ୍ଟଲଙ୍କ ବ୍ୟାଜ୍ ଉପରେ ଲାଲ ରଙ୍ଗର ପଟ୍ଟି ଲାଗିଥାଏ ।

4) ଆସିଷ୍ଟାଣ୍ଟ୍ ସବ ଇନସପେକ୍ଟର

ଆସିଷ୍ଟାଣ୍ଟ୍ ସବ ଇନସପେକ୍ଟର ଅର୍ଥାତ ASI । ଏହା ସିନିୟର କନେଷ୍ଟବଲ ପଦବୀ ଉପରିସ୍ତ ପଦ । ଏହାଙ୍କ ବର୍ଦ୍ଦି ଉପରେ ଏକ ଲାଲ ଓ ନୀଳ ପଟ୍ଟି ସହିତ ଗୋଟିଏ ଷ୍ଟାର ଥାଏ ।

5) ସବ୍ ଇନସପେକ୍ଟର

ଏଏସଆଇ ପଦବୀ ଉପରେ ଥାଏ ସବ ଇନସପେକ୍ଟର ପଦବୀ । ଏହା ଅଫିସର ରାଙ୍କ ପଦବୀ । ପୋଲିସର ସବ ଇନସପେକ୍ଟର ସେନାର ସୁବେଦାର ପଦବୀ ସହ ସମାନ । ସବ ଇନସପେକ୍ଟର ୟୁନିଫର୍ମ ଉପରେ ଲାଲ ଓ ନୀଳ ରଙ୍ଗର ପଟ୍ଟି ଥାଏ । ଏଥିରେ ଦୁଇଟି ଷ୍ଟାର ଲାଗିଥାଏ ।

Middle post content

6) ଇନସପେକ୍ଟର

ଇନସପେକ୍ଟର କୌଣସି ଥାନାର ଇନଚାର୍ଜ୍ ହୋଇଥାନ୍ତି । ପୁରା ଥାନା ଇନସପେକ୍ଟରଙ୍କ ଆଦେଶରେ ଚାଲିଥାଏ । ଇନସପେକ୍ଟର କୌଣସି ଥାନାର ସର୍ବୋଚ୍ଚ ପଦବୀ ହୋଇଥାଏ । ଇନସପେକ୍ଟରଙ୍କ ବର୍ଦ୍ଦିରେ ଏକ ଲାଲ ଓ ନୀଳ ଷ୍ଟ୍ରିପ୍ ଥାଏ, ଯାହା ଉପରେ ତିନୋଟି ଷ୍ଟାର ରହିଥାଏ ।

7) ଡେପୁଟି ସୁପରିଟେଣ୍ଡଣ୍ଟ ଅଫ୍ ପୋଲିସ- DSP

ଡିଏସପି ପଦବୀରେ ନିଯୁକ୍ତ ଅଧିକାରୀ ରାଜ୍ୟ ସରକାରଙ୍କ ପୋଲିସ ପ୍ରତିନିଧି ହୋଇଥାନ୍ତି । ଏହାଙ୍କ ବର୍ଦ୍ଦି ଉପରେ ଲାଲ ଓ ଖାକି ରଙ୍ଗର ବ୍ୟାଜ୍ ଥାଏ, ଯାହା ଉପରେ କୌଣସି ଷ୍ଟ୍ରିପ୍ ନଥାଏ । ବ୍ୟାଜ୍ ଉପରେ ତିନୋଟି ଷ୍ଟାର ଥାଏ ।

8) ଆସିଷ୍ଟାଣ୍ଟ୍ ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ- ASP

ଡିଏସପିଙ୍କ ଉପରିସ୍ତ ରାଙ୍କ୍ । ଏଏସପିଙ୍କ ଆଡିସନାଲ ଡେପୁଟି କମିଶନର ବୋଲି ମଧ୍ୟ କୁହାଯାଏ । ଏଏସପିଙ୍କ ବର୍ଦ୍ଦି ଉପରେ କେବଳ ଅଶୋକ ସ୍ତମ୍ବ ଲାଗିଥାଏ । ଆଇପିଏସ୍ ପାଇଲା ପରେ ଜଣେ ଅଫିସରଙ୍କ ପ୍ରଥମ ରାଙ୍କ୍ ଏହା ହୋଇଥାଏ । ଏହି ରାଙ୍କ୍ ଆଧାରରେ ଜଣେ ଆଇପିଏସ ଅଧିକାରୀଙ୍କ ଟ୍ରେନିଂ ହୋଇଥାଏ । ଏହି ପଦ ସେନାର କ୍ୟାପ୍ଟେନ୍ ରାଙ୍କ ସମାନ ହୋଇଥାଏ ।

9) ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ

ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ ASP ଉପର ରାଙ୍କ୍ ହୋଇଥାଏ । ଏହି ପଦବୀକୁ ମଧ୍ୟ ଡେପୁଟି କମିଶନର ଅଫ୍ ପୋଲିସ ଓ ଏସପି ଭାବେ ଜଣା ଯାଇଥାଏ । ଏସପିଙ୍କ ୟୁନିଫର୍ମ ଉପରେ ଅଶୋକ ସ୍ତମ୍ବ ଓ ଗୋଟିଏ ଷ୍ଟାର ଥାଏ ।

10) ସିନିୟର ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ- SSP

ଏସପିଙ୍କ ଉପର ପଦସ୍ଥ ଅଧିକାରୀଙ୍କ ସିନିୟର ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ ବୋଲି କୁହାଯାଇଥାଏ । ଏହାଙ୍କୁ ମଧ୍ୟ ବରିଷ୍ଠ ପୋଲିସ ଅଧିକ୍ଷକ ବୋଲି କୁହାଯାଇଥାଏ । ବଡ ସହର ଓ ମେଟ୍ରୋରେ ଏହି ପଦବୀ ରହିଥାଏ । ଏହାଙ୍କ ଅଧିନରେ ପୁରା ଜିଲ୍ଲା ରହିଥାଏ । ଏହାଙ୍କ ୟୁନିଫର୍ମରେ ଅଶୋକ ସ୍ତମ୍ବ ଓ ୨ଟି ଷ୍ଟାର ଥାଏ ।

11) ଡେପୁଟି ଇନସପେକ୍ଟର ଜେନରାଲ ଅଫ୍ ପୋଲିସ-DIG

ଏସଏସପିଙ୍କ ଉପରେ ରୁହନ୍ତି DIG । ଏହାଙ୍କୁ ପୋଲିସ ଉପ ମହାନିର୍ଦ୍ଦେଶକ ବୋଲି କୁହାଯାଏ । ଏହାଙ୍କ ବ୍ୟାଜରେ ଆଇପିଏସ ଲେଖାଯାଇଥାଏ । ଏହାସହିତ ଅଶୋକ ସ୍ତମ୍ବ ଓ ତିନୋଟି ଷ୍ଟାର ରହିଥାଏ ।

12) ଇନସପେକ୍ଟର ଜେନରାଲ ଅଫ୍ ପୋଲିସ- IG

ଡିଆଇଜି ଉପରିସ୍ତ ରାଙ୍କ ହେଉଛି ଆଇଜି ବା ପୋଲିସ ମହାନିର୍ଦ୍ଦେଶକ ପଦବୀ । ଏହାଙ୍କ ୟୁନିଫର୍ମରେ ଏକ ଖଣ୍ଡା ଓ ଷ୍ଟାର ରହିଥାଏ । ବ୍ୟାଜରେ ଆଇପିଏସ ଲେଖା ରହିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami