ଅଧାରୁ ପାଠ ଛାଡିଥିବା ପିକେଙ୍କ ଜୀବନ କେମିତି ବଦଳିଥିଲା ?

ସୋମବାର ସକାଳ ୯’ରେ ପ୍ରଶାନ୍ତ କିଶୋର ଦୁଇ ଲାଇନର ଗୋଟିଏ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟରେ ସେ ଗୋଟିଏ ରାଜନୈତିକ ଦଳର ନାମ ଉଲ୍ଲେଖ କରିଥିଲେ । ଦଳର ନାମ ଥିଲା ଜନ ସୁରାଜ ପାର୍ଟିଜନ ସୁରାଜ ପାର୍ଟି ବା ଜେଏସପି ହେଉଛି ପ୍ରଶାନ୍ତଙ୍କ ନୂଆ ଦଳ, ଯାହାକୁ ସେ ନିଜ ପାଇଁ ଗଢିଛନ୍ତି । ୨୦୧୪ରେ ବିଜେପି ବିଜୟର ବିନ୍ଧାଣୀ, ନୀତିଶ-ଲାଲୁଙ୍କୁ ଏକାଠି କରିଥିବା ଓ କଂଗ୍ରେସର ଅଫର ପ୍ରତ୍ୟାଖାନ କରିଥିବା ପ୍ରଶାନ୍ତ ନିଜ ରାଜନୈତିକ ଦଳ ଗଠନ କରିବା ସହିତ ଗୋଟିଏ କଥା କହିଦେଇଛନ୍ତି, ଆଉ ତା’ ହେଉଛି ସେ ଅନ୍ୟମାନଙ୍କ ପାଇଁ ରଣନୀତି ତିଆରି କରିବା ଅପେକ୍ଷା ନିଜ ପାଇଁ ଏବେ କାମ କରିବେ

ଟ୍ୱିଟରରେ ନିଜ ବାୟୋର ପ୍ରଶାନ୍ତ ନିଜକୁ ଗାନ୍ଧୀବାଦୀ,ପରମ୍ପରା ବିରୋଧୀ, ସମତାବାଦୀ, ମାନବବାଦୀ ଓ ଜନତାଙ୍କ ଆକାଂକ୍ଷା ଉପରେ ବିଶ୍ୱାସ କରୁଥିବା ବ୍ୟାକ୍ତି ଭାବେ ବର୍ଣ୍ଣନା କରନ୍ତି ।

ଟ୍ୱିଟରରେ ପ୍ରଶାନ୍ତ କେବଳ ୮୫ ଜଣଙ୍କୁ ଫଲୋ କରନ୍ତି । ଏହି ୮୫ ଜଣଙ୍କ ମଧ୍ୟରେ ନା ମୋଦି ଅଛନ୍ତି ନା ଶାହା । ଅଧିକ ସାମ୍ବାଦିକଙ୍କୁ ଫଲୋ କରୁଥିବା ପ୍ରଶାନ୍ତ ମାତ୍ର ତିନି ଜଣ ଆଂଚଳିକ ନେତାଙ୍କୁ ଫଲୋ କରନ୍ତି । ସେହି ତିନି ଜଣ ହେଉଛନ୍ତି ଷ୍ଟାଲିନ୍, କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ଅସାଉଦ୍ଦିନ ୱେୱେସି ।

ବିହାରରୁ ଆରମ୍ଭ ହେବ ଯୁଦ୍ଧ

ପିକେଙ୍କ ଦଳ ତା’ର ପ୍ରଥମ ନିର୍ବାଚନ ବିହାରେ ଲଢିବ । ଲାଗୁଛି ନୀତିଶଙ୍କ ଉପରେ ପ୍ରତିଶୋଧ ନେବାକୁ ପିକେ ଯୋଜନା କରିଛନ୍ତି । କାରଣ ୨୦୧୯ରେ ନୀତିଶ ପିକେଙ୍କୁ ତାଙ୍କ ଦଳରୁ ବାହାର କରିଦେଇଥିଲେ । ତେବେ କଥା ହେଉଛି ବିହାରର ଜାତୀୟ ସମୀକରଣକୁ ଭେଦ କରିବା ଏତେ ସହଜ ନୁହେଁ । ଆଉ ବିହାର ମଧ୍ୟ ସେହି ରାଜ୍ୟ ଯେଉଁଠି ସ୍ୱାଧିନତା ପରଠାରୁ ଅନେକ ରାଜନୈତିକ ଦଳ ଜନ୍ମ ନେଇ ସମାଧିସ୍ଥ ହୋଇଛନ୍ତି ।

ହାଇଦ୍ରାବାଦ କାହିଁକି ଖାସ ?

ପିକେ ନାମରେ ପ୍ରସିଦ୍ଧ ପ୍ରଶାନ୍ତଙ୍କ ଜୀବନରେ ହାଇଦ୍ରାବାଦର ଗୁରୁତ୍ୱ ଢେର ଅଧିକ । ଏହି ସହରରେ ରହିଛି ତାଙ୍କ କମ୍ପାନୀ ଆଇପ୍ୟାକର ମୁଖ୍ୟାଳୟ । ଏହା ସହିତ ଏହି ସହରରେ ହିଁ ସେ ଭେଟିଥିଲେ ଜଣେ ଡାକ୍ତରଙ୍କୁ ଯିଏ ପରବର୍ତ୍ତି କାଳରେ ତାଙ୍କ ପତ୍ନୀ ହୋଇଥିଲେ । କେବେ ଇଂଜିନିୟରିଂ କରିନଥିବା ପ୍ରଶାନ୍ତଙ୍କ ଟିମରେ ଅଛନ୍ତି ଦେଶର ପ୍ରସିଦ୍ଧ ଆଇଆଇଟିର ବିଦ୍ୟାର୍ଥୀ । ପିକେଙ୍କ କମ୍ପାନୀ ଦେଶର ବଡ଼ବଡ଼ ଇଂଜିନିୟରିଂ କଲେଜରେ ପ୍ଲେସମେଣ୍ଟ କ୍ୟାମ୍ପ ଲଗାଇଥାନ୍ତିପିକେ ଦେଶର ପ୍ରଶିଦ୍ଧ ରାଜନୈତିକ ରଣନୀତିକାର ବନିବାର କାହାଣୀ ବେଶ ରୋଚକ । ୧୯୭୬ କିମ୍ବା ୭୭ରେ ଜନ୍ମିତ ପିକେ ଏକ ସାସାରାମର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ବିହାର ସରକାରରେ ଡାକ୍ତର ଥିଲେ.

ଇଣ୍ଟର ପରେ ପଢାରେ ଲାଗିଥିଲା ବ୍ରେକ୍

ପିକେଙ୍କ ପାଠପଢା ବିହାରର ବକ୍ସରରୁ ଆରମ୍ଭ ହୋଇଥିଲା । ଗଣିତରେ ଧୁରନ୍ଧର ଥିଲେ । ବାପା ଚାହୁଁଥିଲେ ସେ ଡାକ୍ତର କିମ୍ବା ଇଂଜିନିୟର ହୁଅନ୍ତୁ । କିନ୍ତୁ ପିକେଙ୍କର ଏହି ଦୁଇ ପେଶାରେ ଟିକେ ମଧ୍ୟ ଇଛା ନଥିଲାପ୍ରଥମେ ସେ ଦିଲ୍ଲୀର ହିନ୍ଦୁ କଲେଜରେ ନାମ ଲେଖାଇଥିଲେ । କିନ୍ତୁ ସେଠାରୁ ଘରକୁ ଚାଲି ଆସିଥିଲେ । ପ୍ରାୟ ଦୁଇ ବର୍ଷ ତାଙ୍କ ପଢା ବନ୍ଦ ରହିଥିଲେ । ଦୁଇ ବର୍ଷ ପରେ ସେ ପୁଣି ପଢା ଆରମ୍ଭ କରିଥିଲେ । କିନ୍ତୁ ଗ୍ରାଜୁଏସନ ସମୟରେ ଆହୁରି ବର୍ଷେ ବ୍ରେକ୍ ନେଇଥିଲେ ଅର୍ଥାତ ଇଣ୍ଟର ଓ ପିଜି ମଧ୍ୟରେ ସେ ମୋଟ ୩ ବର୍ଷ ପାଠରୁ ଦୁରରେ ଥିଲେ ।

ଜାତିସଂଘର ବଡ଼ ଚାକିରି ଛାଡିଛନ୍ତି

୫ ଫୁଟ ୯ ଇଂଚର ପିକେଙ୍କୁ ଗ୍ରାଜୁଏସନ ପରେ ପରେ ଜାତିସଂଘର ପବ୍ଲିକ ହେଲ୍ଥରେ ଭଲ ଚାକିରି ମଧ୍ୟ ମିଳିଥିଲା । ପ୍ରଥମ ପୋଷ୍ଟିଂ ହାଇଦ୍ରାବାଦରେ ଥିଲା । ସେଠାରେ ସେ ମନଲଗାଇ କାମ କରିଥିଲେ । ଏହି ସମୟରେ ତାଙ୍କ ଦକ୍ଷତା ଅନେକଙ୍କୁ ପ୍ରଭାବିତ କରିଥିଲା । ଏହି ସମୟରେ ତାଙ୍କର ସାକ୍ଷାତ ଡାକ୍ତର ଜାହ୍ନବୀଙ୍କ ସହିତ ହୋଇଥିଲା । ଯାହାଙ୍କୁ ସେ ପରବର୍ତ୍ତି କାଳରେ ବିବାହ କରିଥିଲେ.

ସେହି ସର୍ଭେ ଯାହା ମୋଦିଙ୍କ ସହିତ ମିଶାଇଥିଲା

ଏହା ପରେ ସେ ଜେନେଭା ଯାଇଥିଲେ । ଜାତିସଂଘରେ ତାଙ୍କ ନାମ ପରିଚିତ ହେବାରେ ଲାଗିଥିଲାଥ । ଏହି ସମୟରେ ସେ ଗୋଟିଏ ସର୍ଭେ କରିଥିଲେ । ୪ ଟି ରାଜ୍ୟରେ କୁପୋଷଣ ସମସ୍ୟାକୁ ନେଇ ଏହି ସର୍ଭେ ହୋଇଥିଲା । ଏହି ଚାରି ରାଜ୍ୟ ଭିତରୁ ଗୋଟିଏ ଥିଲା ଗୁଜୁରାଟ । ସେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦିରିପୋର୍ଟରେ ଗୁଜୁରାଟର ସ୍ଥାନ ସଭା ତଳେ ଥିଲା । ଦିନେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଏନେଇ ଫୋନ୍ ଆସେପ୍ରଶ୍ନ ଥିଲା ଗୁଜୁରାଟ କାହିଁକି ତଳେ ? ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ପାଇଁ ତାଙ୍କୁ ଗାନ୍ଧିନଗରରୁ ଡାକରା ଆସେ ।

ଚାକିରି ଛାଡିବା ନିଷ୍ପତ୍ତି ସହଜ ନଥିଲା

ମୋଦିଙ୍କ ସହିତ ତାଙ୍କ ସାକ୍ଷାତ ହୋଇଥିଲାମୋଦି ତାଙ୍କଠାରେ କିଛି ଦେଖିଥିଲେ । ପିକେଙ୍କୁ ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଅଫିସରେ କାମ କରିବାକୁ ଅଫର ଦେଇଥିଲେ । ପରିବାରର ବିରୋଧ ସତ୍ୱେ ପିକେ ଅଫର ଗ୍ରହଣ କରିଥିଲେ । ଏହା ପରେ ସେ ଧିରେ ଧିରେ ଟିମ୍ ମୋଦିଙ୍କ ନିକଟତର ହୋଇଥିଲେ । ୨୦୧୧ରେ ସେ ମୋଦିଙ୍କ ନିର୍ବାଚନ ପ୍ରଚାର ସହିତ ଯୋଡି ହୋଇଥିଲେଭାଷଣ ଲେଖିବାଠାରୁ ଆନାଲିଟିକ୍ସ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ୨୦୧୨ ନିର୍ବାଚନରେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ ଥିଲା । ତେଣୁ ସେ ଟିମ୍ ମୋଦିର ଅଭିନ୍ନ ଅଙ୍ଗ ହୋଇ ଯାଇଥିଲେ ।

ସୋସିଆଲ ମିଡିଆ ଓ ପିକେ

୨୦୧୪ ସାଧାରଣ ନିର୍ବାଚନରେ ସେ ସୋସିଆଲ ମିଡିଆକୁ ମୁଖ୍ୟ ଅସ୍ତ୍ର କରିଥିଲେକଂଗ୍ରେସ ଭଳି ଦଳ ଓ ଏପରିକି ବିଜେପିରେ ମଧ୍ୟ ସୋସିଆଲ ମିଡିଆକୁ ଅସ୍ତ୍ର କରାଯିବାକୁ ଅନେକ ହସରେ ଉଡାଇ ଦେଇଥିଲେକିନ୍ତୁ ୨୦୧୪ ନିର୍ବାଚନରେ ବିଜେପିର ବିଜୟ ପିକେଙ୍କ ବିଶ୍ୱାସ ଉପରେ ମୋହର ମାରିବା ସହିତ ତାଙ୍କୁ କରିଥିଲା ବ୍ରାଣ୍ଡ୍

କିନ୍ତୁ ଗୋଟିଏ ସମୟ ପରେ ଟିମ୍ ମୋଦି ଓ ପିକେ ଅଲଗା ରାସ୍ତାର ପଥିକ ହୋଇଥିଲେ । ମୋଦିଙ୍କ ଛାୟାତଳୁ ବାହାରି ସେ ମୋଦି ବିରୋଧୀଙ୍କ ପାଇଁ ପ୍ଲାନ୍ ବନାଇବା ଆରମ୍ଭ କରିଥିଲେ । ୨୦୧୫ ବିହାର ନିର୍ବାଚନରେ ତାଙ୍କ ରଣନୀତି ପାଇଁ ଲାଲୁଙ୍କ ଦଳ ଓ ନୀତିଶଙ୍କ ଦଳ ମଧ୍ୟରେ ମେଣ୍ଟ ହୋଇ ପାରିଥିଲା । ବିଜେପିକୁ ବିହାରରେ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ସେ ମଧ୍ୟ ମମତାଙ୍କୁ ବିଜେପିର ଭିଷଣ ଆକ୍ରମଣରୁ ୨୦୨୧ରେ ବଂଚାଇଥିଲେ । ଏବେ ନିଜ ରାଜନୈତିକ ଦଳ ଗଢିଥିବା ପିକେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଅନ୍ୟମାନଙ୍କ ପାଇଁ ରଣନୀତି ବନାଇ ସଫଳ ହୋଇଥିବା ପିକେ ନିଜ ଦଳକୁ ସଫଳ କରି ପାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଯଦି ପିକେ ବିଫଳ ହୁଅନ୍ତି ତେବେ ଏହା ସାବ୍ୟସ୍ତ ହୋଇଯିବ ଯେ, କ୍ଷମତା ହାସଲ ପାଇଁ କେବଳ ରଣନୀତି ଯଥେଷ୍ଟ ନୁହେଁ, ଏଥିପାଇଁ ଏକ ବିଶ୍ୱସନୀୟ ଚେହେରା ବି ଆବଶ୍ୟକଆଉ ଯଦି ସଫଳ ହୁଅନ୍ତି ତେବେ ଏହା ସାବ୍ୟସ୍ତ ହେବ ଯେ, ରଣନୀତି ହିଁ ଯଥେଷ୍ଟ ।

biharbihar cmbihar elections 2022electionsjan suraj partyjsplaloo prasad yadavnitish kumarpkpoll strategistPrashant Kishorprashant kishore life storyrjd
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami